ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ ଭାବରେ ପ୍ରଦୀପ ବେହେରା ଙ୍କ ଦାୟିତ୍ବ ଗ୍ରହଣ

୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଖୋର୍ଦ୍ଧା-ଜଟଣୀ  :-> ଇଷ୍ଟ କୋଷ୍ଟ ରେଲୱେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ପରିଚାଳନା) ଭାବେ ଶ୍ରୀ ପ୍ରଦୀପ କୁମାର ବେହେରା ଦାୟିତ୍ଵ ଗ୍ରହଣ କରିଛନ୍ତି । ସେ,ଏହା ପୂର୍ବରୁ ପୂର୍ବତଟ ରେଳବାଇ, ଭୁବନେଶ୍ୱରରେମୁଖ୍ୟ ବୈଦ୍ୟୁତିକ ଇଞ୍ଜିନିୟର (ନିର୍ମାଣ) I  ଭାବରେ କାର୍ଯ୍ୟ କରୁଥିଲେ । ଶ୍ରୀ ପ୍ରଦୀପ ବେହେରା ୧୯୯୮ ବ୍ୟାଚ୍ ଅଫ୍ ଇଣ୍ଡିଆନ୍ ରେଲୱେ ସର୍ଭିସେସ୍ ଅଫ୍ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ (IRSEE) ଅଟନ୍ତି ।

ସେ ଏନଆଇଟି, ରାଉରକେଲା ରେ ବି-ଟେକ୍ କରିଛନ୍ତି । ସେ ପୂର୍ବତଟ ରେଳବାଇରେ ବିଭିନ୍ନ କ୍ଷମତାରେ କାର୍ଯ୍ୟ କରିଛନ୍ତି ଯଥା ମୁଖ୍ୟ ବଦ୍ୟୁତିକ ଇଞ୍ଜିନିୟର (ନିର୍ମାଣ) ବରିଷ୍ଠ ମଣ୍ଡଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର (ଅପରେସନ୍) ଖୋର୍ଦ୍ଧାରୋଡ଼ ଏବଂ ବରିଷ୍ଠ ମଣ୍ଡଳ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର (ଜେନେରାଲ୍) ଖୋର୍ଦ୍ଧାରୋଡ଼ ଇତ୍ୟାଦି। ଶ୍ରୀ ବେହେରାଙ୍କ ଯୋଗଦାନରେ କର୍ମଚାରୀ ମହଲରେ ଖୁସିର ଲହରୀ ପରିଲକ୍ଷିତ ହେଉଛି ।

Exit mobile version