ଓଡ଼ିଶାର ଉପାନ୍ତ ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ରଥଯାତ୍ରା ହରିଶୟନ ଏକାଦଶୀ ରେ ପ୍ରବଳ ଭିଡ଼


୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :->  ରାଜ୍ୟର ଉପାନ୍ତ ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ରଥଯାତ୍ରା ପାଳନ ଅବସରରେ ଆଜି ହରିଶୟନ ଏକାଦଶୀ ପାଳନ ହେଉଛି. ଏନେଇ ଦକ୍ଷିଣ ଓଡିଶା ଓ ପଡୋଶୀ ଆନ୍ଧ୍ରରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ସମାଗମ ଦେଖିବାକୁ ମିଳିଛି. ଆଜି ଭୋରରୁ ପାରଳାଖେମୁଣ୍ଡି ରାଜଦଣ୍ଡରେ ଅଟକି ରହିଥିବା ତିନି ଗୋଟି ରଥରେ ରଥାରୂଢ ତିନି ଠାକୁରଙ୍କୁ ଭକ୍ତମାନେ ଦ୍ୱୀପ ଜାଳି ପୂଜା ପାଠ ଆରମ୍ଭ କରିଥିଲେ. ଶ୍ରୀଜଗନ୍ନାଥଙ୍କ ପୂଜକ ସଂଜୟ ପାଢ଼ୀ କହିଛନ୍ତି ଯେ,

ଏହି ପବିତ୍ର ହରିଶୟନ ଏକାଦଶୀ ତିଥି ଅତ୍ୟନ୍ତ ପବିତ୍ର ଅଟେ. ଯେଉଁ ଭକ୍ତମାନେ ପ୍ରଥମ କରି ଏକାଦଶୀ ବ୍ରତ ପାଳନ ଆରମ୍ଭ କରିଥାନ୍ତି ସେମାନେ ରଥାରୂଢ ଶ୍ରୀଜଗନ୍ନାଥଙ୍କୁ ଆଜି ପୂଜା ପାଠ ଓ ସଂକଳ୍ପ ଏକାଦଶୀ ବ୍ରତ ଆରମ୍ଭ କରିଥାନ୍ତି. ଆଜି ସନ୍ଧ୍ୟାରେ ତିନି ରଥ ଉପରେ ତିନି ଠାକୁରଙ୍କ ସୁନାବେଶ କରାଯିବ. ଏହି ସୁନାବେଶ ନେଇ ବ୍ୟାପକ ଆୟୋଜନ ଚାଲିଥିବା ସହ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଓ ପ୍ରଶାସନ ସଜାଗ ଅଛନ୍ତି.

Exit mobile version