ଯୁଯୋମୁରା ପଞ୍ଚାୟତ ସମିତି ର ପ୍ରଥମ ସାଧାରଣ ଅଧିବେଶନ ଅନୁଷ୍ଠିତ  

୨୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ସମ୍ବଲପୁର :-> ରେଢ଼ାଖୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୁଯୋମୁରା ପଞ୍ଚାୟତ ସମିତି ର ପ୍ରଥମ ସାଧାରଣ ଅଧିବେଶନ ଶୁକ୍ରବାର ଦିବା ଘ.୧୧. ୩୦ମି. ସମୟରେ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି I ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ନାୟକଙ୍କ ଅଧ୍ୟକ୍ଷତାରେ ସମିତି ଅଧୀନସ୍ଥ ୧୮ ଟି ପଞ୍ଚାୟତର ସମିତିସଭ୍ୟ ଏବଂ ସରପଞ୍ଚଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ସ୍ଥାନୀୟ ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ଳକସ୍ତରୀୟ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ର ପ୍ରସ୍ତୁତି ସଂକ୍ରାନ୍ତରେ ଆଲୋଚନା କରିଛନ୍ତି I

ବୈଠକରେ ଜନ ପ୍ରତିନିଧି ମାନେ ବାରମ୍ବାର ଉତ୍ଥାପନ କରୁଥିବା ବିଭିନ୍ନ ପ୍ରସଙ୍ଗ କୁ ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରି ଜନ ପ୍ରତିନିଧି ମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ I ବୈଠକରେ ଅନୁଦାନ ଗୁଡିକ କିଭଳି ଭାବେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ରେ ବିନିଯୋଗ ହେବ ସେ ନେଇ ପ୍ରସ୍ତୁତି ଖସଡା ଉପରେ ବିଧାୟକ ଶ୍ରୀ ଆଚାର୍ଯ୍ୟ ଗୁରୁତ୍ବାରୋପ କରିଥିଲେ I

ସେହିପରି କୃଷି, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଆଦି ବିଭାଗ ର ବିଭିନ୍ନ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା ହୋଇଥିଲା I ଏହି ବୈଠକ ରେ ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ବ୍ଲକ ପ୍ରତିନିଧି ମୁନୁ ମିଶ୍ର, ଜ଼ିଲ୍ଲା ପରିଷଦ ଉପ ସଭାପତି ମାଧବ ମିର୍ଦ୍ଧା, ଜ଼ିଲ୍ଲା ପରିଷଦ ସଦସ୍ୟ କବିତା ସାହୁ, ବ୍ଲକ ଉପାଧ୍ୟକ୍ଷା ମନ୍ଦାକିନୀ ବିଶ୍ୱାଳ, ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ବିଜୟ ସାଏ, ତହସିଲଦାର ସ୍ୱାଧୀନ ବେହେରା, ଉପ ଗୋଷ୍ଠୀ ଉର୍ନ୍ନୟନ ଅଧିକାରୀ ପ୍ରଜ୍ଞା ପାଣିଗ୍ରାହୀ ତଥା ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ I

Exit mobile version