ବିଶ୍ୱ ଗୁରୁ ଦିବସରେ ଲକ୍ଷେଶ୍ୱର ହାଇସ୍କୁଲର ୨୦୦୨ ବ୍ୟାଚର ଛାତ୍ରଛାତ୍ରୀ ଗୁରୁପୂଜନ କଲେ

୨୨  ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  କଟକ :->  କଟକ ସଦର ଥାନା ଫୁଲନଖରା ଛକଠାରେ ଥିବା ଲକ୍ଷେଶ୍ୱର ସରକାରୀ ହାଇସ୍କୁଲର ୨୦୦୨ ମସିହା ବ୍ୟାଚର ଛାତ୍ରଛାତ୍ରୀ ମାନେ ବିଶ୍ୱ ଗୁରୁଦିବସ ପାଳନ ଆବସରେ ଗୁରୁ ପୂଜନ କରିବା ସହିତ ବନ୍ଧୁ ମିଳନରେ ଏକତ୍ରିତ ହୋଇଥିଲେ । ଦୀର୍ଘ ୨୨ ବର୍ଷ ପରେ ସମସ୍ତ ଛାତ୍ରଛାତ୍ରୀ ରବିବାର ଦିନ ବିଦ୍ୟାଳୟରେ ଏକତ୍ରିତ ହୋଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସେମାନଙ୍କୁ ପାଠ ପଢ଼ାଇଥିବା ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କୁ ଅତିଥି ଭାବେ ନିମନ୍ତ୍ରିତ କରିଥିଲେ ।

ଆୟୋଜିତ ଗୁରୁପୂଜନ ଏବଂ ବନ୍ଧୁମିଳନ ଉତ୍ସବରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ କୁମାର ଜେନା, ଶରତ ଚନ୍ଦ୍ର ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ଦାଶ, ଉତ୍ତମ କୁମାର ସାହୁଙ୍କୁ ଛାତ୍ରଛାତ୍ରୀ ମାନେ ଗୁରୂ ପୂଜନ କରିବା ସହିତ ଉତ୍ତରୀୟ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶିକ୍ଷକମାନେ ପୁରାତନ ଛାତ୍ରଛାତ୍ରୀଙ୍କୁ ଆଶୀର୍ବାଦ କରିବା ସହିତ ସେମାନଙ୍କର ଭବିଷ୍ୟତ ଉଜ୍ୱଳମୟ ହେଉ କାମନା କରିଥିଲେ । ଛାତ୍ର ରଶ୍ମିରଞ୍ଜନ ମିଶ୍ର, ସରୋଜ ପଟ୍ଟନାୟକ, ସୂର୍ଯ୍ୟକାନ୍ତ ବରାଳ, ମନୋଜ ପଟ୍ଟନାୟକ , ରାକେଶ ମହାନ୍ତି ,ଦୂର୍ଯ୍ୟଧନ ସାହୁ ,

ସୋମନାଥ ବେହେରା, ସୋମନାଥ ବେହେରା ,ଲିଙ୍କନ ମହାନ୍ତି , ଆରୁପ ରାୟ , ବିଶ୍ୱଜିତ ସ୍ୱାଇଁ , ଛାତ୍ରୀ ଲିପିକା ବେହେରା, ସରିତା ସ୍ୱାଇଁ , ପିସପିତା ମହାପାତ୍ର , ଗୁଣ୍ଡୁରୀ ଜେନା, ଇପସିତା ମହାପାତ୍ର ପ୍ରମୁଖ ସମସ୍ତ ଛାତ୍ରଛାତ୍ରୀ ଗୁରୁ ପୂଜନ ଏବଂ ବନ୍ଧୁ ମିଳନରେ ଯୋଗ ଦେଇ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିଥିଲେ । ଶେଷରେ ଦୀର୍ଘ ଦିନ ବ୍ୟବଧାନ ପରେ ସ୍କୁଲ ପରିସରରେ ଏକାଠି ବସି ଭୋଜିଭାତ ଖାଇବାର ସୁଯୋଗ ପାଇଥିଲେ ।

Exit mobile version