Home ଓଡ଼ିଶା ଶିକ୍ଷା ସପ୍ତାହର ଚତୁର୍ଥ ଦିବସରେ ସାଂସ୍କୃତିକ ପ୍ରତିଯୋଗିତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ ଅବସରରେ ଚତୁର୍ଥ ଦିବସରେ ଗୁରୁବାର ଦିନ ଶିକ୍ଷକ ଦିପ୍ତୀରଂଜନ ଦାସଙ୍କ ତତ୍ଵାବଧାନରେ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପାଠ୍ୟକ୍ରମ ସହ ସହଶିକ୍ଷାର ସଂଯୋଗର ଉପକାରିତା ସମ୍ବନ୍ଧରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ, ସୌଦାମିନୀ ସୁବୁଦ୍ଧି ଓ ଶିକ୍ଷକ ବିଶ୍ୱଜିତ ସରୋଜ କୁମାର ଆଲୋଚନା କରିଥିଲେ । ବରିଷ୍ଠ ବିଭାଗ ପ୍ରତିଯୋଗିତାରେ ଷଷ୍ଠରୁ ଦଶମ ଶ୍ରେଣୀ ଏବଂ କନିଷ୍ଠ ବିଭାଗରେ ତୃତୀୟରୁ ପଞ୍ଚମ ଶ୍ରେଣୀ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବରିଷ୍ଠ ବିଭାଗରେ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ପ୍ରଧାନ, ଶ୍ରୋତାଲିନି ସାହୁ, ସ୍ମିତାସିନ୍ଧୁ ମହାପାତ୍ର ଓ ନମିତା ସାହୁ ବିଚାରକ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ ।ନୃତ୍ୟରେ କଲ୍ୟାଣୀ ବାରିକ, ହସ୍ତ ଶିଳ୍ପ କାରିଗରୀରେ ମନୋଜ କୁମାର ସୁବୁଦ୍ଧି, କଣ୍ଠ ସଂଗୀତରେ ଶୁଭଲକ୍ଷ୍ମୀ ମହାନ୍ତି, ବେଶଭୁଷାରେ ଅନନ୍ୟା ଅପରୂପା ଦାସ ଓ ଅଭିନୟରେ ଶୁଭଙ୍କର ଝପଟସିଂହ ପ୍ରଥମ ସ୍ଥାନ ହାସଲ କରିଥିଲେ । କନିଷ୍ଠ ବିଭାଗ ପ୍ରତିଯୋଗିତାରେ ଶିକ୍ଷକ ବିଚିତ୍ର କୁମାର ଘଡ଼େଇ, ଅଂଶୁମାନ ଧଳ,ବିଭୁପ୍ରସାଦ ମହାପାତ୍ର ଓ ଶିକ୍ଷୟିତ୍ରୀ ସୌଦାମିନି ପରିଡ଼ା କୃତୀ ପ୍ରତିଯୋଗୀ ଚୟନ କରିଥିଲେ । ନୃତ୍ୟରେ ଈଶ୍ବରୀ ପ୍ରଧାନ, କଣ୍ଠସଂଗୀତରେ ଶୁଭସ୍ମିତା ବାହିନୀପତି ଓ ବେଶଭୁଷାରେ ପ୍ରତ୍ୟୁଷ ପ୍ରଧାନ ପ୍ରଥମ ହୋଇଥିଲେ । ପ୍ରତିଯୋଗିତା ପରିଚାଳନାରେ ଶିବ ପ୍ରଧାନ, ସ୍ନେହଲତା ପାଇକରା୍ୟ ଏବଂ ସମ୍ବିତ କେଦାର କର ସହଯୋଗ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026