Home ଓଡ଼ିଶା ୭୬ ତମ ସଂସ୍କୃତି ଚର୍ଚ୍ଚା ସମାରୋହ ତା୨୫.୦୭.୨୦୨୪ରିଖ ଓଡ଼ିଶା ରାଜ୍ୟ ଅଭିଲେଖାଗାର – ଭୁବନେଶ୍ୱର by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଲୟର ମାଦକତା : ଓଡ଼ିଶାର ଆଦିବାସୀ ଐତିହ୍ୟ ୨୫ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ୭୬ତମ ସଂସ୍କୃତି ଚର୍ଚ୍ଚା ସମ୍ପାନ ସମାରୋହ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରିଥିଲେ ଶ୍ରୀଯୁକ୍ତ ଜିତୁ ମିଶ୍ର, ବିଶିଷ୍ଟ ଶିକ୍ଷାବିତ୍, ଲେଖକ ଓ ଐତିହ୍ୟବିତ୍ । ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ । ସମ୍ପାନରେ ସ୍ୱାଗତ ଭାଷଣ ଦେଇଥିଲେ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍ ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଶ୍ରୀମତୀ ବନାନୀ ମହାପାତ୍ର । ଉକ୍ତ ଉତ୍ସବରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ପ୍ରଫେସର ଅଶୋକ କୁମାର ପଟ୍ଟନାୟକ, ଡ. ଅନୀଲ ଧୀର, ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ଡ. ସତ୍ୟନାରାୟଣ ମିଶ୍ର, ଶ୍ରୀଯୁକ୍ତ ଗୌତମ ମହାନ୍ତି ପ୍ରମୁଖ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଜିତୁ ମିଶ୍ର କହିଥିଲେ ଯେ ଓଡ଼ିଶା ଭାରତର ଗୋଟିଏ ରାଜ୍ୟ ଯେଉଁଠିକି ଶତକଡା ୨୫ ଭାଗ ଆଦିବାସୀ ଜନଜାତିର ଲୋକ ବସବାସ କରନ୍ତି । ସେମାନେ ମୁଖ୍ୟତଃ ପୂର୍ବଘାଟ ପର୍ବତମାଳା ଏବଂ ଛୋଟନାଗପୁର ମାଳଭୂମି ଅଞ୍ଚଳରେ କେଉଁ ଆଦିମ କାଳରୁ ବସବାସ କରିଆସୁଛନ୍ତି । ଓଡ଼ିଆ ସଂସ୍କୃତିରେ ଆଦିବାସୀମାନଙ୍କ ଜୀବନ ଶୈଳୀ ତାଙ୍କର ପ୍ରକୃତି ଏବଂ ପାରମ୍ପତିକ କୃଷି ସମ୍ବନ୍ଧୀୟ ଜ୍ଞାନ, କୌଶଳ, ଚାରୁକଳା, ଧର୍ମ ବିଶ୍ୱାସରେ ବହୁତ ଅବଦାନ ରିହିଅଛି । ଆଜିର ସଂସ୍କୃତି ଚର୍ଚ୍ଚାରେ ଶ୍ରୀ ମିଶ୍ର ତିନୋଟି ବିଷୟରେ ବକ୍ତୃତା ରଖିଛନ୍ତି । ପ୍ରଥମ ଅଂଶରେ ଶ୍ରୀ ମିଶ୍ର ତାଙ୍କର ଅନୁଭୁତି ଠାରୁ ଆରମ୍ଭ କରି ଆଦିବାସୀମାନଙ୍କର ଗୁଣି ଗାରେଡି ବିଷୟରେ ବର୍ଣ୍ଣିନା କରିଥିଲେ । ଏହି ଅଂଶରେ କିପରି ମାନବ ସମାଜରେ ପ୍ରଥମେ ଗୁଣିଗାରେଡିର ପ୍ରଥା ଆରମ୍ଭ ହେଲା ଏବଂ ପ୍ରାଗ ଐତିହାସିକ ଗୁମ୍ଫାଚିତ୍ରମନଙ୍କରେ ଏହା ଦେଖିବାକୁ ମିଳେ । ଏହି କ୍ରମରେ ଶ୍ରୀ ମିଶ୍ର ଓଡ଼ିଶାର କୁଟିଆ କନ୍ଧ ଏବଂ ଲାଞ୍ଜିଆ ସଉରାଙ୍କ ଗୁଣି ଗାରେଡି ବିଷୟରେ ଆଲୋଚନା କରିଥିଲେ । ବକ୍ତୃତାର ଦ୍ୱିତୀୟ ଅଂଶରେ ଶ୍ରୀ ମିଶ୍ର ପାରମ୍ପରିକ ଚାଷ ସହିତ ମହାଭାରତର ଭୀମଙ୍କ ଆଦିବାସୀ ସଂସ୍କୃତିରେ କିଭଳି ସମ୍ପର୍କ ରହିଅଛି ତାହା ଲୋକକଥା ଏବଂ ପର୍ବପର୍ବାଣୀ ଏବଂ ଚିତ୍ରକଳା, ନାଚଗୀତ ମାଧ୍ୟମରେ ବର୍ଣ୍ଣନା କରିଥିଲେ । ଆଜି ସାରା ବିଶ୍ୱରେ ଗୋଟିଏ ମୁଖ୍ୟ ସମସ୍ୟା ହେଉଅଛି ଜଳବାୟୁ ପରିବର୍ତ୍ତନ । ଶ୍ରୀ ମିଶ୍ର ତାଙ୍କ ବକ୍ତୃତାର ତୃତୀୟ ଅଂଶରେ ମୁଖ୍ୟତଃ କନ୍ଧ ସମାଜରେ ପାହାଡ ଉପରେ ଏବଂ ଢ଼ାଲୁରେ, ତାଙ୍କର ପାରମ୍ପରିକ ମିଶ୍ରିତ ଚାଷ କିଭଳି ଏକ ସମାଧାନ ରୂପେ ଜଳବାୟୁ ପରିବର୍ତ୍ତନ ସମୟରେ ଏକ ମାର୍ଗଦର୍ଶକ ହୋଇ ପାରିବ, ସେ ବିଷୟରେ ବର୍ଣ୍ଣନା କରିଥିଲେ । ସମ୍ପାନର ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦିଲୀପ ରାଉତରାଏ କହିଥିଲେ ଯେ ଭାରତର ସ୍ୱାଧୀନତା ପରେ ଆଦିବାସୀ ଜନଜାତିଙ୍କ ଜୀବନ ଧାରାକୁ ନିଜସ୍ୱ ଶୈଳୀରେ ଛାଡିଦେବା ନା ମୁଖ୍ୟଧାରାରେ ସାମିଲ କରାଇବା ଏହା ଏକ ମୁଖ୍ୟ ସମସ୍ୟା ଥିଲା । ଆମେ ମିଶ୍ରିତ ପଦ୍ଧତି ଅବଲମ୍ବନ କଲେ, ଆଦିବାସୀ ଜନଜାତିଙ୍କ ନିଜସ୍ୱ ଜୀବନ ଶୈଳୀରେ ସ୍ୱାଧୀନତା ଦେବା ସହ ଆଧୁନିକ ଜୀବନ ଶୈଳୀ ସହ ପରିଚିତ କରାଇଲେ । ଆଜି ବହୁତ ଆଦିବାସୀ ଜନଜାତି ଓଡ଼ିଶାକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦେଇଛନ୍ତି । ଆମ ଓଡ଼ିଆ ଅସ୍ମିତାରେ ଆଦିବାସୀଙ୍କ ଅବଦାନ ବା ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇ ପାରିଛି । ଆଦିବାସୀ ଚିତ୍ରକଳା ଏବଂ ସଂସ୍କୃତି ଆଜି ଦେଶ ବିଦେଶରେ ପରିଚିତି ଲାଭ କରିଛି । ପରିଶେଷରେ ଦର୍ଶକ ଏବଂ ବୁଦ୍ଧିଜୀବୀ ମାନଙ୍କର ବିଷୟ ସମ୍ବନ୍ଧୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ "ସୁରଭି-୨୦୨୬" ଉଦଯାପିତ by Proprietor Abhimanyu Maharana October 15, 2026 ଉତ୍କଳ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର : ୬ ଘଣ୍ଟାର ଅକ୍ଳାନ୍ତ ପ୍ରୟାସରେ ଯୋଡ଼ା ହେଲା ଯୁବକଙ୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ବାମ ହାତ by Proprietor Abhimanyu Maharana October 15, 2026 Rare Surgery at Utkal Hospital: Completely Severed Left Hand of a 37-Year-Old Man Reattached After Six Hours of Intensive Surgery by Proprietor Abhimanyu Maharana October 15, 2026 ପୁଷ୍କରିଣୀ ଜଳରେ ବୁଡ଼ିଛି ବିଦ୍ୟୁତ୍ ଟ୍ରାନ୍ସଫର୍ମର, ପ୍ରଶାସନ ଅଘଟଣର ଅପେକ୍ଷାରେ ! by Proprietor Abhimanyu Maharana October 15, 2026 ବ୍ଲକସ୍ତରୀୟ ରଙ୍ଗୋଲି ରାଷ୍ଟ୍ର ଉତ୍ସବ ଓ ସେବା ସଂକଳ୍ପ ଅଭିଯାନ by Proprietor Abhimanyu Maharana October 15, 2026 Mass Rally for ADHD Awareness by Proprietor Abhimanyu Maharana October 15, 2026