ଜ୍ବାଇଁ ର ଟାଙ୍ଗିଆ ଚୋଟ ରେ ଶାଶୁ ଗୁରୁତର

୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :->  ଜ୍ବାଇଁ ର ଟାଙ୍ଗିଆ ଚୋଟ ରେ ଶାଶୁ ଗୁରୁତର । ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଶିକୁଳିପଦର ପଞ୍ଚାୟତ କଳାମେରୀ ଗାଁ ରେ । ଗାଁ ରେ ମନମନ୍ ବିଷୋୟୀ ଓ ସ୍ତ୍ରୀ ସ୍ୱୋପ୍ନା ବିଷୋୟୀ ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ହୋଇଥିବା ଦେଖି ବାପା ମା ସୋପ୍ନାଙ୍କୁ ନିଜ ଘରେ ଆଣି ରଖିଥିଲେ ।

ଝିଅ ମା ଘରେ ରହିଥିବା ହେତୁ ଅଚାନକ ଘରେ ପଶି ଟାଙ୍ଗିଆ ରେ ଆକ୍ରମଣ କରିଥିଲା ଜ୍ବାଇଁ ମନମନ୍ ବିଷୋୟୀ । ଶାଶୁ ଅନାହଳ ବଣସିଂଙ୍କ ପିଠି ମୁଣ୍ଡ ଓ ବେକକୁ ଟାଙ୍ଗିଆ ରେ ଆକ୍ରମଣ କରିଥିଲା । ସଙ୍ଗେ ସଙ୍ଗେ ଘରେ ଥିବା କିଛି ସମ୍ପର୍କୀୟ ଆକ୍ରମଣ କରିଥିବା ଦେଖି ପାଟି କରିଥିଲେ ପରେ ସେଠାରୁ ସେ ଜ୍ବାଇଁ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ମୋହନା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।

Exit mobile version