
ଓଡିଶା ତାଜା ନ୍ୟୁଜ୍ (୦୯ ଅଗଷ୍ଟ ରବିବାର) ଭୁବନେଶ୍ୱର :- ଶିକ୍ଷା ବିକାଶ ସମିତି ଓଡିଶା, ଦକ୍ଷିଣ ସମ୍ଭାଗ ଦ୍ଵାରା ଆୟୋଜିତ ନୂତନ ଶିକ୍ଷାନୀତି ୨୦୨୦ ସମ୍ପର୍କିତ ଏକ ଆଲୋଚନା ଚକ୍ର ଭି ସି ମାଧ୍ୟମରେ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିକାଶ ସମିତିର ପ୍ରାନ୍ତ ପ୍ରମୁଖ ଦେବେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଭାରତକୁ ବିଶ୍ଵ ଗୁରୁରେ ପରିଣତ କରିବା ପାଇଁ ନୂତନ ଶିକ୍ଷାନୀତି ୨୦୨୦ ଆଶାର କିରଣ ଉଦୟ କରିଛି । ଏହି ଯୁଗାନ୍ତକାରୀ ପଦକ୍ଷେପକୁ ଉପସ୍ଥିତ ଥିବା ସମସ୍ତ ବୁଦ୍ଧିଜୀବିମାନେ ସ୍ଵାଗତ କରିଥିଲେ ।ଏହି ଶିକ୍ଷାନୀତି ଆଗାମୀ ପିଢୀକୁ ପ୍ରସ୍ତୁତ କରିବା ସହିତ ଭାରତକୁ ଶକ୍ତିଶାଳୀ କରିବ ଓ ନାଗରିକ ମାନଙ୍କୁ ସଶକ୍ତ କରିବା ନିମିତ୍ତ ଅଗ୍ରସର ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
ଏହି ଆଲୋଚନା ଚକ୍ରରେ ଶିକ୍ଷା ସୃଜନୀ ସମ୍ପାଦକ ମହେନ୍ଦ୍ର କୁମାର ଘଡେଇ, ଦକ୍ଷିଣ ସମ୍ଭାଗ ସଂଯୋଜକ ବିଶ୍ଵମ୍ବର ଦ୍ଵାରୀ, କୋରାପୁଟ ବିଭାଗ ନିରୀକ୍ଷକ ସୁବ୍ରତ ପଟ୍ଟନାୟକ,କଳାହାଣ୍ଡି ବିଭାଗ ନିରୀକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା ସମ୍ଭାଗ ପ୍ରଚାର ପ୍ରମୁଖ ସୁଶାନ୍ତ କୁମାର ମିଶ୍ର ,ରମେଶ ଚନ୍ଦ୍ର ବେହେରା,ପ୍ରଦୀପ କୁମାର ଗୌଡ,ଜିତେନ୍ଦ୍ର କୁମାର ମିଶ୍ର, ଅକ୍ଷୟ କୁମାର ବେହେରା,ଅଜୟ କୁମାର ଜେନା,ରଞ୍ଜନ କୁମାର ବେହେରା,ମନୋରଞ୍ଜନ ଦାଶ, କବି
କୁଳମଣି ସାହୁ, ଅଧ୍ୟାପକ ଡ॰ ଅଜିତ କୁମାର ବେହେରା, ଅଧ୍ୟାପକ ମୋହନ ପୁଟେଲ,ଲେଖକ ବିରଞ୍ଚି ନାରାୟଣ ମୁଣ୍ଡ, ଲେଖକ ସୁକାନ୍ତ ସାହୁ ,ବସନ୍ତ ନେପାକ ପ୍ରମୁଖ ଉପସ୍ଥିତ ରହି ମୂଲ୍ୟବାନ ମତ ରଖିଥିଲେ ।
