ସରକାରୀ କର୍ମଚାରୀଙ୍କ ଡିଜିଟାଲ ବିଧାନସଭା ଘେରାଉ : ପୁରୁଣା ପେନସନ ଏବଂ ସ୍ୱାସ୍ଥ୍ୟ ବୀମା ଦାବି


ଓଡିଶା ଆନ୍ଦୋଳନ ଇତିହାସରେ ପ୍ରଥମ

୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ବର  :-> ରାଜ୍ୟ ସରକାରଙ୍କ ନିକଟରେ ସରକାରୀ କର୍ମଚାରୀ ଅଭିନବ ଉପାୟରେ ସରକାରଙ୍କୁ ନିବେଦନ କରୁଛନ୍ତି ।ସଂଘର ସଭାପତି ବିଜୟ ମଲ୍ଲଙ୍କ କହିଛନ୍ତି ଆମେ ରାଜ୍ୟ ସରକାରଙ୍କୁ ଆମେ ନିଜର ସରକାରୀ ଦାଯିତ୍ୱ ସମ୍ପାଦନ କରି ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସରକାରୀ କର୍ମଚାରୀ ବ୍ଲକ ଠାରୁ ଲୋକସେବା ଭବନରେ ୪୨ ବିଭାଗର ୫ ଲକ୍ଷ ଓ ଅବସର ନେଇଥିବା ୩ ଲକ୍ଷ ସରକାରୀ କର୍ମଚାରୀ ନା ବର୍ଷାରେ ଭିଜି ଆନ୍ଦୋଳନ କରିଛନ୍ତି ନା ସରକାରୀ କାର୍ଯ୍ୟ ବନ୍ଦ କରି ନା ଭୁବନେଶ୍ୱର ଗାନ୍ଧୀମାର୍ଗ ଆସିବାକୁ ପଡ଼ିନାହିଁ ଅଥଚ ଡିଜିଟାଲ ଆନ୍ଦୋଳନ ମାଧ୍ୟମରେ ମାନ୍ୟବର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳ ନେତା ,ଉପମୁଖ୍ୟମନ୍ତ୍ରୀ ,

ବିଭାଗ ମନ୍ତ୍ରୀ ଏବଂ ନିଜ ନିଜ ଅଂଚଳର ବିଧାୟକ,ସାଂସଦ ମାନଙ୍କୁ କର୍ମଚାରୀ ମାନେ ନିଜ ସୋସିଆଲ ମିଡ଼ିଆ ଯଥା ଟ୍ୱିର୍ଟର ,ଫେସବୁକ ଓ ଇନ୍ଷ୍ଟଗ୍ରାମ ମାଧ୍ୟମରେ ଦାବି ରାଜ୍ୟସରକାରଙ୍କ ନିକଟରେ ଉପସ୍ଥାପନା କରିଛନ୍ତି । ଓଡିଶାକୁ ଛାଡି ବିଭିନ୍ନ ରାଜ୍ୟରେ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ସରକାରୀ କର୍ମଚାରୀ ସ୍ୱାସ୍ଥବୀମା ଲାଗୁ ହୋଇଥିବା ବେଳେ ଓଡିଶାରେ ସରକାରୀ କର୍ମଚାରୀ ମାନଙ୍କ କ୍ଷେତ୍ରରେ ସ୍ୱାସ୍ଥବୀମା ଲାଗୁ ହୋଇନି। ଗତ ନିର୍ବାଚନ ବେଳେ କିଛି ଦଳ ନିଜର ନିର୍ବାଚନୀ ଇସ୍ତାହାର ରେ ଘୋଷଣା କରିଥିଲେ କି ସରକାରକୁ ଆସିଲେ ଆମେ ସ୍ୱାସ୍ଥ୍ୟ ବୀମା ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରିବେ ବୋଲି। ଆର୍ଥିକ ଦୁରାବସ୍ଥା ସମୟରେ ଚିକତ୍ସା ଅଭାବରୁ ବହୁ ଶିକ୍ଷକ ଓ କର୍ମଚାରୀ ଜୀବନ ଯାଇଛି।

ସେହିପରି ପୁରୁଣା ପେନସନ ନିମନ୍ତେ ରାଜ୍ୟସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରି କର୍ମଚାରୀ ମାନେ କହିଛନ୍ତି ଯେ ବିଭିନ୍ନ ରାଜ୍ୟ ଯଥା ଛତିଶଗଡ଼ ,ରାଜସ୍ଥାନ ,ଝାଡ଼ଖଣ୍ଡ ଓ ହିମାଚଳ ପ୍ରଦେଶରେ ପୁରୁଣା ପେନସନ ଲାଗୁ ହୋଇଥିବା ବେଳେ ଓ ଅନ୍ୟ ରାଜ୍ୟରେ ଉଚ୍ଚସ୍ତରୀୟ କମିଟି ଅନୁଧ୍ୟାନ କରୁଥିବା ବେଳେ ଓଡ଼ିଶାରେ କର୍ମଚାରୀ ମାନଙ୍କ ବୃହତ୍ତର ସ୍ୱାର୍ଥ ଲାଗି ପୁରୁଣା ପେନସନ ଲାଗୁ କରିବା ଲାଗି ସଂଗଠନ ର ଅଶ୍ୱିନୀ ଦାସ , ଗୁରୁଃଗୋବିନ୍ଦ ଦଳାଇ ,ପ୍ରଶାନ୍ତ ରାଉତରାୟ , ପ୍ରଦୀପ ପ୍ରଧାନ ,କ୍ଷିତୀଶ ପଣ୍ଡା ପ୍ରମୁଖ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି l

Exit mobile version