Home ଓଡ଼ିଶା ଗାଁ ପରିମଳ ଧୋବା ତୁଠରୁ : ଜିଲ୍ଲା ପରିମଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରୁ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଗାଁ ପରିମଳ ଧୋବା ତୁଠରୁ । ଜିଲ୍ଲା ପରିମଳ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରୁ ଜଣାପଡୁଛି । ସୋମବାର ଓ ମଙ୍ଗଳବାର ଦୁଇଦିନ ଲାଗି ରହିଛି । କଚେରି ବିଦ୍ୟୁତ କାର୍ଯ୍ଯାଳୟ ଠାରୁ ଓକିଲ ସଂଘ କାର୍ଯ୍ଯାଳୟ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଶହ ଫୁଟ ରାସ୍ତା ଜଳମଗ୍ନ ହୋଇଯାଉଛି । ଡ୍ରେନରେ ପାଣି ନିଷ୍କାସନ ସୁବିଧା ନଥିବାରୁ ପାଣି ଲହଡି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଡ୍ରେନରେ ପଡୁଛି । ସେହିପରି ହତା ମଧ୍ଯରେ ଥିବା ଦୁଇଟି ଜଳ ସଂରକ୍ଷଣ ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ଯ ଜାଲିରେ ପଲିଥିନ ଲାଗିବା ଯୋଗୁ ପାଣି ଯାଉନାହିଁ । ଚଟଣି ଭୋଜନାଳୟ ନିକଟକୁ ଯାଉଥିବା ଭିନ୍ନକ୍ଷମ ମହିଳା ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜଳ ସଂରକ୍ଷଣ ଟାଙ୍କି ନିକଟରେ ଅନାବନା ଗଛ ଓ ଘାସ ଥିବାରୁ ଦିନରେ ମାଛି ଓ ରାତିରେ ମଶା ହେଉଛନ୍ତି । ଏନଆଇସି କାର୍ଯ୍ୟାଳୟ ଗେଟ ନିକଟରେ ୨୦ଟି ଓସ୍ତଗଛ ଓ ୩ଫୁଟିଆ ଘାସ ବୁଦା ଆକାରରେ ରହିଛି । ଅନ୍ଯପଟେ ବେଲ ଗଛ ଉଠିଥିବାରୁ ବେଲଗଛ କଣ୍ଟା ଲାଗି ମହିଳାମାନଙ୍କ ଶାଢୀ ଚିରି ଯାଉଥିବା ଅଭିଯୋଗ ହେଉଛି । ପରିମଳ କର୍ମଚାରୀ ଅଳ୍ପ ଟିକିଏ ସଫା କରି ପଳାଉଥିବା ଅଭିଯୋଗ ହେଉଛି । ସେହିପରି ପୁରୁଣା ଲଜିଂହାଉସ ଫଣ୍ଡ କାନ୍ଥକୁ ଲାଗି ଅଳିଆ ଆବର୍ଜନା ଗଦା ହୋଇ ସରୀସୃପଙ୍କ ବାସସ୍ଥଳୀ ପାଲଟିଛି । କିଛି ମାସ ତଳେ ଗୋଟିଏ ଢାମଣା ସାପ ମୋହରିର ଖାନା ଭିତରେ ପସି ଯାଇଥିଲା । ପ୍ରତିଦିନ ଜିଲ୍ଲାପାଳଙ୍କ କର୍ମଚାରୀ, ଶହ ଶହ ଆଇନଜୀବୀ, ମୋହରିର ଓ ଦୈନିକ କାର୍ଯ୍ଯାଳୟକୁ ଆସୁଥିବା ଲୋକମାନେ ପ୍ଯାଣ୍ଟ ଓ ଲୁଗା ଉପରକୁ ଧରି ଯାଆସ କରୁଥିବା ଦେଖିବାକୁ ମିଳୁଛି । ତୁରନ୍ତ ଏହି ସବୁ ସମସ୍ଯାର ସମାଧାନ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content A Rare Achievement by Ranpur’s Son Jagannath Mishra by Proprietor Abhimanyu Maharana August 12, 2026 ଭାପୁର ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଚାପ ଉତେଜନା by Proprietor Abhimanyu Maharana August 12, 2026 ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା by Proprietor Abhimanyu Maharana August 12, 2026 State Panchayati Raj Minister Meets Union Minister to Discuss Housing and Rural Development in Odisha by Proprietor Abhimanyu Maharana August 11, 2026 ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା by Proprietor Abhimanyu Maharana August 11, 2026 Bajaj Finance Conducts Financial Literacy Programs in Rural Odisha by Proprietor Abhimanyu Maharana August 11, 2026