ମୂଖ୍ୟମନ୍ତ୍ରୀ ମୋହନ ମାଝି କୁଂ ଦାବିପତ୍ର ଦେଲେ ବୃତ୍ତଂଗ ବିସ୍ଥାପିତ ସଂଗ୍ରାମ ସମିତି

୨  ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତରେ ବୃତଙ୍ଗ ନଦୀ ଉପରେ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ କୁ ଦ୍ଵିତୀୟ ପର୍ଯ୍ୟାୟର ପରିବେଶ ମଞ୍ଜୁରୀ ମିଳିଥିବା ବେଳେ, ବୁଡି ଅଞ୍ଚଳ ରେ ବସବାସ କରୁଥିବା ଆଦିବାସୀ ହରିଜନ ଜନ ସାଧାରଣ, ମୂଖ୍ୟମନ୍ତ୍ରୀ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରି ଥିଲେ l

ବୃତଙ୍ଗ ବିସ୍ଥାପିତ ମଞ୍ଚ ର ସଭାପତି ସତ୍ୟ ନାରାୟଣ ସାହୁ, ସମ୍ପାଦକ ଗୋବିନ୍ଦ ନାୟକ, ଦିଲ୍ଲୀପ ସାହୁ, ଚରଣ ମାଝି, ପ୍ରଫୁଲ୍ଲ କୁମାର ନାୟକ, ସୁଦର୍ଶନ ପୃଷ୍ଟି, ବରୁଣ ନାୟକ, ଅନିଲି ସାହାଣୀ, ବିଦ୍ୟା ଧର ମଲ୍ଲିକ, ପ୍ରତାପ ନାୟକ, ଦୟାନିଧି ଭୋଇ, କିଶୋରୀ ନାୟକ, ଶାନ୍ତନୁ ନାୟକ,ଦଶପଲ୍ଲା ର ଭାଜପା ନେତା ରାଘବ ମଲ୍ଲିକ ନେତୃତ୍ଵ ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦରଖାସ୍ତ ପ୍ରଦାନ କରି ଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ କହିଲେ ଯେ , ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ବିସ୍ଥାପିତ ସଂଗଠନ ଙ୍କୁ ନେଇ ଆଲୋଚନା କରାଯିବ ଏବଂ ସମ୍ପୂର୍ଣ ଥଇଥାନ ପ୍ୟାକେଜ ଘୋଷଣା କରାଯାଇ ବୃତଙ୍ଗ ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।

Exit mobile version