Home ଓଡ଼ିଶା ଓ.ଡି.ଏମ୍. ସ୍କୁଲରେ ବିଶ୍ୱ ଯୁବ ଦକ୍ଷତା ଦିବସ ଅନୁଷ୍ଠିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଓ.ଡି.ଏମ୍. ଗ୍ଲୋବାଲ ସ୍କୁଲ ଏବଂ ପବ୍ଲିକ ସ୍କୁଲ ପରିସରରେ ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୨୪ ପାଳିତ ହୋଇଯାଇଅଛି । ଓ.ଡି.ଏମ୍. ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ଡକ୍ଟର ସତ୍ୟବ୍ରତ ମୀନକେତନଙ୍କ ପୌରୋହିତ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓ.ଡି.ଏମ୍. ଗ୍ଲୋବାଲ ସ୍କୁଲରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡଃ. ସଂଘମିତ୍ରା ଦାଶ, ସନ୍ଦୀପ କୁମାର ମୁଖାର୍ଜୀ ପ୍ରିୟଙ୍କା ସାହୁ ଉପସ୍ଥିତ ରହି ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଯୁବକମାନଙ୍କ ମଧ୍ୟରେ ଦକ୍ଷତାର ବିକାଶ ସହିତ ବିଶ୍ୱରେ ଏ.ଆଇ.ର ଭବିଷ୍ୟତ, ବ୍ୟବହାର ଓ ଆବଶ୍ୟକତା ବିଷୟରେ ନିଜ ନିଜର ମତ ଉପସ୍ଥାନା କରିଥିଲେ । ଶେଷରେ ବିଦ୍ୟାଳୟର ଅଳ୍ପ ଥଧ୍ଯକ୍ଷା ଶୈଳେନ୍ଦ୍ର କୁମାରୀ ଯୁବ ଦକ୍ଷତାର ଆବଶ୍ୟକତା ଓ ତାହାର ବ୍ୟବହାର ବିଷୟରେ ସୂଚନା ପ୍ରଦାନ କରିଥିଲେ । ସେହିପରି, ଓ.ଡି.ଏମ୍. ବ୍ଲିକ ସ୍କୁଲରେ ଅନୁଷ୍ଠିତ ଅନ୍ୟ ଏକ କାର୍ଯ୍ୟକ୍ରମରେ ଶିକ୍ଷା-ନିର୍ଦ୍ଦେଶକ ଡ. ଆର୍ତତ୍ରାଣ ମିଶ୍ର ଯୋଗଦେଇ, ଏହିପରି କାର୍ଯ୍ୟକ୍ରମ ଯୁବକମାନଙ୍କ ପ୍ରତିଭାର ବିକାଶ କରିବା ସହିତ ଚାକିରି ଓ ଉଦ୍ୟୋଗ ସୃଷ୍ଟି କରିପାରିବ ବୋଲି କହିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ଇନ୍ଦୁମତୀ ରାୟଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର-ଛାତ୍ରୀ, ଶିକ୍ଷକ- ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ଛାତ୍ର-ଛାତ୍ରୀମାନେ କୌଶଳ ବିକାଶ ସମ୍ପର୍କରେ ନିଜ ନିଜର ଅଭିମତ ରଖିବା ସହ ବିଭିନ୍ନ କ୍ରିୟାକଳା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଉପାଧକ୍ଷା ଡ. ସନ୍ଧ୍ୟାରାଣୀ ସ୍ୱାଇଁ ଯୁବଶକ୍ତିମାନଙ୍କୁ କୁଶଳୀ ହେବାର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026