ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ହିଞ୍ଜିଳିକାଟୁ :- ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳିକାଟୁ ପୌରାଂଚଳ ବସ ଟର୍ମିନାଲ ନିକଟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସମ୍ମୁଖ ଏକ ହୋଟେଲର ଗୋଦାମ ଘର ଓ ରୋଷେଇଶାଳାରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି । କରୋନା ଯୋଗୁଁ ଦୀର୍ଘ ୪ମାସ ଧରି ହୋଟେଲ ପ୍ରତିଷ୍ଟାନ ବନ୍ଦ ରହିଥିଲା । ଫଳରେ ଦୀର୍ଘ ଦିନ ହେଲା ଗୋଦାମଘର ବନ୍ଦ ଥିଲା । ରବିବାର ସନ୍ଧ୍ୟାରେ ସଂପୃକ୍ତ ପ୍ରକୋଷ୍ଠରୁ ନିଆଁ ଲାଗି ଧୂଆଁ ବାହାରୁଥିବାର ଦେଖି କିଛି ଲୋକେ ଦୋକାନ ମାଲିକ ଶିବରାମ ଗୌଡ଼ ଓ ହିଞ୍ଜିଳି ଅଗ୍ନିଶମ ବାହୀନିଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଚିଂ ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡରେ ବହୁ ଆସବାପତ୍ର ସହ ବୈଦ୍ୟୁତିକ ସରଞ୍ଜାମ ଓ ଶୁଖିଲା ଖାଦ୍ୟ ପୋଡ଼ି ଯାଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ସଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । (ରିପୋର୍ଟ- ଶେଷଦେବ ସାହୁ)
ହୋଟେଲ ଗୋଦାମ ଘରେ ଅଗ୍ନିକାଣ୍ଡ

- Categories: Uncategorized, ଓଡ଼ିଶା, ହୋମ୍
Related Content
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ
by
Proprietor Abhimanyu Maharana
May 15, 2026
'ସଙ୍ଗୀତଧାରା' ଭକ୍ତିସଙ୍ଗୀତ ପ୍ରତିଯୋଗିତା, ୨୦ରେ ଫାଇନାଲ
by
Proprietor Abhimanyu Maharana
May 15, 2026
ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ଶାନ୍ତିର ରାଜ୍ୟକୁ ବିଗାଡି ଦେଲାଣି ବିଜେପି ସରକାର
by
Proprietor Abhimanyu Maharana
May 15, 2026
ସଂପର୍କ ଓ ପ୍ଲକର ମିଳିତ ଉଦ୍ୟମରେ ମୋ ଓଡ଼ିଶା କାହାଣୀ ସାମୁହିକ ଗଳ୍ପ କଥନ କର୍ମଶାଳା
by
Proprietor Abhimanyu Maharana
May 15, 2026
ପୁରୀଜିଲ୍ଲା ବିଜେଡି ପକ୍ଷରୁ ଏସପି ଅଫିସ ଆଗରେ ବିକ୍ଷୋଭ
by
Proprietor Abhimanyu Maharana
May 15, 2026
ବ୍ରହ୍ମଗିରି ପଣସପଦା ଠାରୁ ୮୫ଟି ପାଣି ପାଉଚ ଭର୍ତ୍ତି ଥିବା ବ୍ଯାଗ ଜବତ
by
Proprietor Abhimanyu Maharana
May 15, 2026