Home ଓଡ଼ିଶା ଭାରତୀୟ ମଜଦୁର ସଂଘ ର ୭୦ ତମ ପ୍ରତିଷ୍ଠା ଦିଵସପାଳନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ବ୍ଲକର ମହିପୁର ଠାରେ ଭାରତୀୟ ମଜଦୁର ସଂଘ ର ୭୦ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୁର ସଂଘ ର ଜିଲା ସଭାପତି ବନମାଳି ମିଶ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆର ଏସ ଏସ ର ଜିଲ୍ଲା ସଂଘ ଚାଳକ ସୁକାନ୍ତ ରଣ ସିଂ, ସମ୍ମାନୀତ ଅତିଥି ଭାବେ ଜିଲା ପ୍ରଚାରକ ସୁମନ୍ତ ଭାଇ, ଯୋଗଦାନ କରିଥିଲେ, ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଂପାଦକ ସୁକାନ୍ତ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ, ଭାରତୀୟ ମଜଦୁର ସଂଘ ପ୍ରତିଷ୍ଠା, କାର୍ଯ୍ୟ ଦକ୍ଷତା ଉପରେ ଅତିଥି ମାନେ ଉଦଵୋଧନ ଦେଇଥିଲେ, ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି ନୟାଗଡ଼ ଜିଲ୍ଲା ସଭାପତି ଜ୍ୟୋତ୍ସ୍ନାମୟୀ ପଣ୍ଡା,, ନୂଆଗାଁ ବ୍ଲକ ସଭାପତି ପୁଷ୍ପ ଲତା ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ। ଭାରତୀୟ ମଜଦୁର ସଂଘ ର ଦଶପଲ୍ଲା ବ୍ଲକ ସଭାପତି ପ୍ରକାଶ କୁମାର ପାଣି, ବିଦ୍ୟୁତ କର୍ମଚାରୀ ସଂଘ ର ନୟାଗଡ଼ ଜିଲ୍ଲା ସଭାପତି ରବିନ୍ଦ୍ର ଦାଶ ସମେତ ଜିଲ୍ଲା ର ବିଭିନ୍ନ ବ୍ଲକର ଅଙ୍ଗନବାଡ଼ି କର୍ମୀ,ଆଶା କର୍ମୀ ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ। ପରିଶେଷରେ ମଜଦୁର ସଂଘ ର ଜିଲ୍ଲା ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଶ୍ରୀକୁଟି ଧାମର ଗୁରୁ ଶ୍ରୀ ଅନାଦି ବାବା ମାନବ ସମାଜର କଲ୍ୟାଣ ପାଇଁ ଅନେକ ଆଧ୍ୟାତ୍ମିକ କାର୍ଯ୍ୟମାନ କରୁଛନ୍ତି by Proprietor Abhimanyu Maharana October 8, 2026 ନୟାଗଡ଼ରେ ୨ଜଣ ନୂଆ ଶ୍ରମ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ by Proprietor Abhimanyu Maharana October 8, 2026 ଆନ୍ତର୍ଜାତିକ ପାଠାଗାର ସଂଗ୍ରହାଳୟ ରେ ଥିବା ପୁରାତନ ଓ ଦୁର୍ଲଭ ତାଳପତ୍ର ପୋଥି ରୁ ଅନେକ ଗବେଷଣା ତଥ୍ୟମାନ ସଂଗ୍ରହ କଲେ by Proprietor Abhimanyu Maharana October 8, 2026 ପ୍ଲାଷ୍ଟିକ କପରେ ଚାହା, କ୍ୟାନ୍ସରକୁ ସାହା , ବୋଲି ଭିନ୍ନ ଏକ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ପ୍ରାଚୀ ମୁଲକ୍ ତୈଳ ବୈଶ୍ୟ ସମାଜର ଭ୍ରାମ୍ୟମାଣ କାର୍ଯ୍ୟକାରିଣୀ ବୈଠକ by Proprietor Abhimanyu Maharana October 8, 2026 ପୋଲିସ ବାହିନୀର ୭୧ତମ ରାଜ୍ୟସ୍ତରୀୟ ବୃତ୍ତିଗତ ଦକ୍ଷତା ପ୍ରତିଯୋଗିତା ଉଦ୍ଘାଟିତ by Proprietor Abhimanyu Maharana October 8, 2026