ଶିକାରୀ ଶିକ୍ଷକ ଝିଙ୍କ ଶିକାର କରି ସ୍ଲୋଗ୍ : ଗିରଫ – ମାଂସ ଓ ମାରଣାସ୍ତ୍ର ସହ ୨ ଅଭିଯୁକ୍ତ ଗିରଫ

୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ମୟୁରଭଞ୍ଜ :-> ମୟୁରଭଞ୍ଜ ଆଙ୍କର ଶିମିଳିପାଳର ସୁରକ୍ଷା ,ଜୀବ ଜନ୍ତୁଙ୍କ ଜୀବନ ରକ୍ଷା ପାଇଁ ସରକାରଙ୍କ ପ୍ରଣିତ ଆଇନ୍ କିମ୍ବା ସଚେତନତାର ସତେଯେମିତି ଶିକାରୀ ମାନଙ୍କ ଉପରେ କୈଣସି ପ୍ରଭାବ ପଡ଼ିନାହିଁ।ଆଜି ଶିମିଳିପାଳ ସାଉଥ୍ ଡିଭିଜନ କର୍ମଚାରୀଙ୍କ ସଫଳତା ଜିଲ୍ଲାରେ ଚର୍ଚ୍ଚାର କାରଣ ପାଲଟିଛି । ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି ବାଃ ବାଃ ସାଉଁଟିଛନ୍ତି କର୍ମଚାରୀ।ଶିମିଳିପାଳ ଅଭୟାରଣ୍ୟ ରେ ଶିକାର କରି ଜଣେ ପ୍ରଧାନଶିକ୍ଷକ ଗିରଫ। ମୟୁରଭଞ୍ଜ ଶିମିଳିପାଳ ଦକ୍ଷିଣ ଡିଭିଜନ ର ବନ କର୍ମଚାରୀ ମାନେ ଆଜି ଜଙ୍ଗଲ ରେ ପେଟ୍ରଲିଂ କରୁଥିବା ବେଳେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ଚାମଟୁ ହେମ୍ବ୍ରମ୍ ହୋଇଥିବା ବେଳେ ଅନ୍ଯଜଣେ ବାଇଧର ସୋରେନ୍ ଏବଂ ଉଭୟ କୁଳିଅଁଳା ଥାନା ଆଳୁବଣୀ ଗ୍ରାମର ବାସିନ୍ଦା ଅଟନ୍ତି।ସେମାନଙ୍କ ଠାରୁ ଦେଢ଼ କେଜି ଝିଙ୍କ ମାଂସ,୮୮ଟି ଝିଙ୍କ କାଠି ଏବଂ କିଛି ଧନୁ ତୀର କୁ ମଧ୍ୟ ଜବତ କରିଛି ଶିମିଳିପାଳ ର ଦକ୍ଷିଣ ଡିଭିଜନ ର କର୍ମଚାରୀ ମାନେ।

ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଲା କି ଶିମିଳିପାଳ ଅଭୟାରଣ୍ୟ ରେ ଶିକାର କରିଥିବା ଦୁଇ ଶିକାରୀ ଙ୍କ ମଧ୍ୟ ରୁ ଜଣେ ସ୍କୁଲ ର ପ୍ରଧାନ ଶିକ୍ଷକ ବୋଲି ଜଣାପଡିଛି । ମୟୁରଭଞ୍ଜ ଶାମାଖୁଣ୍ଟା ବ୍ଲକ ର ହଳଦୀବଣୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାଇଧର ସୋରେନ ଏବଂ ତାଙ୍କ ସହିତ ତାଙ୍କ ର ଜଣେ ସାଥି ଚାମୁଟୁ ହେମ୍ବ୍ରମ ଙ୍କୁ ମଧ୍ୟ ଗିରଫ କରା ଯାଇଛି।ଶିମିଳିପାଳ ଅଭୟାରଣ୍ୟ ର ନିଷେଧ ଅଞ୍ଚଳ ରେ ଏହି ଦୁଇ ଜଣ ଙ୍କୁ ଗିରଫ କରାଯାଇଥିବା  ବେଳେ ଝିଙ୍କ ଶିକାର ପାଇଁ ୧୯୭୨ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ କରା ଯାଇଛି । ଝିଙ୍କ ସିଡୁଲ ୧ ପ୍ରଜାତିର ହୋଇଥିବା ହେତୁ ଏହାକୁ ଶିକାର କରିବା ଧତବ୍ୟ ଅପରାଧ ବୋଲି କହିଛନ୍ତି ଦକ୍ଷିଣ ଶିମିଳିପାଳ ର ଉପ ନିର୍ଦ୍ଦେଶକ ସର୍ମ୍ରାଟ ଗୈଡା ।

ରିପୋର୍ଟ : ମୟୂରଭଞ୍ଜର ବାରିପଦାରୁ -ଗୌର ଦାସଗିରି

Exit mobile version