୫କୁଇଣ୍ଟଲ ଗଞ୍ଜେଇ ଜବତ – ୪ ଗିରଫ

୨୬ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :->  ମୋହନା ଥାନା ବାଘମାରି ପଞ୍ଚାୟତର ଶିଙ୍କୁଳିପଦର ଗ୍ରାମ ନିକଟରୁ ୫କୁଇଣ୍ଟଲ ଗଞ୍ଜେଇ ସହ ଏକ କାର ଏବଂ ବାଇକ ପୁଲିସ ଜବତ କରିଥିବା ବେଳେ ୪ଜଣଙ୍କୁ ଗିରଫ କରିଛି । ମୋହନା ପୁଲିସ ଟିମି ଓ ଚନ୍ଦ୍ରଗିରି ଫାଣ୍ଡି ଟିମିର ମିଳିତ ଭାବେ ପାଟ୍ରୋଲିଂ କରୁଥିବା ସମୟରେ ଶିଙ୍କୁଳି ପଦର ଗାଁ ନିକଟରୁ ଏକ କାରକୁ ଅଟକାଇ ଯାଞ୍ଚ କରିବାରେ ସେଥିରେ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା ।

ଉକ୍ତ କାର ସହ ଏସକର୍ଟରେ ଯାଉଥିବା ଏକ ବାଇକ ମଧ୍ୟ ଅଟକ ରଖିଥିଲେ ପୁଲିସ । ଗିରଫ ଅଭିଯୁକ୍ତମାନେ ହେଲେ କାହ୍ନୁଚରଣ ଭୂଆଁ, ଯୁଗୁନୁ ବିଷୋୟୀ, ଲୋକା ମାଝୀ ଓ ସଞ୍ଜୟ ସ୍ବାଇଁ । ଜବତ ଗଞ୍ଜେଇକୁ ମୋହନା ତହସିଲିଦାର ସତ୍ୟବାନ୍ ନାୟକଙ୍କ ଉପସ୍ଥିତିରେ ଓଜନ କରିବାରେ ୫ କୁିଣ୍ଟଲ ବୋଲି ଜଣାପଡିଲା । ଯାହାର ବଜାର ମୂଲ୍ୟ ୫୦ଲକ୍ଷ ବୋଲି ମୋହନା ପୁଲିସ ପକ୍ଷରୁ ସୁଚନା ମିଳିଛି ।

Exit mobile version