ସରକାରୀ ଡାକ୍ତରଙ୍କ ଦୌରାତ୍ମ

୨୧ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି  :->  ଗଜପତି ଜିଲ୍ଲାରେ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ସରକାରୀ ଡାକ୍ତରଖାନାକୁ ମହିଳାମାନେ ଆସି ଦୀର୍ଘ ୧୩ ଘଣ୍ଟା ଧରି ଅପେକ୍ଷା କରିବା ସତ୍ୱେ ଦାୟିତ୍ୱରେ ଥିବା ଡାକ୍ତର ନ ଆସିବାରୁ ଅସ୍ତ୍ରୋପଚାର ନ କରି ନିଜ ନିଜ ଘରକୁ ମହିଳାମାନେ ଫେରିଥିବା ଜଣାଯାଇଛି. ଅଞ୍ଚଳବାସୀଙ୍କ ସମେତ ମହିଳାମାନେ ଘଟଣା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଦାୟିତ୍ୱ ପାଳନରେ ଏଭଳି ଅବହେଳା କରୁଥିବା ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଆମ ପ୍ରତିନିଧଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ଆଶା କର୍ମୀମାନଙ୍କ ଦ୍ୱାରା ବନ୍ଧ୍ୟାକରଣ ଅସ୍ତ୍ରୋପ୍ରଚାର ପାଇଁ ପୂର୍ବରୁ ପଞ୍ଜିକରଣ କରାଯାଇଥିଲା. ଏ ନେଇ ସମ୍ପୃକ୍ତ ଡାକ୍ତର ମଧ୍ୟ ସହମତି ରହି ଦିନ ଧାର୍ଯ୍ୟ କରିଥିଲେ. ତଥାପି ସମ୍ପୃକ୍ତ ଡାକ୍ତର ନ ଆସିବା ଦୁଃଖ ଓ ପରିତାପର ବିଷୟ.

ଘଟଣାରୁ ପ୍ରକାଶ, ଗତକାଲି ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ କେତେକ ମହିଳା ସକାଳ ସାତରୁ ଆସି ରାତି ଆଠ ପର୍ଯ୍ୟନ୍ତ ଅପେକ୍ଷା କଲେ | କିନ୍ତୁ ଅସ୍ତ୍ରୋପଚାର ହୋଇପାରିଲାନାହିଁ ଖଜୁରୀପଦା ଠାରେ ଥିବା ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର କରିବା ପାଇଁ ଦାୟିତ୍ଵରେ ଥିବା ଡାକ୍ତର ଆସିଲେନି। ସ୍ବାସ୍ଥ୍ୟକେନ୍ଦ୍ରରେ ଦିନତମାମ ଭୋକ ଉପବାସରେ ଆଉଟୁ ପାଉଟୁ ହେଲେ ମହିଳା। ଅସ୍ତ୍ରୋପଚାର ପାଇଁ ଦୂରଦୂରାନ୍ତ ତଥା ଉପାନ୍ତ ଦୁର୍ଗମ ଅଞ୍ଚଳରୁ ଆସିଥିବା ମହିଳା, ସେମାନଙ୍କ ସ୍ବାମୀ ଓ ପିଲା ଡାକ୍ତରଙ୍କୁ ଅପେକ୍ଷା କରି ନିରାଶ ହେଲେ। ରାତି ୮ଟା ପର୍ଯ୍ୟନ୍ତ ଦାୟିତ୍ବରେ ଥିବା ଡାକ୍ତର ଆସିଲେନି। ଏଭଳି ଘଟଣା ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟିଛି I

ସୂଚନା ପ୍ରକାରେ ବନ୍ଧ୍ୟାକରଣ ହେବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ପଞ୍ଜୀକରଣ ହୋଇଥିଲେ ବିଭିନ୍ନ ଦୁର୍ଗମ ଅଞ୍ଚଳ ଗ୍ରାମର ମହିଳା | ତାରିଖ ନିର୍ଦ୍ଧାରିତ ହେବା ପରେ ଆଶାକର୍ମୀ ପଞ୍ଜୀକୃତ ମହିଳାଙ୍କୁ ସାଙ୍ଗରେ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଆସିଥିଲେ | ହେଲେ ଅସ୍ତ୍ରୋପଚାର କରିବା ତଥା ଦାୟିତ୍ବରେ ଥିବା ଡାକ୍ତର ଆସି ନ ଥିଲେ | ସକାଳୁ ରାତି ୮ ପର୍ଯ୍ୟନ୍ତ ଭୋକ ଉପାସରେ ରହିଲେ ମହିଳା | କିଛି ମହିଳା ନିରାଶ ହୋଇ ଫେରିଯାଇଥିବା ବେଳେ ରାତି୯ ଟା ସମୟରେ ଡାକ୍ତର ଆସି କିଛି ମହିଳାଙ୍କ ଅପରେସନ କରିଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ଏହିଭଳି ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

Exit mobile version