ନୂତନ ଭତ୍ତା ବାଣ୍ଟିଲ – ବିଧାୟକ

୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଟାଙ୍ଗୀ :-> ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତିକରଣ ବିଭାଗ ଓଡିଶା ସରକାର ପକ୍ଷରୁ ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ରେ ଭତ୍ତା ବଣ୍ଟନ କରାଯାଇଛି । ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରତ୍ୟକ୍ଷ ତତ୍ବାବଧାନରେ ଟାଙ୍ଗୀ ବ୍ଳକ ଉନ୍ନୟନ ଅଧିକାରିଣୀ ରେସ୍ମା ଟେଟେ ଓ ବ୍ଳକ ଅଧକ୍ଷା ରିସ୍ମା ମାନଧାତାଙ୍କ ଉପସ୍ଥିତ ରେ ଭତ୍ତା ବଣ୍ଟନ କରାଯାଇଛି । ଟାଙ୍ଗୀ ବ୍ଳକ ର ୨୬ ପଂଚାୟତର ୨୭୨ ଜଣ ନୂତନ ହିତାଧିକାରୀଙ୍କୁ ବିଧାୟକ ଭତ୍ତା ବଣ୍ଟନ କରିଥିଲେ । ବ୍ଳକରେ ଥିବା ବିଭିନ୍ନ ସମସ୍ୟା ବୁଲି ଦେଖିଥିଲେ ବିଧାୟକ ।

ବ୍ଳକ ରେ ଉପସ୍ଥିତ ବିଭିନ୍ନ ପଂଚାୟତରୁ ଆସିଥିବା ଲୋକଙ୍କ ସମସ୍ୟା ମଧ୍ଯ ବୁଝିଥିଲେ ବିଧାୟକ । ୧୦ ବର୍ଷ ହେଲା ହେଇ ପାରିନଥିବା ଡିଆ ପଂଚାୟତ ନୂତନ ଗ୍ରୁହପାଳିତ ଆଗାମୀ ୩ ମାସ ଭିତରେ କାର୍ଯ୍ୟ ଆରମ୍ଭ ହେବ ବୋଲି ସାମ୍ବାଦିକ ଙ୍କ ପ୍ରଶ୍ନ ର ଉତ୍ତର ଦେଇଥିଲେ । ଜଂକିଆ ପେପସି କଂପାନୀ ରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମସ୍ୟା ସମାଧାନ କରିବାକୁ ମଧ୍ଯ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ l

Exit mobile version