Home ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଓ ବାୟୁର ଗୁଣବତ୍ତା ସ୍ଥିତି ସଂପର୍କିତ ୫ମ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଓ ବାୟୁ ଗୁଣବତ୍ତା ସ୍ଥିତି ସଂପର୍କିତ ୫ମ ରାଜ୍ୟସ୍ତରୀୟ ପରିଚାଳନା କମିଟି ବୈଠକ ଆଜି ପୂର୍ବାହ୍ନରେ ଲୋକସେବା ଭବନରେ କମିଟିର ଅଧ୍ୟକ୍ଷ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜସ୍ୱ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଗୃହ, ଇସ୍ପାତ ଓ ଖଣି ବିଭାଗ ଶ୍ରୀ ଦେଓ ରଂଜନ କୁମାର ସିଂ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଓଡ଼ିଶା ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡଃ. କେ. ମୁରୁଗେସନଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ସଂପ୍ରତି କ୍ରମାଗତ ଭାବେ ନିର୍ମାଣ କାର୍ଯ୍ୟ ହେବା ଯୋଗୁଁ ତତ୍ ଜନିତ ସୃଷ୍ଟି ହେଉଥିବା ବର୍ଜ୍ୟ ପଦାର୍ଥ, ଶିଳ୍ପ କାର୍ଯ୍ୟକଳାପ ବୃଦ୍ଧି, ଯାନବାହାନ ଚଳାଚଳ ବୃଦ୍ଧି, ଅନିୟତ ଭାବରେ ଖୋଲା ସ୍ଥାନରେ ବର୍ଜ୍ୟବସ୍ତୁକୁ ଜଳାଯିବା ଏବଂ ଶୀତଦିନେ ପ୍ରଦୁଷଣ ସୃଷ୍ଟିକାରୀ କାରକଗୁଡ଼ିକ ସହଜରେ ବାୟୁରେ ନମିଶିବା ଫଳରେ ବାୟୁ ପ୍ରଦୁଷଣ ମାତ୍ରା ବୃଦ୍ଧି ସଙ୍ଗେ ସଙ୍ଗେ ବାୟୁର ଗୁଣବତ୍ତା ମାନର ଉନ୍ନତିରେ ବାଧକ ହେଉଛି । ଏହାକୁ ଦୃଷ୍ଟିରେ ରଖି ଭାରତରେ ୨୦୧୯ ମସିହାରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ (ଏନ୍ସିଏପି) ରେ ଆରମ୍ଭ ହୋଇଥିଲା ଏବଂ ଦେଶରେ ବିଭିନ୍ନ ସହରରେ ବାୟୁର ଗୁଣାତ୍ମକ ମାନ ବୃଦ୍ଧି ଏହାର ଲକ୍ଷ୍ୟ ରହିଛି । ଆଗାମୀ ୨୦୨୬ ସୁଦ୍ଧା ଭାରତରେ ବାୟୁର ଗୁଣବତ୍ତା ବୃଦ୍ଧି ଲକ୍ଷ୍ୟ ରହିଥିବା ଦେଶର ୧୩୧ଟି ସହର ମଧ୍ୟରେ ଓଡ଼ିଶାର ୭ଟି ସହର ରହିଛି । ସେଗୁଡିକ ହେଲା ରାଉରକେଲା, ତାଳଚେର, ଅନୁଗୋଳ, ବାଲେଶ୍ୱର, କଳିଙ୍ଗନଗର, କଟକ ଓ ଭୁବନେଶ୍ୱର । ଏଥି ସହିତ ଶିଳ୍ପ ବହୁଳ ରାଜଗାଙ୍ଗପୁର,ଝାରସୁଗୁଡା, ବେଲପାହାଡ, ବଣାଇ, କେନ୍ଦୁଝର, ଅନୁଗୋଳ, କଳିଙ୍ଗନଗର, ପାରାଦ୍ୱୀପ ଭଳି ସହର ଗୁଡିକ ମଧ୍ୟ ରାଜ୍ୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବା ନେଇ ପ୍ରସ୍ତାବ ରହିଛି । ରାଷ୍ଟ୍ରୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଓ ବାୟୁର ଗୁଣବତ୍ତା ବୃଦ୍ଧି ପାଇଁ କାନପୁରରେ ଏକ ଜାତୀୟ ଜ୍ଞାନ ନେଟଓ୍ୱାର୍କ ବିକଶିତ କରାଯଇଛି, ଯାହା କି ଏ କ୍ଷେତ୍ରରେ କାର୍ଯ୍ୟକରୁଥିବା ଅଂଶୀଦାରୀ ଅନୁଷ୍ଠାନ ଓ ସଂସ୍ଥାମାନଙ୍କ ଦକ୍ଷତା ବୃଦ୍ଧି ସହ ସମନ୍ୱୟ ରକ୍ଷା କରୁଛି । ଆମ ରାଜ୍ୟରେ ରାଜ୍ୟସ୍ତରୀୟ ପରିଚାଳନା କମିଟି, ବାୟୁର ଗୁଣାତ୍ମକ ମାନ ତଦାରଖ କମିଟି ଓ ଜିଲ୍ଲାସ୍ତରୀୟ ତଦାରଖ କମିଟି ରହିଛି । ବୈଠକରେ ରାଜ୍ୟରେ ବର୍ତ୍ତମାନ ଥିବା ବିଭିନ୍ନ ସହରର ବାୟୁର ଗୁଣବତ୍ତା ସ୍ଥିତି ସଂପର୍କରେ ଅନୁଧ୍ୟାନ କରାଯାଇଥିଲା । ବୈଠକରେ ଏନସିଏପି ପାଣ୍ଠି ଉପଯୋଗ ସଂପର୍କରେ ବିଶଦ୍ ଭାବେ ଉପସ୍ଥାପନ କରାଯିବା ସହ ଆଗାମୀ ୨ ବର୍ଷରେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ତଦାରଖ ବ୍ୟବସ୍ଥାକୁ କିପରି ଅଧିକ ସୁଦୃଢ଼ କରାଯିବ, ନିର୍ଦ୍ଦିଷ୍ଟ ଅଂଚଳ ଭିତ୍ତିରେ କାର୍ଯ୍ୟକ୍ରମ ଗ୍ରହଣ ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଶାସନ ସଚିବ ବିଭିନ୍ନ ସହରରେ ବାୟୁର ଗୁଣବତ୍ତା ସ୍ଥିତିର ସଠିକ ଅଧ୍ୟୟନ ଏବଂ ବାୟୁର ଗୁଣବତ୍ତା ସ୍ଥିତି ଭଲ ରହିଥିବା ଦେଶର ଅନ୍ୟ ସହରର ଉତ୍ତମ ଅଭ୍ୟାସକୁ ଅନୁଧ୍ୟାନ କରିବା ସହ ବିଭିନ୍ନ ସହଯୋଗୀ ସଂସ୍ଥାମାନଙ୍କ ସହିତ ସମନ୍ୱୟ ରକ୍ଷା କରି ଓଡ଼ିଶାର ଏନସିଏପି ସହର ଭାବେ ଚିହ୍ନଟ ସହରଗୁଡ଼ିକରେ ଦୀର୍ଘକାଳୀନ ସୂତ୍ରରେ ବାୟୁର ଗୁଣବତ୍ତା ବୃଦ୍ଧି ପାଇଁ ଗୁରୁତ୍ୱାରୋପ କରିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026