Home ଓଡ଼ିଶା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ‘ଜଳବାୟୁ ପରିବର୍ତ୍ତନ’ ଉପରେ ଜାତୀୟ ଆଲୋଚନାଚକ୍ର ଓ ପରିବେଶ ରତ୍ନ ସମ୍ମାନ ସମାରୋହ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଅଗ୍ରଣୀ ସାମାଜିକ ସଂଗଠନ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ପକ୍ଷରୁ ଭବନେଶ୍ୱର ଜୟଦେବ ଭବନଠରେ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରକୁ ଉଦ୍ଘାଟନ କରି ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ଶ୍ରୀମତୀ ସୁରମା ପାଢୀ କହିଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଆଜିକା ଦିନରେ ବିଶ୍ୱବାସୀଙ୍କ ପାଇଁ ଏକ ଆହ୍ୱାନ ଏବଂ ତାହାର ସଫଳ ମୁକାବିଲା କରିବାରେ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ଅନୁଷ୍ଠାନଙ୍କ ସଂସ୍ଥାମାନଙ୍କର ଗୁରୁଦାୟିତ୍ୱ ରହିଛି । ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଏଭଳି ଉଦ୍ୟମକୁ ସେ ପ୍ରଶଂସା କରିଥିଲେ । ରାଜ୍ୟ ଗୃହ, ନଗର ଉନ୍ନୟନ, ସାଧାରଣ ଉଦ୍ୟେଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଏହି ସମସ୍ୟାର ନିରନ୍ତର ସମାଧାନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ‘ମେକନ’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମା ବର୍ମା ଏହି ଅବସରରେ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ସୁରକ୍ଷା ପାଇଁ ତାଙ୍କର ସୁଚିନ୍ତିତ ମତାମତ ପ୍ରକଶ କରିଥିଲେ । ରାଜ୍ୟର ମୁଖ୍ୟ ବନ ସଂରକ୍ଷକ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ଜଳବାୟୁ ପରିବର୍ତ୍ତନର ବିଭନ୍ନ ଦିଗ ପ୍ରତି ଆଲୋକପାତ କରିବା ସହ ଏହାକୁ ମୁକାବିଲା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ । ଜିନ୍ଦଲ କମ୍ପାନୀର ଅଧ୍ୟକ୍ଷ ଶ୍ରୀ ଅନୁପ କୁମାର ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏ ସମ୍ବନ୍ଧୀୟ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ଟ୍ରଷ୍ଟି ଅକ୍ଷୟ କୁମାର ପାଣି, ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟ ସମ୍ପାଦକ ଡଃ କେ. ମୁରୁଗେସାନ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କୁ ‘ପରିବେଶ ରତ୍ନ ସମ୍ମାନ-୨୦୨୪’ରେ ସମ୍ମାନିତ କରାଯାଇଥିଲା । ଏହି ଆଲୋଚନାଚକ୍ରକୁ ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଡଃ ବିପିନ ବିହାରୀ ମିଶ୍ର ଏବଂ ସମ୍ପାଦିକା ଡଃ ସୁକାନ୍ତି ମିଶ୍ର ପରିଚାଳନା କରିଥିଲେ । ଉପସ୍ଥାପକ ଭାବେ ସୁଚାରୁ ରୂପେ କାର୍ଯ୍ୟ ନିର୍ବାହ କରିଥିଲେ ଡଃ ମୃତ୍ୟୁଞ୍ଜୟ ରଥ । ଆଲୋଚନାଚକ୍ରକୁ ସାଫଲ୍ୟମଣ୍ଡିତ କରିଥିଲେ ଶ୍ରୀ ରବିନାରାୟଣ ରାଉତରାୟ, ବାଳକୃଷ୍ଣ ରାଉତ, ମିଲନ କୁମାର ପ୍ରଧାନ । ପରିଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ଅନୁଷ୍ଠାନର ଟ୍ରଷ୍ଟି ଶ୍ରୀ କିରଣ ମିଶ୍ର । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026