Home ଅପରାଧ ଯୁବତୀଙ୍କୁ ପ୍ରେମ ଓ ପ୍ରତାରଣା : ବରକୁ ଉଠାଇ ନେଲା ପୋଲିସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୩ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> ବାହାଘର ସରିଥିଲା । ବର ଘରକୁ କନିଆ ଆସି ସାରିଥିଲା । ବିଧି ମୁତାବକ ଘରେ ସବୁ କାର୍ଯ୍ୟ ଚାଲିବା ସହ ଭୋଜିର ଆୟୋଜନ ହୋଇଥିଲା । ଗ୍ରାମବାସୀ, ବନ୍ଧୁ ବାନ୍ଧବ ଏବଂ ଝିଅ ଘର ଲୋକେ ଭୋଜିରେ ମଧ୍ୟ ସାମିଲ ହୋଇଥିଲେ। ଖାଇପିଇ ସାରିବା ପରେ ଖୁସିର ମାହୋଲରେ ହଠାତ୍ ବରକୁ ଉଠାଇ ନେଇଗଲା ପୋଲିସ । ଜଣେ ଝିଅକୁ ପ୍ରେମ କରି ପ୍ରତାରଣା କରିବା ଅଭିଯୋଗରେ ସୋମବାର ବରକୁ କୋର୍ଟ ଚାଲାଣ କରାଯାଇଛି । ଏହା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ ବାରିକୁମ୍ପା ଅଞ୍ଚଳରେ । ପ୍ରକାଶ ଯେ, ବାରିକୁମ୍ପା ଗ୍ରାମର ସୌରଭ ପ୍ରଧାନଙ୍କ ସହ ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ୨୦୧୧ରୁ ଦେଖା ସାକ୍ଷାତ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉଭୟ ବିବାହର ନିଷ୍ପତ୍ତି ନେଇ କଟକର ଏକ ମନ୍ଦିରରେ ଲୁଚି ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିଚ୍ଛେଦ ହୋଇଥିଲା । ଗତ ୧୪ ତାରିଖରେ ସୌରଭ ଗଞ୍ଜାମ ଅଞ୍ଚଳର ଜଣେ ଝିଅକୁ ରୀତିନୀତି ଅନୁସାରେ ବିବାହ କରିଥିଲେ । ନିଜ ବାସଭବନରେ ରବିବାର ରାତିରେ ଭୋଜନର ଆୟୋଜନ କରିଥିଲେ । ଏହି ସମୟରେ ପୋଲିସ ପହଞ୍ଚି ତାଙ୍କୁ ଗିରଫ କରିଥିଲା । ପୂର୍ବରୁ ପ୍ରେମ କରୁଥିବା ଯୁବତୀ ଜଣକ ଏ ନେଇ ଖଜୁରିପଡ଼ା ଥାନାରେ ଏତଲା ଦେଇଥିଲେ । ଏ ନେଇ ନଂ.୧୧୩/୨୪ରେ ମାମଲା ରୁଜୁ ହୋଇଛି । ସୌରଭଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଚାପଧାରୀ ପ୍ରଧାନ ସୂଚନା ଦେଇଛନ୍ତି । Categories: ଅପରାଧ, ଓଡ଼ିଶା, କନ୍ଧମାଳ, ହୋମ୍ Related Content ବ୍ୟକ୍ତିତ୍ୱ ବିକାଶ ହିଁ ସଫଳତାର ଚାବିକାଠି : ଶକ୍ତିଶ୍ରୀ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 ନକଲି ଏମ୍ଭିଆଇ ଅଧିକାରୀ ଗିରଫ by Proprietor Abhimanyu Maharana September 20, 2026 ଡିଜେ ସାଉଣ୍ଡରେ ଅସ୍ତବ୍ୟସ୍ତ ଜନଜୀବନ : ହୃଦ୍ରୋଗୀଙ୍କ ପାଇଁ ବିପଦ, ମେଡିକାଲରେ ରୋଗୀଙ୍କ ଚିକିତ୍ସାରେ ବାଧା by Proprietor Abhimanyu Maharana September 20, 2026 ଜନଭାଗିଦାରୀ ରେ ସ୍ବଛତା ଦୀର୍ଘସ୍ଥାୟୀ : ଉପ ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 20, 2026 ଆଶ୍ରୟ ପକ୍ଷରୁ ସମୁଦ୍ରକୂଳ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ by Proprietor Abhimanyu Maharana September 20, 2026 କଣ୍ଟାବାଞ୍ଜି, ବିଶ୍ଵକର୍ମା ପୂଜାଭଷାଣି by Proprietor Abhimanyu Maharana September 20, 2026