ସୈଖିନ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ଯଶିପୁର ପୋଲିସ କରଞ୍ଜିଆ, ମୟୂରଭଞ୍ଜ

୨୨  ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୂରଭଞ୍ଜ  :->  ଯଶିପୁର ପୋଲିସକୁ ମିଳିଛି ବଡ଼ ସଫଳତା , ଗଞ୍ଜେଇ ଭର୍ତ୍ତି ଗାଡ଼ି ଜବତ,୩ ଗଞ୍ଜେଇ ମାଫିଆ ଗିରଫ, କିଛି ଦିନ ବ୍ୟବଧାନରେ ପୁଣି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଗଞ୍ଜେଇ ମାଫିଆଙ୍କୁ ଗଡ଼େଇ ଗଡ଼େଇ ଧରିଛି ଯଶିପୁର ପୋଲିସ, ଆଜି ସକାଳୁ କଟକ ଜିଲ୍ଲା ବଡ଼ମ୍ବା କୋଷିକିଆରି ଅଞ୍ଚଳରୁ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ୪୯ ନଂ ଜାତୀୟ ରାଜପଥ କଡ଼ରେ ଛକି ବସିଥିଲା ଯଶିପୁର ପୋଲିସ,

ହଠାତ୍ ପୋଲିସ୍ କୁ ଦେଖି ମାଫିଆ ମାନେ ଗାଡ଼ି ବୁଲାଇ ଯଶିପୁର ଥାନା ଅଙ୍ଗାରପଦା ଗାଆଁ ରାସ୍ତାରେ ପଶିଯାଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଯଶିପୁର ପୋଲିସ ଗଡ଼େଇ ଗଡ଼େଇ ସେମାନଙ୍କୁ ମସିଣାବିଲା ଗାଁ ମୁଣ୍ଡରେ ଧରିବାରେ ସଫଳ ହୋଇଛି , ସେମାନଙ୍କ ଠାରୁ ୨ଟି ଗାଡ଼ି ଓ ୧ କ୍ୟୁଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷରୁ ଉର୍ଦ୍ଧ ହେବ,ତେବେ ପୋଲିସ ୩ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତ ମାନେ ମାଣିଆବନ୍ଧ ଥାନା ଅଞ୍ଚଳର ଅଭୟ ରାଉତ, ସିଦ୍ଧେଶ୍ଵର ସାହୁ ଓ ନିରାକାର ସାହୁ ବୋଲି ଜଣା ପଡିଛି, ଏ ନେଇ ଯଶିପୁର ପୋଲିସ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜ ବାରିପଦା ରୁ ଗୌର ଦାସଗିରି

Exit mobile version