କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

୨୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ ବୋଲଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ସାଧନ କେନ୍ଦ୍ର ଆନୁକୂଲ୍ୟରେ ଓ ସଂଯୋଜକ ବିଶ୍ୱ ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଯୋଡ଼ାପଡ଼ା ଲୋକନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରସରରେ ଦ୍ଵିତୀୟ କ୍ଲଷ୍ଟର ସ୍ତରୀୟ ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିକ୍ଷକ ଚିତ୍ତ ରଞ୍ଜନ ସାହୁ ଗତ ମାସ ବୈଠକର ବିବରଣୀ ପଠନ କରିଥିଲେ ।

ଏହି କ୍ଲଷ୍ଟରସ୍ତରୀୟ ବୈଠକରେ ମୁଖ୍ୟଅତିଥି ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ସମ୍ମାନିତଅତିଥି ଭାବେ ସହ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ସାଧନ କେନ୍ଦ୍ର ମଣ୍ଡଳ ସଂଯୋଜକ କୈଳାସ ନାଥ ସ୍ବାଇଁ, ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ପୀତବାସ ଲେଙ୍କା,

ରମେଶ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗଦାନ କରି ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ଉପରେ ପ୍ରଶିକ୍ଷଣର ଉପାଦେୟତା ସମ୍ପର୍କରେ ଆଲୋକପାତ କରିବା ସହିତ ଦୁର୍ବଳ ଵିଦ୍ୟାର୍ଥୀଙ୍କ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା, ସାଇବର ସୁରକ୍ଷା ପ୍ରତି ଯତ୍ନବାନ ହେବା, ମୋବାଇଲ ବ୍ୟବହାର କ୍ଷେତ୍ରରେ ବିଦ୍ୟାର୍ଥୀମାନଙ୍କୁ ସଜାଗ କରାଇବାକୁ ପରାମର୍ଶ ଦେଇଥିଲେ ।

ଶିକ୍ଷୟିତ୍ରୀ କନକଲତା ଦେଵୀ ଓ ସୁଲୋଚନା ସେଠ ଭାଷା ଏବଂ କୁମୁଦିନୀ ସାହୁ ଓ ସ୍ରୋତାଲିନୀ ସାହୁ ସଂଖ୍ୟା ଜ୍ଞାନ ଉପରେ ଅଭିନୟ ସହ ଶିକ୍ଷଣ ସାମଗ୍ରୀପ୍ରଦର୍ଶନ କରି ନିଖୁଣ ଭାବେ ଶିକ୍ଷାଦାନ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ଶେଖ ଉମର ଫାରୁକ ଓ ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁବାଳା ବଳିୟାର ସିଂହଙ୍କ ସହିତ ୯ଟି ବିଦ୍ୟାଳୟର ସମସ୍ତ ପ୍ରଧାନ ଶିକ୍ଷକ ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସମସ୍ତ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ।ପରିଶେଷରେ ଶିକ୍ଷକ ଭାସ୍କର ଚନ୍ଦ୍ର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version