Home ଓଡ଼ିଶା ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା : ଲୁଟ ହୋଇଥିବା ୫ କିଲୋ ରୂପା ଉଦ୍ଧାର, ୨ ଅଭିଯୁକ୍ତ ଗିରଫ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାରଳାଖେମୁଣ୍ଡି :-> ଗଜପତି ଜିଲ୍ଲା ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି. ଗତ କିଛି ଦିନ ତଳେ ଜଣେ ରୂପା ବ୍ୟବସାୟୀଙ୍କ ଠାରୁ ଲୁଟ ହୋଇଥିବା ରୂପା ସହ ଏଥିରେ ସମ୍ପୃକ୍ତ ୨ ଜଣକୁ ପୋଲିସ ଗିରଫ କରିଛି. ଆର ଉଦୟଗିରି ଥାନା ଗଡ଼ର ଗ୍ରାମ ନିକଟରେ ଜଣେ ରୂପା ବ୍ୟବସାୟୀଙ୍କ ଠାରୁ ରୂପା ସାମଗ୍ରୀ ଭର୍ତ୍ତି ବ୍ୟାଗ ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ | ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲ୍ଲା ଅଞ୍ଚଳରୁ ଗିରଫ କରାଯାଇଛି ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ପୋଲିସ ସୂଚନା ପ୍ରଦାନ କରି ଜଣାଇଛନ୍ତି ଯେ, ଗିରଫ ମାନେ ହେଲେ ଗଞ୍ଜାମର ଆଉଲ୍ ରବି ଏବଂ ଯାଜପୁର ଜିଲ୍ଲାର ଆଉଲ୍ ଅଜିତ୍ । ଏହି ଅଭିଯୁକ୍ତ ମାନଙ୍କ ନାମରେ ଗଞ୍ଜାମ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଅନେକ ଅପରାଧିକ ମାମଲା ଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ଗତ ବୁଧବାର ମଧ୍ୟାହ୍ନରେ ଚନ୍ଦ୍ରଗିରି ଗ୍ରାମର ବ୍ୟବସାୟୀ ସନ୍ତୋଷ ମହାପାତ୍ର ରୂପା ସାମଗ୍ରୀ ବିକ୍ରି ପାଇଁ ଗଲାବେଳେ ଗଡ଼ର ଗ୍ରାମ ନିକଟରେ କିଛି ଦୁର୍ବୁତ୍ତ ତାଙ୍କୁ ଅଟକାଇବା ସହ ମୁହଁରେ କଳା କନା ପିନ୍ଧାଇ ଛୁରୀ ଦେଖାଇବା ସହ ମାଡ଼ ମାରି ପ୍ରାୟ ଏକ ଲକ୍ଷ ଟଙ୍କାର ରୂପା ସାମଗ୍ରୀ ଭର୍ତ୍ତି ବ୍ୟାଗ ଏବଂ ମୋବାଇଲ ଲୁଟି ନେଇଥିବା ନେଇ ସେ ଆର ଉଦୟଗିରି ଥାନାରେ ଲିଖୂତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଆଉ ଉଦୟଗିରି ପୋଲିସ ଘଟଣା ସ୍ଥଳରେ ) ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଥିଲା । ଘଟଣାର ଏକ ସପ୍ତାହ ମଧ୍ୟରେ ପୁଲିସ ଅଭିଯୁକ୍ତଙ୍କ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହେ ହୋଇଛି। । ଅଭିଯୁକ୍ତ ଠାରୁ ୫କେଜି ରୂପା ଅଳଙ୍କାର ସହ ଏକ ବାଇବ ଜବତ କରାଯାଇଛି। ସମସ୍ତ ଉଦ୍ଧାର ସାମଗ୍ରୀକୁ ଅଭିଯୋଗକାରୀ ବ୍ୟବସାୟୀ ସନ୍ତୋଷ କୁମାର ମହାପାତ୍ରଙ୍କୁ ପ୍ରଦାନ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଗଜପତି ଆରକ୍ଷୀ ଅଧୂକ୍ଷକ ସ୍ନାତି. ଏସ୍ କୁମାର ସୂଚନା ଦେଇଛନ୍ତି । Categories: ଓଡ଼ିଶା, ଗଜପତି, ହୋମ୍ Related Content ଗାନ୍ଧୀଙ୍କ ଅହିଂସା ଓ ଶାସ୍ତ୍ରୀଙ୍କ ସରଳତା ସମସ୍ତଙ୍କ ପାଇଁ ପ୍ରେରଣା by Proprietor Abhimanyu Maharana October 4, 2026 ଛାତ୍ରଛାତ୍ରୀଙ୍କ ପାଇଁ ଶୁଦ୍ଧ ପାନୀୟଜଳର ସୁବିଧା: କ୍ରିଦାଶପୁର ହାଇସ୍କୁଲକୁ ରୋଟାରୀ କ୍ଲବ୍ର ଆକ୍ୱାଗାର୍ଡ ଉପହାର by Proprietor Abhimanyu Maharana October 4, 2026 ଇଟାମାଟିରେ ରକ୍ତଦାନ ଶିବିର by Proprietor Abhimanyu Maharana October 4, 2026 ନୟାଗଡ଼ରେ ଗାନ୍ଧୀ ଜୟନ୍ତୀ, ଶାସ୍ତ୍ରୀ ଜୟନ୍ତୀ ଏବଂ ସ୍ୱଚ୍ଛ ଭାରତ ଦିବସ ପାଳିତ by Proprietor Abhimanyu Maharana October 4, 2026 ରଣଜୀ ଟ୍ରଫି ପାଇଁ ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ ପକ୍ଷରୁ ଭାରତୀୟ ରେଳ କ୍ରିକେଟ୍ ଦଳ ଚୂଡ଼ାନ୍ତ by Proprietor Abhimanyu Maharana October 4, 2026 ଜଳ ଅର୍ପଣ ଦିବସ ପାଳିତ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟଦକ୍ଷତା ଯୋଗୁଁ ଜାତୀୟ ସ୍ତରରେ ବେଲଗାଁ ପଞ୍ଚାୟତ ପୁରସ୍କୃତ : ମୁଖ୍ୟ ଅତିଥି by Proprietor Abhimanyu Maharana October 3, 2026