Home ଓଡ଼ିଶା ମାସିକ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ର ୧୭ଶ ସ୍ଵନକ୍ଷତ୍ର ଉତ୍ସବ ପାଳନ ପରିପ୍ରେକ୍ଷୀରେ ରେ ବିଦ୍ୟାଳୟ ସ୍ତରୀୟ ଚେସ ପ୍ରତିଯୋଗିତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଓଡ଼ିଶାର ପ୍ରଥମ ଶିଶୁ ସମ୍ବାଦ ପତ୍ର ଶିଶୁ ସମାଚାର ର ୧୭ଶ ସ୍ୱ ନକ୍ଷତ୍ର ଉତ୍ସବ ପାଳନ ଅବସରରେ ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତା ସ୍ଥାନୀୟ ସୁଖଲତା ସ୍ମୃତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇ ଯାଇଛି।ଏଥିରେ ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିଥିବା ୬୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ।ବିଭିନ୍ନ ବିଭାଗରେ ହୋଇଥିବା ପ୍ରତିଯୋଗିତାରେ ସବ ଜୁନିଅର ବିଭାଗରେ ଶୋଭିତ ସାହୁ ଓ ଅଂଶୁମାନ ବଳିଆର ସିଂହ ସେଣ୍ଟ ଯାଭିର ହାଇସ୍କୁଲ୍ର ଯଥା କ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି , ବ୍ଲେସଡ ସକ୍ରମେଣ୍ଟ ହାଇ ସ୍କୁଲ୍ ରୁଦ୍ରାଂଶୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଜୁନିଅର୍ ଗ୍ରୁପରେ ପ୍ରଶାନ୍ତି ଇଂଲିଶ ମିଫିଆମ୍ ସ୍କୁଲ ର ଶାନ୍ତନୁ ବରାଳ ପ୍ରଥମ, ସଂତୋଷୀ ଇଂଲିଶ ମିଡ଼ିଆମ୍ ସ୍କୁଲର ଆଦିତି ନାୟକ ଦ୍ୱିତୀୟ, ବିଶ୍ବମ୍ବର ବିଦ୍ୟାପୀଠ ର ଆଦିତ୍ୟ ପଟ୍ଟନାୟକ ତୃତୀୟସ୍ଥାନ ଅଧିକାର କରିଛନ୍ତି । ମିନି ଗ୍ରୁପ୍ ରେ ଡି ଏ ଭି ପବ୍ଲିକ ସ୍କୁଲ ର ତତ୍ତ୍ଵ ତରୁଣ ମହାପାତ୍ର । ପ୍ରଥମ ସ୍ଥାନ, କେନ୍ଦ୍ରୀୟ ବିଦ୍ୟାଳୟ ର ସାଇ ଆମ୍ରିତ ପତିଆରି ଦ୍ୱିତୀୟ ଓ ବ୍ଲେସଡ ଶାକ୍ରମେଣ୍ଟ ହାଇ ସ୍କୁଲ ର ଶାନ୍ତି ଶ୍ରେୟା ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରାରମ୍ଭରେ ଶିଶୁ ସମାଚାର ର ସମ୍ପାଦକ ସୁକାନ୍ତ ପଣ୍ଡା ଅତିଥି ମାନଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଥିଲେ । ପୁରୀ ଜିଲ୍ଲା ଚେସ ଆସୋସିଏସନର ପ୍ରଫେସର ବିମଳ ପ୍ରସାଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶିଶୁ ମାନଙ୍କ ଲୁକାଇତ ପ୍ରିତିଭା ବିକାଶ କରିବା ଦିଗରେ ଶିଶୁ ସମାଚାର ପ୍ରୟାସ କୁ ପ୍ରଶଂସା କରିଥିଲେ । ଚେସ ପ୍ରଶିକ୍ଷକ ସାମଲ କୁଣ୍ଡୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଅଗଷ୍ଟ ୧୦ ତାରିଖ ଦିନ ଶିଶୁ ସମାଚାର ର ସ୍ୱ ନକ୍ଷତ୍ର ଅବସରରେ ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଯିବ ବୋଲି ଶିଶୁ ସମାଚାର ଉତ୍ସବ କମିଟିର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ସୂଚନା ଦେଇ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ରଣପୁର ମାଟିର ପୁଅ ଜଗନ୍ନାଥ ମିଶ୍ରଙ୍କ ବିରଳ କୃତିତ୍ୱ by Proprietor Abhimanyu Maharana August 12, 2026 A Rare Achievement by Ranpur’s Son Jagannath Mishra by Proprietor Abhimanyu Maharana August 12, 2026 ଭାପୁର ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଚାପ ଉତେଜନା by Proprietor Abhimanyu Maharana August 12, 2026 ବେଗୁନିଆରେ ଦେଶପ୍ରେମର ବାର୍ତ୍ତା ନେଇ ତ୍ରିରଙ୍ଗା ପଦଯାତ୍ରା by Proprietor Abhimanyu Maharana August 12, 2026 State Panchayati Raj Minister Meets Union Minister to Discuss Housing and Rural Development in Odisha by Proprietor Abhimanyu Maharana August 11, 2026 ଓଡ଼ିଶାର ଆବାସ ଓ ଗ୍ରାମୀଣ ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ସହ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଲୋଚନା by Proprietor Abhimanyu Maharana August 11, 2026