ଖୋର୍ଦ୍ଧା ପୋଲିସକୁ ଡକାୟତଙ୍କ ଖୋଲା ଚ୍ୟାଲେଞ୍ଜ

୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ  :-> ଦମ୍ପତିଙ୍କ ଠାରୁ ପିସ୍ତଲ ଏବଂ ଭଙ୍ଗା କାଚବୋତଲ ଦେଖାଇ ସର୍ବୋସ୍ୱ ଲୁଟିନେଲେ 3 ଜଣ ଦୃର୍ବୁତ୍ତ, ହଁ ଆଜ୍ଞା ଏକଥା ସତ ଆମେ କହୁଛୁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଗୋଡ଼ି ଗ୍ରାମର ଡକାୟତିର ଶିକାର ହୋଇଥିବା ବଳରାମ ବେହେରା ଏବଂ ତାଙ୍କ ସ୍ତ୍ରୀ ରିନା ବେହେରାଙ୍କ କଥା, ବଳରାମ ବେହେରା ଏବଂ ତାଙ୍କ ସ୍ତ୍ରୀ ରିନା ବେହେରା ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଗୁଡ଼ୁମ ଗ୍ରାମରେ ଥିବା ଏକ ବ୍ୟାଙ୍କରେ ଯାହାର ନାମ ଵ୍ୟାଙ୍କ ଅଫ ବରୋଦା ରେ ଦୀର୍ଘ ଦିନ ଧରି କାର୍ଯ୍ୟ କରି ଆସୁଛନ୍ତି, ରିନା ବେହେରା ବ୍ୟାଙ୍କ ମିତ୍ର ରୂପେ କାର୍ଯ୍ୟରତ ଥିଲା ବେଳେ ବଳରାମ ବେହେରା ବିଜିନେସ କରେସପଣ୍ଡେଣ୍ଟ (B.C ) ରୂପରେ କାର୍ଯ୍ୟ କରି ଆସୁଥିଲେ ,

ଦୁଇ ଜଣ ଦମ୍ପତି ସବୁଦିନ ସ୍କୁଟି ଧରି ନିଜ ଗ୍ରାମ ଗୋଡ଼ିରୁ ଗୁଡ଼ୁମ୍ ବାଙ୍କ ଅଫ ବରୋଦା କୁ ଯିବା ଆସିବା କରନ୍ତି,ହଟାତ ଦିନେ ବାଙ୍କ କାମ ସାରି ଘରକୁ ଫେରୁଥିବା ବେଳେ କୋକସିଂ ଗ୍ରାମ ନିକଟରେ ତିନି ଜଣ ଦୃର୍ବୁତ୍ତ ଏକ କଳା ପଲସର୍ ରେ ଆସି ପିସ୍ତଲ ଏବଂ ଭଙ୍ଗା କାଚ ବୋତଲ ଦମ୍ପତିଙ୍କ ପେଟରେ ଲଗାଇ ଲୁଟିନେଲେ ଏକ ଲକ୍ଷ ସତୁରୀ ହଜାର ଟଙ୍କା, ଲାପଟପ୍ ଏବଂ ସ୍କୁଟି , ଦମ୍ପତି କିଛି ନବିଚାରି ପାଟିକରିବାରୁ ଗ୍ରାମ ବାସୀ ପହଞ୍ଚିବା ପୂର୍ବରୁ ଚମ୍ପଟ୍ ମାରିଥିଲେ ଦୃର୍ବୁତ୍ତ, ସେଠୁ ଗ୍ରାମ ବାସୀ ସଦର ଥାନାକୁ ଖବର ଦେଇଥିଲେ , ସଙ୍ଗେ ସଙ୍ଗେ ସଦର ଥାନା ଆସି ପହଞ୍ଚି ବୁଝା ବୁଝି କରିଥିଲେ,

ଏବଂ ବଳରାମ ବେହେରା ଏବଂ ତାଙ୍କ ସ୍ତ୍ରୀ ରିନା ବେହେରା ସଙ୍ଗେ ସଙ୍ଗେ ସଦର ଥାନା ଯାଇ ଏକ F.I.R ରଜୁ କରିଥିଲେ , ଏବଂ ତା ପରଦିନ ବୋଲଗଡ଼ ବଜାରରୁ ତାଙ୍କ ସ୍କୁଟିଟି ମିଳିଯାଇଥିଲା, କିନ୍ତୁ ଏଠୀ ଜନସାଧାରଣରେ ଚର୍ଚ୍ଚା ହେଉଛି କି ଦେଢ଼ ମାସ ବିତି ଗଲାଣି ଏପର୍ଯ୍ୟନ୍ତ ଦୋଷୀ ଧରାଗଲା ନାହିଁ, ସେହି ଉଦ୍ଦେଶ୍ୟରେ ନ୍ୟାୟ ମାଗିବା ପାଇଁ ସ୍ଵାମୀ ସ୍ତ୍ରୀ ଦୁଇ ଜଣ ଖୋର୍ଦ୍ଧା ଏସପିଙ୍କ ଦ୍ୱାରସ୍ତ ହୋଇଥିଲେ, ଏସପିଙ୍କୁ ସାକ୍ଷାତ କରି ନିଜର ନ୍ୟାୟ ଆଶାରେ ଗୁହାରି ଜଣାଇ ଥିଲେ ଦୋଷୀକୁ କେବେ ଧରାହେବ ଏବଂ ତାଙ୍କର ଟଙ୍କା , ଲାପଟପ୍ ସେ କେବେ ପାଇବେ ଏବଂ ଏସପି ଦମ୍ପତିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି ବହୁତ ଜଲଦି ଦୋଷୀଙ୍କୁ ଧରାଯିବ ଏବଂ ସେମାନଙ୍କ ପ୍ରତି ଆଇନ୍ ଗତ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ,

Exit mobile version