
୨୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀ ବିଶ୍ୱନାଥ ତରାଇଙ୍କ ପତ୍ରାଙ୍କ ୨୩୯୭ ମୁତାବକ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁଙ୍କ ନିର୍ଦ୍ଦେଶରେ ଶନିବାର ଦିନ ପ୍ରାଥମିକ ବିଭାଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ଗପ ଶୁଣିବ ଓ କହିବ ପରି ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଳ୍ପ କହିବା ନିମିତ୍ତ ଜୟନ୍ତୀ ସାହୁ ଓ ଲକ୍ଷ୍ମୀପ୍ରିୟା ମହାରଣା ନାମକ ଦୁଇ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଶିକ୍ଷକ ବିଚିତ୍ର କୁମାର ଘଡ଼େଇ ଓ ବିଭୁପ୍ରସାଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଏବଂ ଉପକନିଷ୍ଠ ବିଭାଗରେ ଶିକ୍ଷୟିତ୍ରୀ ସ୍ମିତାସିନ୍ଧୁ ମହାପାତ୍ର ଓ ସୌଦାମିନୀ ପରିଡ଼ାଙ୍କ ତତ୍ତ୍ୱାବଧାନରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ଉକ୍ତ କାର୍ଯ୍ୟକ୍ରମ ଅତିଥି ଶ୍ରୀମତୀ ସାହୁ ଓ ମହାରଣାଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।

