Home ଓଡ଼ିଶା ଶିକ୍ଷା ସପ୍ତାହ ପାଳନର ତୃତୀୟ ଦିବସରେ କ୍ରୀଡା ପ୍ରତିଯୋଗିତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ବୋଲଗଡ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ କ୍ରୀଡା ଦିବସ ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ଶିକ୍ଷକ ଅଂଶୁମାନ ଧଳଙ୍କ ତତ୍ଵାବଧାନରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଦେଶୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା କରାଯାଇଥିଲା । କ୍ୟାରମ, ଚେସ ଖେଳରେ ଶିକ୍ଷୟିତ୍ରୀ ଶୈବାଳିକା ମଲ୍ଲିକ, ଲୁଡୁ ଏବଂ ସାପ ନିଶୁଣି ଖେଳରେ ସୌଦାମିନୀ ପରିଡା, ବ୍ରେନ ଭିଟା ମାର୍ବଲ ଓ ପୁଚିରେ ସ୍ୱର୍ଣ୍ଣଲତା ପ୍ରଧାନ, ୱାର୍ଡ ଚେନ ଓ କିତକିତରେ ବିଭୁପ୍ରସାଦ ମହାପାତ୍ର, ରିଙ୍ଗସରେ ବିଚିତ୍ର କୁମାର ଘଡ଼େଇ ବିଚାରକ ଥିଲେ । ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ବିଶ୍ୱଜିତ ସରୋଜ କୁମାର ଏବଂ ସ୍ମିତାସିନ୍ଧୁ ମହାପାତ୍ର କ୍ରୀଡାର ଉପାଦେ୍ୟତା ସମ୍ପର୍କରେ ବିଦ୍ୟାର୍ଥୀ ମାନଙ୍କୁ ଅବଗତ କରିଥିଲେ । ବରିଷ୍ଠ ବିଭାଗରେ କ୍ୟା୍ରମରେ ଆଦିତ୍ୟ ଜେନା, ଚେସରେ ସାଇପ୍ରକାଶ ସେନାପତି, ଲୁଡୁରେ ନନ୍ଦିନୀ ଜେନା, ସାପ ନିଶୁଣି ଖେଳରେ ମୋନାଲି ମହାପାତ୍ର, ବ୍ରେନ ଭିଟା ମାର୍ବଲରେ ସାଇପ୍ରକାଶ ସେନାପତି, ପୁଚିରେ ମୀରା ସିଂହ, ୱାର୍ଡ ଚେନରେ ବିଶ୍ୱଜିତ ମହାନ୍ତି ଏବଂ ରିଙ୍ଗସରେ ରୋଜାଲି ସେନ ପ୍ରଥମ ସ୍ଥାନ ଅଧିକାର କରିଥିଲେ। କନିଷ୍ଠ ବିଭାଗର କ୍ୟାରମରେ ସାଇପ୍ରକାଶ ବେହେରା, ଚେସରେ ସୌମ୍ୟଶ୍ରୀ ସେନାପତି, ଲୁଡୁରେ କ୍ରିଷ୍ଟାଲ ବେହେରା, ସାପ ନିଶୁଣିରେ ସ୍ମିତାଞ୍ଜଳି ଦେଓ, ତେଜସ୍ୱିନୀ ନାୟକ, ୱାର୍ଡ ଚେନରେ କ୍ଷୀରାବ୍ଧି ତନୟା ପ୍ରଧାନ, କିତକିତରେ ଶ୍ରଦ୍ଧାଞ୍ଜଳି ଭୋଇ ଏବଂ ରିଂଗସ ରେ ସୌମ୍ୟରଂଜନ ଖମାରୀ ପ୍ରଥମ ହୋଇଥିଲେ. ଶିକ୍ଷକ ଦୀପ୍ତି ରଞ୍ଜନ ଦାସ, ଶିକ୍ଷୟିତ୍ରୀ ନମିତା ସାହୁ, ଶ୍ରୋତାଲିନି ସାହୁଙ୍କ ସମେତ ଶିବ ପ୍ରଧାନ, ସମ୍ବିତ କେଦାର କର ଓ ସ୍ନେହଲତା ପାଇକରାୟ ସହଯୋଗ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ଲୋକସେବା ଭବନରେ ରାଜ୍ୟ କ୍ୟବିନେଟ ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ବିବୃତ୍ତି by Proprietor Abhimanyu Maharana July 1, 2026 ଓଡ଼ିଶା ବିଧାନ ସଭାରେ କଫିଟେବୁଲ ବୁକ୍ ଉନ୍ମୋଚିତ ଏବଂ ଫିଜିଓଥେରାପି ସେଣ୍ଟର ଉଦ୍ଘାଟିତ by Proprietor Abhimanyu Maharana July 1, 2026 ବିଏମ୍ ସିର 42 ତମ କର୍ପୋରେସନ ବୈଠକ ଶେଷ by Proprietor Abhimanyu Maharana July 1, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁନ ମାସର ସାରସ୍ୱତ ଆସର ଅବସରରେ ହାତ ଲେଖା ପତ୍ରିକା ପାହାଚ ଉନ୍ମୋଚିତ by Proprietor Abhimanyu Maharana July 1, 2026 ୯୧ ଦିନର ଅବିରତ ପଦଯାତ୍ରା : ଭକ୍ତି, ବେଦନା ଓ ଅଧିକାରର ଏକ ନୀରବ ମହାଯଜ୍ଞ by Proprietor Abhimanyu Maharana July 1, 2026 ପୁରୀରେ ଜିଲ୍ଲାସ୍ତରୀୟ ରେନବୋ ପ୍ରାଇଡ୍ ୱାକ୍ ସଫଳତାର ସହ ଆୟୋଜିତ by Proprietor Abhimanyu Maharana July 1, 2026