୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ପୁରୀରେ ଶୁକ୍ରବାର ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଭାଇ ବଳଭଦ୍ର ରଥ ଉପରୁ ବିଦାୟ ନେଇ ନିଳାଦ୍ରୀ ବିଜେ କରିଥାନ୍ତି । ପୁରୀରେ ରଥଯାତ୍ରା ଯେବେ ଠାରୁ ରସ ଗୋଲା ସେବେଠାରୁ । ନିଳାଦ୍ରୀ ବିଜୟ ସମୟରେ ପ୍ରଭୁଙ୍କୁ ରସଗୋଲା ଭୋଗ ଲଗାଯାଏ । ଏହି ନିଳାଦ୍ରୀ ବିଜେ ଦିନକୁ ଭୁବନେଶ୍ୱର ମହାନଗର ନିଗମ ୪ନମ୍ବର ୱ।ର୍ଡ଼ର ପାହାଳ ମିଠା ବ୍ୟବସାୟୀ ସଂଘ ପକ୍ଷରୁ ଦୀର୍ଘ ୧୦ ବର୍ଷ ଧରି ବିଶ୍ୱ ରସଗୋଲା ଦିବସ ଭାବେ ପାଳନ କରାଯାଇ ଆସୁଛି ।
ଏହି ଉପଲକ୍ଷେ ଶୁକ୍ରବାର ସନ୍ଧ୍ୟାରେ ପାହାଳ ଠାରେ ବିଶ୍ୱ ରସଗୋଲା ଦିବସ ପାଳନ କରାଯାଇଥିଲା । ବ୍ୟବସାୟୀ ସଂଘ ପକ୍ଷରୁ ସମସ୍ତ ଜନ ସାଧାରଣଙ୍କୁ ମିଠା ଦିବସରେ ପାହାଳ ରସଗୋଲା ଖାଇବାକୁ ଦେଇଥିଲେ । ବିଶ୍ୱ ରସଗୋଲା ଦିବସ ଉପଲକ୍ଷେ ପାହାଳ ମିଠା ବ୍ୟବସାୟୀ ସଂଘର ସଭାପତି ଅକ୍ଷୟ କୁମାର ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି,
ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଉପ ନଗରପାଳ ମଞ୍ଜୁଲତା କହଁର , ସ୍ତମ୍ଭକାର ଅସିତ ମହାନ୍ତି, ସ୍ଥାନୀୟ କର୍ପୋରେଟର ସୁକୁମାର ସାହୁ , ଆଧ୍ୟାତ୍ମିକ ପ୍ରବଚକ ବାବା ଦିବାକର ଦାସ ମହାରାଜ , ଏମ ଏସ ଏମ ଇ ର ଓଡ଼ିଶା ପ୍ରଭାରୀ ତଥା ନିର୍ଦ୍ଦେଶକ ପି କେ ଗୁପ୍ତା, ମଦନମୋହନ ଦୁଗ୍ଧଜାତ ଦ୍ରବ୍ଯ ବ୍ୟବସାୟୀ ସଂଘର ସଭାପତି ସୁବାସ ଚନ୍ଦ୍ରବେହେରା, ସଂପାଦକ ବିପ୍ଳବ ଯାଦବ , ବଂଶଧର ଭୋଳ,
ପଦ୍ମନାଭ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶ୍ୱ ରସଗୋଲା ଦିବସ ଅବସରରେ ଅତିଥିମାନେ କହିଲେ ଯେ , ପାହାଳ ରସଗୋଲା ଜି ଆଇ ଟ୍ୟାଗର ମାନ୍ୟତା ପାଇସାରିଛି । ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ସମସ୍ତଙ୍କର ସହଯୋଗ ରହିଲେ ଏହା ଆହୁରି ଆଗକୁ ଯାଇପାରିବ ବୋଲି କହିଥିଲେ ।
