ବାଙ୍ଗରିପୋଷୀ ବନବିଭାଗ ଦ୍ୱାରା ଚୋରା ଶିମିଳି କାଠଗଣ୍ଡି ବେଝେଇ – ପିକପ ଭେନ ଜବତ

୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୁରଭଞ୍ଜ ଜିଲ୍ଲା :-> ବାଙ୍ଗରିପୋଷୀ ବନବିଭାଗ ଦ୍ୱାରା ଚୋରା ଶିମିଳି କାଠଗଣ୍ଡି ବେଝେଇ ପିକପ ଭେନ ଜବତ କରା ଯାଇଥିବା ବେଳେ ଚେରମାନେ ଖସିଯିବାରେ ସକ୍ଷମ ହେଇ ଥିଲେ। ସୂଚନା ମୁତାବକ ଶୀର୍ଷା ସେକ୍ସନର ସରତପାଳ କଲେଜ ନିକଟ ଆମ୍ବ ଗାଡିଆ ନିକଟରେ ଗତ ରାତିରେ WB29-6922 ନମ୍ବର ଗାଡ଼ିରେ

ଚେରା କାଠ ଚାଲାଣ ହେଉଥିବାର ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଗାଡି ଟିକୁ ପିଛା କରି ଧରିବାରେ ସକ୍ଷମ ହେଇଥିବାବେଳେ ଅଭିଯୋଗି ମାନେ କିନ୍ତୁ ଖସିଯିବାରେ ଶକ୍ଷମ ହେଇ ଥିଲେ । ଏହି ଗାଡ଼ିରେ ୫ଟି କାଠ ରହିଥିଲା ଯାହାର ଆନୁମାନିକ ମୂଲ୍ୟ ପ୍ରୟ ୪୦୦୦୦ ହେବ ବଲି ଜଣା ପଡିଥିବା ବେଳେ ଏନେଇ ବାଙ୍ଗରିପୋଷୀ ବନବିଭାଗ ତରଫରୁ ୧୩/୨୪-୨୫ ଏକ ମାମଲା ରୁଜୁ କରା ଯାଇ ଆହୁରି ତଦନ୍ତ କରା ଯାଉଛି।

ବାରିପଦାରୁ -ଗୌର ଦାସ ଗିରି

Exit mobile version