ସ୍ମରଣିକା ଉନ୍ମୋଚନ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ

୨୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ପବିତ୍ର ଗୁରୁ ପୂର୍ଣ୍ଣିମା ତିଥିରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅର୍ନ୍ତଗତ ଝାଡପଡା ଗ୍ରାମର ନୀଳକଣ୍ଠେଶ୍ଵର ଦେଵ ବିଦ୍ୟାପୀଠ ପରିସରରେ ବିଦ୍ୟାଳୟ ସ୍ମରଣିକା “ଅନୁଭୂତିରେ ଆମ ବିଦ୍ୟାଳୟ”ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି । ୧୯୫୦ମସିହାରୁ ଗଠିତ ପ୍ରାଥମିକ ବିଦ୍ୟାଳୟ ଓ ୧୯୮୭ ମସିହାରେ ଗଠିତ ନୀଳକଣ୍ଠେଶ୍ଵର ଦେଵ ବିଦ୍ୟାପୀଠ ଗଠନର ଇତିବୃତି ସଂପର୍କିତ ସ୍ମରଣିକା ଉନ୍ମୋଚନ ସହିତ ଉଭୟ ବିଦ୍ୟାଳୟରୁ ଅବସର ପ୍ରାପ୍ତ, ଦିବଙ୍ଗତ ତଥା ଅଧୁନା କାର୍ଯ୍ୟରତ ୭୦ ଜଣ ଗୁରୁ,ଗୁରମାଂକୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ତତ୍ ସହିତ ବିଦ୍ଯାଳୟ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମସ୍ତ ମହାନ ବ୍ୟକ୍ତିତ୍ଵ ତଥା ନିକଟବର୍ତ୍ତୀ ହାଇସ୍କୁଲ ମାନଙ୍କରୁ ଅବସର ନେଇଥିବା ଗୁରୁଜୀମାନେ ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ, ମୁଖ୍ୟ ବକ୍ତା ରଣପୁର ବ୍ଲକ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ବନଲତା ବେହେରା, ସମ୍ମାନୀତ ଅତିଥି ଅବସରପ୍ରାପ୍ତ ପ୍ରଫେସର ବିଜୟ କୁମାର ଜେନା ଓ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ରଥ ଯୋଗଦେଇ ସେମାନଙ୍କର ବହୁମୂଲ୍ଯ ଅଭିଭାଷଣ ସହ ଗୁରୁଜୀମାନଙ୍କୁ ସମ୍ମାନୀତ କରିଥିଲେ ।

ଅଧ୍ୟାପକ ସଞ୍ଜୀବ କୁମାର ପରିଡ଼ା ଓ ସ‍‍ଂସ୍କୁତ ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ସାଥୁଆ ମଂଚ ପରିଚାଳନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ରେ ପାଠପଢି ସମାଜର ମୁଖ୍ଯ ସ୍ରୋତରେ ସାମିଲ ହୋଇଥିବା ରଞ୍ଜନ କୁମାର ପରିଡ଼ା, ଶୈଳବାଳା ଦେଇ, ପ୍ରଦୀପ କୁମାର ପରିଡ଼ା, ରେଣୁବାଳା ପରିଡ଼ା,ସରୋଜ ରାଉତ,ରାଜୀବ ପ୍ରଧାନ, ବିକାଶ ଚନ୍ଦ୍ର ସ୍ବାଇଁ, ତ୍ରିନାଥ ଉଦୟସିଂ, ସୁକାନ୍ତି ପରିଡ଼ା, ପ୍ରମୋଦ ନାୟକ ଆଦି ଅନେକ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ ର କାର୍ଯ୍ୟରତ ଶିକ୍ଷକ ମାନଙ୍କ ଆର୍ଥିକ ତଥା ଶାରୀରିକ ସହଯୋଗରେ କାର୍ଯ୍ୟକ୍ରମଟି ସରସ ସୁନ୍ଦର କରାଯାଇ ପାରିଥିଲା ।

Exit mobile version