Home ଓଡ଼ିଶା ସ୍କୁଲ୍ ବସରେ ଅଗ୍ନି ନିରାପତ୍ତା ନିୟମର କଡ଼ା ଅନୁପାଳନ ପାଇଁ ନିର୍ଦ୍ଦେଶନାମା ଜାରି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ନିୟମିତ ହେବ ଯାଞ୍ଚ, ଖିଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶୂନ୍ୟ ସହନଶୀଳତା ନୀତି ସମସ୍ତ ଆରଟିଓଙ୍କୁ ପରିବହନ କମିସନରଙ୍କ ଚିଠି ୨୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ (ସିଏମ୍ଭିଆର୍) ୧୯୮୯ର ଧାରା ୧୨୫ସି ଅନୁଯାୟୀ ସମସ୍ତ ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ହେବା ଅନିବାର୍ଯ୍ୟ । ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନି ନିରାପତ୍ତା ନିୟମ ଠିକ୍ ଭାବରେ ପାଳନ ହେଉଛି କି ନାହିଁ ସେ ସଂପର୍କରେ ବିଭିନ୍ନ ସମୟରେ ରାଜ୍ୟ ପରିବହନ ପ୍ରାଧିକରଣ ପଦକ୍ଷେପ ଗ୍ରହଣ କରି ଆସିଥିବାବେଳେ ଆଗକୁ ଏହାକୁ ଅଧିକ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି । ସ୍କୁଲ ବସ୍ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯିବ । ସମସ୍ତ ଜୋନ୍ ଉପପରିବହନ ଆୟୁକ୍ତ ଏବଂ ଆଞ୍ଚଳିକ ପରିବହନ ଅଧିକାରୀମାନେ ନିୟମିତ ଭାବେ ଏହାର ଯାଞ୍ଚ କରିବେ । କୌଣସି ସ୍କୁଲ ବସ୍ ଏହାର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ନିଜ ନିଜ ଅଞ୍ଚଳରେ ଏହି ନିୟମ ଅନୁପାଳନକୁ ସୁନିଶ୍ଚିତ କରିବା ନିମନ୍ତେ ମୋଟର ଯାନ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ବସରେ ଫାୟାର ଡିଟେକ୍ସନ୍ ଆଲାର୍ମ ସିଷ୍ଟମ୍ (ଏଫ୍ଡିଏଏସ୍), ଫାୟାର ଡିଟେକ୍ସନ୍ ସପ୍ରେସନ୍ ସିଷ୍ଟମ୍ (ଏଫ୍ଡିଏସ୍ଏସ୍) ଓ ଫାୟାର ଆଲାର୍ମ ପ୍ରୋଟେକସନ୍ ସିଷ୍ଟମ୍ (ଏଫ୍ଏପିଏସ୍) ବ୍ୟବସ୍ଥା ଆବଶ୍ୟକ ଭାବେ ଲାଗୁ କରିବାକୁ ବାଧ୍ୟତାମୂଳକ ନିୟମ ରହିଛି । ଅଗ୍ନି ଅଘଟଣ ରୋକିବା ଓ ମୁକାବିଲା ଦିଗରେ ଏହା ସହାୟକ ହୋଇଥାଏ । ତେଣୁ ବସରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁିପୂର୍ଣ୍ଣ । କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ନିୟମ ୧୨୫ସି ଅନୁସାରେ ସମସ୍ତ ସ୍କୁଲ ବସରେ ଏଆଇଏସ୍ ୧୩୫ ଆଧାରରେ ଏହି ଅଗ୍ନି ନିରାପତ୍ତା ବ୍ୟବସ୍ଥା ସଠିକ୍ ଭାବେ ଅନୁପାଳନ ହେବା ଆବଶ୍ୟକ । ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଅନୁବନ୍ଧିତ ହୋଇ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥିବା ବସ୍ ମାଲିକମାନେ ଏହି ନିୟମ ନିଶ୍ଚିତ ଭାବରେ ପାଳନ କରିବା ନିମନ୍ତେ ଆଇନରେ ପ୍ରାବଧାନ ରହିଛି । କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି କୌଣସି ଅଣଦେଖାକୁ ବରଦାସ୍ତ କରାଯିବ ନାହିଁ ବୋଲି ଦର୍ଶାଯାଇ ନିୟମ ଉଲ୍ଲଙ୍ଘନ କରୁଥିବା ବସ୍ଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ ରଦ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏକ୍ଷେତ୍ରରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ରାଜ୍ୟ ପରିବହନ କମିସନର ଶ୍ରୀ ଠାକୁର ନିର୍ଦ୍ଦେଶ ଦେଇଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026