Home ଓଡ଼ିଶା ହରବିଲାସ ମଣ୍ଡଳ ହେଲେ କାଲିମେଳା ବ୍ଲକର ନୂତନ ବିଧାୟକ ପ୍ରତିନିଧି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମାଲକାନଗିରି :-> ଚଳିତ ବର୍ଷ ମାଲକାନଗିରି ନିର୍ବାଚନ ମଣ୍ଡଳୀରୁ ବିଜୟ ହୋଇ ନରସିଂହ ମାଡକାମି ବିଧାୟକ ହୋଇଥିବା ବେଳେ ଆଜି କାଲିମେଳା ବ୍ଲକ କାର୍ଯ୍ୟାଳୟରେ ବିଜେପି ଦଳର ବରିଷ୍ଠରୁ ଆରମ୍ଭ କରି ତୃଣମୂଳ ସ୍ତରରେ ଥିବା ସମସ୍ତ କର୍ମୀଙ୍କ ଉପସ୍ଥିତିରେ କାଲିମେଳା ବ୍ଲକର ନୂତନ ବିଧାୟକ ପ୍ରତିନିଧି ଭାବେ ଭୁବନପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଏମ୍ ପି ଭି ୭୬ ଗ୍ରାମର ବରିଷ୍ଠ ବିଜେପି ନେତା ହରବିଳାସ ମଣ୍ଡଳଙ୍କୁ ମନୋନୀତ କରାଯାଇଛି । ଏ ସଂପର୍କରେ ବିଧାୟକ ଶ୍ରୀ ମାଡକାମି କାଲିମେଳା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଛନ୍ତି । ଏହି ଉପଲକ୍ଷେ କାଲିମେଳା ବିଜେପି ମଣ୍ଡଳ ପକ୍ଷରୁ ଏକ ବୈଠକ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଥିଲା l ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ବିଜେପି ସଭାପତି ନିମାଇଁ ଚନ୍ଦ୍ର ପାଲ, ଭବାନୀ ଶଙ୍କର ମୂଖାର୍ଜୀ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ସମୀର ମିସ୍ତ୍ରୀ, ଉତ୍ତମ ରାୟ, ଜିଲ୍ଲା ମହିଳା ସଭାନେତ୍ରୀ ପ୍ରମିଳା ଦାସ, ବିଧାୟକ ପ୍ରତିନିଧି ହରବିଳାସ ମଣ୍ଡଳ, ମାଲାଭରମ ମଣ୍ଡଳ ସଭାପତି ନାରାୟଣ ସରକାର,ଗମ୍ଫାକୋଣ୍ଡା ମଣ୍ଡଳ ସଭାପତି ସୁଶୀଲ କୁମାର ମଣ୍ଡଳ, ପ୍ରହଲ୍ଲାଦ ବସୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l ଏହି ଅବସରରେ ଭାରତୀୟ ଜନତା ପାର୍ଟିର ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ବିଡିଓ ପ୍ରଦୀପ କରଙ୍କୁ ବିଧାୟକ ପ୍ରତିନିଧି ହରବିଲାସ ମଣ୍ଡଳ ବିଧାୟକ ଦେଇଥିବା ପ୍ରତିନିଧି ପତ୍ର ଦାଖଲ କରିଥିଲେ l ଏହି ସମୟରେ ବ୍ଲକ ର ଯନ୍ତ୍ରୀ ବିଷ୍ନୁ ପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ l ବ୍ଲକର ବିକାଶ ତଥା ସରକାରୀ କାର୍ଯ୍ୟ ନିମନ୍ତେ ପ୍ରତିନିଧିଙ୍କର ଆବଶ୍ୟକତା ରହିଥିବା ବେଳେ ବିଧାୟକଙ୍କର ଅନୁପସ୍ଥିତିରେ ସେ କାର୍ଯ୍ୟ କରିବେ l ହରବିଳାସ ମଣ୍ଡଳ ୨୦୧୪ ମସିହାରୁ ବିଜେପି ରେ ସକ୍ରିୟ କର୍ମୀ ଭାବେ ଯୋଗ ଦେଇଥିଲେ l ପରେ ସେ ଜିଲ୍ଲା ସମ୍ପାଦକ, ଯୁବ ମୋର୍ଚାର ଜିଲ୍ଲା ଉପ ସଭାପତି ସମେତ ଅନ୍ୟାନ୍ୟ ପଦପଦବୀରେ ରହି ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ l ବିଧାୟକ ତାଙ୍କୁ ପ୍ରତିନିଧି ଭାବେ ଦାୟିତ୍ବ ପ୍ରଦାନ କରିଥିବାରୁ ସେ ବିଧାୟକ ଓ ଜିଲ୍ଲା ସଭାପତିଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ କାଲିମେଳା ବ୍ଲକ ରେ ଥିବା 3 ଟି ମଣ୍ଡଳର କର୍ମକର୍ତ୍ତାଙ୍କୁ ନେଇ ସାଧାରଣ ଜନତାଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ହରବିଳାସ ମଣ୍ଡଳ ସୂଚନା ଦେଇଛନ୍ତି l ଆଜିର କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ମଣ୍ଡଳ ସଭାପତି ଅବଦୂତ ପ୍ରସାଦ ଦୂର୍ଗା, ଏସଟି ମୋର୍ଚା ସଭାପତି ରାମଚନ୍ଦ୍ର ବେଟୀ, ଜୀବନ କୃଷ୍ଣ ଦାସ, ବିଶିକେସନ ଦାସ, ରାମଚନ୍ଦ୍ର ମାଢ଼ି, ବଜା ମାଡକାମି, ରାଜେଶ ରାୟ, ରାଜେନ୍ଦ୍ର ଖିଲ, ଉତ୍ତମ ପାତ୍ର ଙ୍କ ସମେତ ଅନ୍ୟନ୍ୟ ବିଜେପି କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ l Categories: ଓଡ଼ିଶା, ମାଲକାନଗିରି, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026