ମୟୂରଭଞ୍ଜ ଜିଲ୍ଲା, କୁଳିଅଣାବ୍ଲକ, ଅଧିନ ଆଡ଼ଶୀଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ : ଶ୍ରେଣୀଗୃହରେ ସିଲିଂ ଫ୍ୟାନ୍ ଖସି ଗୁରୁତର ଛାତ୍ର ଏବେ କଟକରେ ଚିକିତ୍ସାଧୀନ

୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ  :-> ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବ ଅବହେଳା ଯୋଗୁ ଶ୍ରେଣୀଗୃହ ହରେ ପାଠ ପଢାଯାଉଥିବା ସମୟରେ ହଠାତ୍ ଛାତରୁ ସିଲିଂ ଫ୍ୟାନ୍ ଖସି ଗୁରୁତର ହୋଇଥିବା ଚତୁର୍ଥ ଶ୍ରେଣୀର ଛାତ୍ର ଏବେ କଟକ ବଡ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ପ୍ରକାଶ ଯେ କୁଳିଅଣା ବ୍ଲକ ପାରୁଳିଆ ପଞ୍ଚାୟତ ଆଡଶୀଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀଗୃହରେ ପାଠପଢା ଚାଲୁଥିବା ସମୟରେ ଗତ ଶୁକ୍ରବାର ହଠାତ୍ ଛାତରୁ ସିଙ୍ଗି ପ୍ୟାନ ଖସିପଡିଥିଲା। ଯାହାଫଳରେ ଛାତ୍ର ତୋଫାନ ଡାଙ୍ଗୁଆ (୯) ଗୁରୁତର ହୋଇଥିବା ବେଳେ ଅନ୍ୟ କେତେଜଣ ସାମାନ୍ୟ ଆହତ ହୋଇଥିଲେ। ଛାତ୍ରଙ୍କ ପିତା ବଡ ହଳଦିଆକନ୍ଦ ଗ୍ରାମର ମିଥୁନ ଡାଙ୍ଗୁଆଙ୍କ ଅଭିଯୋଗ ଅନୁଯାୟୀ ଗୁରୁତର ଆହତ ଛାତ୍ରଙ୍କୁ ବିଦ୍ୟାଳୟ ପକ୍ଷରୁ କୌଣସି ପ୍ରାଥମିକ ଚିକିତ୍ସା ଦିଆ ନଯାଇ ଘରକୁ ପଠାଇ ଦିଆଯାଇଥିଲା ।

ଯାହାଫଳରେ ରକ୍ତସ୍ରାବ ହୋଇ ନଥିଲେ ମଧ୍ୟ ଫ୍ୟାନ୍ ପଡିଥ‌ିବା ଯୋଗୁ ତୋଫାନଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିବା ସହିତ ଘରେ ପହଂଚିବା ପରେ ବାନ୍ତି ହୋଇଥିଲା। ତେଣୁ ପ୍ରଥମେ ତାକୁ ନିକଟସ୍ଥ କୁଚେଇ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ଯ ଧ୍ଯ ବାରମ୍ବାର ବାନ୍ତି ହେବାରୁ ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥା ସ୍ଥାନାନ୍ତର କରାଯାଇଥି ଯାଇଥିଲା। କିନ୍ତୁ ସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ଗୁରୁତର ହେବାରୁ ତାଙ୍କୁ ଏଠାରୁ ଗତକାଲି କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ସମେତ ଗୁରୁତର ଛାତ୍ରଙ୍କ ପରିବାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ନିମ୍ନମାନର କାର୍ଯ୍ୟରେ ସଂପୃକ୍ତ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଅନ୍ୟଥା ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।

ମୟୂରଭଞ୍ଜ ବାରିପଦା ରୁ ଗୌର ଦାସଗିରି

Exit mobile version