କାଲିଠାରୁ ବାରିପଦାରେ ଆରମ୍ଭ ହେବ ରାଜ୍ୟସ୍ତରୀୟ ସବ – ଜୁନିଅର ଓ ଜୁନିଅର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ

୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବାରିପଦା :-> ବାରିପଦା ସ୍ଥିତ ଇନ୍ଡୋର ଷ୍ଟାଡିଅମରେ ରାଜ୍ୟସ୍ତରୀୟ ସବ-ଜୁନିଅର (୧୫ ବର୍ଷରୁ କମ) ଓ ଜୁନିଅର (୧୯ ବର୍ଷରୁ କମ) ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଆସନ୍ତା କାଲି (୧୯.୦୭.୨୦୨୪) ଠାରୁ ଆରମ୍ଭ ହୋଇ ଆଗାମୀ ୨୧.୦୭.୨୦୨୪ ପର୍ଯ୍ୟନ୍ତ ଚାଲିବ।

ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଏବଂ ଜିଲ୍ଲା କ୍ରୀଡା ବିଭାଗ ଅନୁକୁଲ୍ୟରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଖେଳାଳି ମାନେ ୧୮ ତାରିଖରୁ ଆସି ନିଜର ପୂର୍ବ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଏହି ତିନି ଦିନ ଧରି ହେବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ସମସ୍ତ ଖେଳାଳି ମାନଙ୍କ ରହିବା ଏବଂ ସମସ୍ତ ସୁବିଧା ଦାୟିତ୍ୱ ଜିଲ୍ଲା ପ୍ରଶାସନ ନେଇଥିବା ବେଳେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନର ସଫଳତା କାମନା କରିଛନ୍ତି ।

ମୟୂରଭଞ୍ଜ, ବାରିପଦା ରୁ ଗୌର ଦାସଗିରି ଙ୍କ ରିପୋଟ

Exit mobile version