Home ଓଡ଼ିଶା ପ୍ରଧାନ ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ଶିକ୍ଷା ବ୍ଲକ ଅନ୍ତର୍ଗତ କଡବ ଗ୍ରାମସ୍ଥିତ ଗିରିଧାରୀ ସରକାରୀ ଉଚ୍ଚ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ହରିବନ୍ଧୁ ତ୍ରିପାଠୀଙ୍କର ବିଦାୟକାଳୀନ ସମ୍ବଦ୍ଧନl ଉତ୍ସବ ବିଦ୍ଯାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସାହୁଙ୍କ ସଭାପତିତ୍ୱରେ ଶୁକ୍ରବାର ବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ବୋଲଗଡ଼ – ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ବୋଲଗଡ଼ ବ୍ଲକ ଅଧ୍ଯକ୍ଷାଙ୍କ ପ୍ରତିନିଧି ତଥା ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ପିଚୁକୁଳି ଜୋନ ଜିଲାପରିଷଦ ସଭ୍ଯ ପ୍ରଦୀପ କୁମାର ଛୋଟରାୟ, ବାଙ୍କୋଇ ଜୋନର ଜିଲାପରିଷଦ ସଭ୍ଯ ସୁବାଷ ଚନ୍ଦ୍ର ରାୟଗୁରୁ, ବୋଲଗଡ଼ ବ୍ଲକ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ଯାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଗୋହର ଅଲ୍ଲୀ, ଭାଗିରଥୀ ପରିଡା, ପ୍ରଦ୍ଯୁମ୍ନ କୁମାର ମହାପାତ୍ର, ପୂର୍ବତନ ଶିକ୍ଷକ ଶାନ୍ତି ଶେଖର ସାହୁ, ପୂର୍ଣଚନ୍ଦ୍ର ବାହୁବଳୀନ୍ଦ୍ର ପ୍ରମୁଖ ବିଦାୟୀ ପ୍ରଧାନ ଶିକ୍ଷକ ହରିବନ୍ଧୁ ତ୍ରିପାଠୀଙ୍କର ଗୁଣଗାନ କରିଥିଲେ। ବିଦ୍ଯାଳୟର ଛାତ୍ରଛାତ୍ରୀମାନେ ବିଦାୟୀ ସଙ୍ଗୀତ ଗାନ କରିବା ସହିତ ହାରିବନ୍ଧୁ ତ୍ରିପାଠୀ ଶିକ୍ଷକଙ୍କର ଶିକ୍ଷାଦାନ ଓ ଛାତ୍ରବତ୍ସଳତା ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ। ବିଦ୍ଯାଳୟର ଶିକ୍ଷକ ସୁକାନ୍ତ କୁମାର ବ୍ରହ୍ମା, ପ୍ରେମାନନ୍ଦ ମହଲା, ମନୋଜ କୁମାର ପଣ୍ଡା, ଶୁଭେନ୍ଦୁ ଦଳ ସିଂହାର, ରୁଦ୍ର ନାରାୟଣ ଦାସ, ଶିକ୍ଷୟିତ୍ରୀ କଳ୍ପନା ଭୋଇ, ଅଞ୍ଜନା ଘୋଷ, ଅର୍ଚ୍ଚନା ମହାପାତ୍ର, ଶୀଗୁପ୍ତା ଅଲ୍ଲୀ ଓ ଅନ୍ଯାନ୍ଯ କର୍ମଚାରୀ ମାନେ ସହଯୋଗ କରିଥିଲେ। ବିଦ୍ଯାଳୟର ପରିଚାଳନା କମିଟିର ସଭ୍ଯ ସଭ୍ଯାମାନେ ଯୋଗଦେଇ ଥିଲେ। ସଭ୍ଯ ସଞ୍ଜୟ କୁମାର ପଟ୍ଟନାୟକ ସଭା ସଂଯୋଜନା କରିଥିଲେ। ପରିଶେଷରେ ଶିକ୍ଷକ ସୁକାନ୍ତ କୁମାର ବ୍ରହ୍ମା ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026