Home ଓଡ଼ିଶା ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ କରାଯାଉଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ‘ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ’ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ୧୫ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ନେଇ ୪୪ ହଜାରରୁ ଊଦ୍ଧ୍ୱର୍ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ କରାଯାଉଛି । କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ସାତଦିନ ବ୍ୟାପୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ମଙ୍ଗଳବାର ଏହି ସପ୍ତାହିକ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଛାତ୍ରଛାତ୍ରୀଙ୍କ ମୂଳଦୁଆ ଶିକ୍ଷାକୁ ଗୁରୁତ୍ୱ ଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦିବସ ( ଏଫ୍.ଏଲ୍.ଏନ୍. ଦିବସ) ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକଙ୍କ ପାଇଁ କର୍ମଶାଳା, ଆଲୋଚନା, ଅଧିବେଶନ ଆଦି ଆୟୋଜନ କରାଯାଇ ସହଜ ଓ ସରଳ ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିସହିତ ଛାତ୍ରଛାତ୍ରୀଙ୍କ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତାଗୁଡ଼ିକୁ ବିକଶିତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଯଥା- ଗଣିତ କ୍ଲବ୍, କାହାଣୀ ପଢ଼ିବା, ଗଣିତ ଓ ସଂଖ୍ୟାକୁ ନେଇ ପ୍ରସ୍ତୁତ ହୋଇଥିବା ବିଭିନ୍ନ ଖେଳ, ପିଲାଙ୍କ କଳ୍ପନା ଶକ୍ତିକୁ ବଢ଼ାଇବା ପାଇଁ କଳା ଓ ହସ୍ତଶିଳ୍ପ ସମ୍ବନ୍ଧୀୟ କାର୍ଯ୍ୟକଳାପ, ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଏଫ୍.ଏଲ୍.ଏନ୍ ମେଳାର ଆୟୋଜନ କରାଯାଇଥିଲା । ତୃତୀୟ ଶ୍ରେଣୀ ପାଠ ସରିବାବେଳକୁ ପିଲାଟି ବହି ପଢ଼ିବାରେ ସକ୍ଷମ ହେଉଥିବ ଏବଂ ଗାଣିତିକ ପ୍ରଣାଳୀର ବ୍ୟବହାରକୁ ମଧ୍ୟ ସଠିକ୍ ଭାବରେ ବୁଝିପାରୁଥିବ, ଏହା ହିଁ ଏଫ.ଏଲ.ଏନ୍ ର ମୂଳ ଉଦ୍ଦେଶ୍ୟ । ୨୦୨୭ ମସିହା ସୁଦ୍ଧା ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଏଫ୍.ଏଲ୍.ଏନ୍ କୁ ସଫଳ କରିବା ପାଇଁ ନୂତନ ଶିକ୍ଷା ନୀତି- ୨୦୨୦ରେ ଗୁରୁତ୍ୱ ଦିଆଯାଇଛି । ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ(ଏକକ୍ତ)ସମ୍ବନ୍ଧିତ ବ୍ୟାପକ ସଚେତନତା ସୃଷ୍ଟି ଓ ଏହାର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ରାଜ୍ୟର ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯନ୍ତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଛି । ଶପଥ ପାଠ, ପ୍ରଦର୍ଶନୀ, ଏକକ୍ତ ଷ୍ଟଲ, ଗଳ୍ପ କଥନ, ଗୀତ ମାଧ୍ୟମରେ ଶିକ୍ଷାଦାନ, ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ, ଗୋଷ୍ଠୀ ସହଯୋଗିତା, ଶ୍ରେଣୀ କାର୍ଯ୍ୟ ପଦର୍ଶନ, ଶ୍ରେଣୀ ଶିକ୍ଷାରେ ଯାଦୁ ପେଡ଼ିର ବ୍ୟବହାର ଇତ୍ୟାଦି ଉପରେ ବିଭିନ୍ନ କାର୍ଯ୍ୟକ୍ରମ ବିଦ୍ୟାଳୟଗୁଡ଼ିକରେ ଆୟୋଜିତ କରାଯାଇଥିଲା । ୪୪ ହଜାରରୁ ଊଦ୍ଧ୍ୱର୍ ବିଦ୍ୟାଳୟର ୧୫ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । ଏହି ଦିବସ ପାଳନ ମାଧ୍ୟମରେ ଗୋଷ୍ଠୀ-ସହଭାଗିତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା ସପ୍ତାହ ପାଳନ ଅବସରରେ ଏଫ୍.ଏଲ୍.ଏନ୍ କୁ ବ୍ୟାପକ କରିବା ଦ୍ୱାରା ସମଗ୍ର ଦେଶରେ ଶିକ୍ଷାକ୍ଷେତ୍ରରେ ସମାନତା ଓ ସାମଗ୍ରିକ ବିକାଶ ବୃଦ୍ଧି ପାଇବ । ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ସମ୍ପ୍ରଦାୟର ମିଳିତ ପ୍ରୟାସରେ ପ୍ରତ୍ୟେକଟି ଶିଶୁ ଉଚ୍ଚଶିକ୍ଷାର ଯାତ୍ରାରେ ଯେପରି ଅଧିକରୁ ଅଧିକ ଦକ୍ଷତାର ସହ ଆଗକୁ ବଢ଼ିପାରିବ ସେଥିପାଇଁ ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରୟାସ କରାଯାଉଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ଶିକ୍ଷା ଓ ନିଯୁକ୍ତି, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026