Home ଓଡ଼ିଶା କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ଲଜିଷ୍ଟିକ୍ସ କଲୋକ୍ୟୁମ୍ ୨୦୨୪ ଆୟୋଜିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରରେ ଲଜିଷ୍ଟିକ୍ କଲୋକ୍ୟୁମ୍-୨୦୨୪ ଅନୁଷ୍ଠିତ ହୋଇଯାଇଛି । “ପୂର୍ବ ଭାରତରେ ଲଜିଷ୍ଟିକ ପରିବର୍ତନ: ବ୍ୟବଧାନ ଦୂରୀକରଣ ଏବଂ ଭବିଷ୍ୟତ ନିର୍ମାଣ’ ଶୀର୍ଷକ ଏହି ଦୁଇ ଦିନିଆ ସମ୍ମିଳନୀରେ ପ୍ରମୁଖ ଅଂଶୀଦାର, ଶିଳ୍ପ ନେତା ଏବଂ ସରକାରୀ ଅଧିକାରୀମାନେ ଏକାଠି ହୋଇ ଏହି ଅଂଚଳର ବିକାଶ ଏବଂ ଅର୍ଥନୈତିକ ସମୃଦ୍ଧିରେ ଲଜିଷ୍ଟିକ୍ସର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଥିଲେ । ପୂର୍ବ ଭାରତରେ ଲଜିଷ୍ଟିକ୍ ଭିତିଭୂମି ଉପରେ ଗଭୀର ଆଲୋଚନା ପାଇଁ ଏହି ଆଲୋଚନା ଏକ ମଂଚ ପ୍ରଦାନ କରିଥିଲା । ସମ୍ମାନିତ ଅତିଥିମାନେ ଲଜିଷ୍ଟିକ୍ସର ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିଥିଲେ ଏବଂ ଏହି ଅଂଚଳର ସମ୍ପୂର୍ଣ୍ଣ ସମ୍ଭାବନାକୁ ଉନ୍ମୋଚନ କରିବା ପାଇଁ ଆବଶ୍ୟକ ଅନ୍ତର୍ନିହିତ ସୁଯୋଗ ଏବଂ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିଥିଲେ । ଏହି ଅଂଚଳର ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ପରିବହନ ନେଟୱାର୍କର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ, ଗୋଦାମ ସୁବିଧା ଏବଂ ଯୋଗାଣ ଶୃଙ୍ଖଳା ବ୍ୟବସ୍ଥାର ଆବଶ୍ୟକତା ଉପରେ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ । ଲଜିଷ୍ଟିକ୍ ଇକୋସିଷ୍ଟମରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ସରକାର, ବେସରକାରୀ କ୍ଷେତ୍ର ଏବଂ ଅନ୍ୟ ଅଂଶୀଦାରଙ୍କ ମଧ୍ୟରେ ସହଯୋଗର ଗୁରୁତ୍ୱ ଉପରେ ସେମାନେ ଆଲୋକପାତ କରିଥିଲେ । ଏହି କ୍ଷେତ୍ରରେ ପୁଞ୍ଜିନିବେଶ ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ପାଇଁ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ଗୁରୁତ୍ୱପୂର୍ଣ୍ଣ ବୋଲି ଚିହ୍ନଟ କରାଯାଇଥିଲା । ବିଶ୍ୱବ୍ୟାଙ୍କର ଉପଦେଷ୍ଟା ତଥା ଗେଟୱେ ରେଲ୍ ଫ୍ରେଟ୍ ଲିମିଟେଡର ପୂର୍ବତନ ସିଇଓ ତଥା ନିର୍ଦ୍ଦେଶକ ସଚିନ ଭାନୁଶାଳୀ ବର୍ତମାନର ସଡ଼କ ପରିବହନ ବ୍ୟବସ୍ଥାରେ ବିଭିନ୍ନ ଆହ୍ୱାନ ସମ୍ପର୍କରେ ଆଲୋକପାତ କରିବା ସହ ପାଶ୍ଚାତ୍ୟ ମାନକ ଭଳି ଉନ୍ନତ ନିୟନ୍ତ୍ରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ହାରାହାରି ପରିବହନ ବେଗକୁ ଯଥେଷ୍ଟ ବୃଦ୍ଧି କରିବା ପାଇଁ ଉଭୟ ସଡ଼କ ଏବଂ ରେଳ ନେଟୱାର୍କ ସହିତ ପ୍ରଥମ ମାଇଲ ଏବଂ ଶେଷ ମାଇଲ ଗୋଦାମ ଗୃହର ଉପଯୋଗ କରି ମଲ୍ଟି-ମୋଡାଲ୍ ଲଜିଷ୍ଟିକ୍ସ ପାଇଁ ସେ ପରାମର୍ଶ ଦେଇଥିଲେ । ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ପରିବହନର ଏକ ସ୍ଥାୟୀ ମାଧ୍ୟମ ଭାବରେ ଜାତୀୟ ଜଳପଥର ଭୂମିକା ଉପରେ ଆଲୋକପାତ କରିଥିଲେ । ଆଦାନୀ ପୋର୍ଟସ୍ ଆଣ୍ଡ ସ୍ପେଶାଲ ଇକୋନୋମିକ୍ ଜୋନ ଲିମିଟେଡର ସଭାପତି ସୁବ୍ରତ ତ୍ରିପାଠୀ କହିଛନ୍ତି, ପାରାଦୀପ ବନ୍ଦର ସମେତ ବିଭିନ୍ନ ବନ୍ଦରରେ କଂଟେନର କ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ ଘଟୁଛି । ସରକାରଙ୍କ ଠାରୁ ଉନ୍ନତ ପ୍ରୋତ୍ସାହନ ଓ ସହାୟତା ଆମକୁ ଆଗରେ ରଖିବ । ଭାରତର ଉପକୂଳ ବାଣିଜ୍ୟ ୩୨୪ ବିଲିୟନ ଡଲାରକୁ ବୃଦ୍ଧି ପାଇଛି ଏବଂ ପୂର୍ବୋଦୟ ଉପରେ ଭାରତ ସରକାର ଗୁରୁତ୍ୱ ଦେବା ସହିତ ଦକ୍ଷିଣ ପୂର୍ବ ଏସିଆରେ ବାଣିଜ୍ୟ ସହଯୋଗୀଙ୍କ ସହ ପୂର୍ବାଂଳରେ ଉପକୂଳ ବାଣିଜ୍ୟ ଏବଂ ଯୋଗାଯୋଗ ବୃଦ୍ଧି କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । କଂଟେନର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍ (କନକୋର)ର ଏରିଆ ହେଡ୍ ଶ୍ରୀ ରବି ପ୍ରକାଶ ଚତୁର୍ବେଦୀ କହିଛନ୍ତି ଯେ ଗତ ଦଶନ୍ଧି ମଧ୍ୟରେ ଦେଶରେ ଭାରତର ଲଜିଷ୍ଟିକ୍ ସୂଚକାଙ୍କରେ ଯଥେଷ୍ଟ ଉନ୍ନତି ଘଟିଛି । ସେ ମଲ୍ଟିମୋଡାଲ ଲଜିଷ୍ଟିକ୍ ପ୍ରୋଭାଇଡର ଭାବରେ କନକୋରର ଭୂମିକା ଉପରେ ମଧ୍ୟ ଆଲୋକପାତ କରିଥିଲେ । ସିଆଇଆଇ ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ତଥା ଏସଏନଏମ ଗ୍ରୁପର ଅଧ୍ୟକ୍ଷ ଡା. ପ୍ରଦୀପ୍ତ ମହାନ୍ତି କହିଛନ୍ତି ଯେ ଖର୍ଚ୍ଚ ହ୍ରାସ କରିବା ଏବଂ ଉତ୍ପାଦ ଓ ସେବାକୁ ଘରୋଇ ଓ ବିଶ୍ୱସ୍ତରରେ ଅଧିକ ଉପଲବ୍ଧ କରାଇବା ପାଇଁ ଦକ୍ଷ ଲଜିଷ୍ଟିକ୍ସ ଅତ୍ୟନ୍ତ ଜରୁରୀ । ୨୦ ଅଗଷ୍ଟ ୨୦୨୪ରେ କୋଲକାତାରେ ହେବାକୁ ଥିବା ସିଆଇଆଇ ଏକସିମ୍ ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ ସେ ଓଡ଼ିଶାର ଶିଳ୍ପସଂସ୍ଥାଗୁଡ଼ିକୁ ଆମନ୍ତ୍ରଣ କରିଥିଲେ । ସିଆଇଆଇ ଇଆର ଲଜିଷ୍ଟିକ୍ସ ସବ୍ କମିଟିର ଅଧ୍ୟକ୍ଷ ତଥା ଇଏସଏଲ୍ ଷ୍ଟିଲ୍ ଲିମିଟେଡ୍ (ବେଦାନ୍ତ ଗ୍ରୁପ୍)ର ସିଇଓ ତଥା ପୂର୍ଣ୍ଣକାଳୀନ ନିର୍ଦେଶକ ଆଶିଷ ଗୁପ୍ତା ଲଜିଷ୍ଟିକ୍ ଏବଂ ଯୋଗାଣ ଶୃଙ୍ଖଳା କ୍ଷେତ୍ରରେ ଦକ୍ଷତା ବିକାଶର ଗୁରୁତ୍ୱ ଉପରେ ଆଲୋକପାତ କରି ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ବୋଲି କହିଥିଲେ । ସ୍କୁଲ ଓ କଲେଜରେ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି ସୁବିଧା ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଥିଲେ । ସିଆଇଆଇ ପଶ୍ଚିମବଙ୍ଗ ରାଜ୍ୟ ପରିଷଦର ଉପାଧ୍ୟକ୍ଷ ତଥା ବିଜିଏସ ଗ୍ରୁପର ନିର୍ଦ୍ଦେଶକ ଦେବାଶିଷ ଦତ ପୂର୍ବ ଭାରତକୁ ଦେଶର ଚାଳକ ଶକ୍ତି ବୋଲି ବର୍ଣ୍ଣନା କରିବା ସହ ଲଜିଷ୍ଟିକ୍ ଶିଳ୍ପ ସମସ୍ତ ଆଧୁନିକ ଶିଳ୍ପ ପାଇଁ ମୌଳିକ ବୋଲି ଗୁରୁତ୍ୱାରୋପ କରିଥିଲେ । ସିଆଇଆଇ ଇଆର ଲଜିଷ୍ଟିକ୍ସ ସବ୍ କମିଟିର କୋ ଚେୟାରମ୍ୟାନ୍ ତଥା ଧାମରା ବନ୍ଦରର ସିଇଓ ଦେବେନ୍ଦ୍ର ଠାକର ସମାପନୀ ଭାଷଣ ଦେଇ ପୂର୍ବ ଭାରତରେ ଲଜିଷ୍ଟିକ୍ କ୍ଷେତ୍ରରେ ପରିବର୍ତନ ଆଣିବା ପାଇଁ ଆବଶ୍ୟକ ସହଯୋଗୀ ଭାବନାକୁ ସୁଦୃଢ଼ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ହୋମ୍ Related Content ସ୍ଲୋଗ୍ : ପି. ସଇଲଙ୍ଗ ରେ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ, କମ୍ୟୁନିଟି ହଲ୍ ଉଦ୍ଘାଟିତ by Proprietor Abhimanyu Maharana October 14, 2026 ଗଜପତି ଜିଲ୍ଲା ଗୁମ୍ମା ଝାମି ଗ୍ରାମର ବିଧବା ମହିଳାଙ୍କୁ ଭତ୍ତା କରାଇଦେବା ପାଇଁ ଆଗେଇ ଆସିଲେ ଜସ୍ମିନ୍ ଶେଖ by Proprietor Abhimanyu Maharana October 14, 2026 କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ by Proprietor Abhimanyu Maharana October 14, 2026 Vedanta Aluminium Deploys Solar Infra for Reliable Lighting and Drinking in Kalahandi and Rayagada by Proprietor Abhimanyu Maharana October 14, 2026 ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026