ମୂଖ୍ୟ ମନ୍ତ୍ରୀ ଙ୍କ ଗସ୍ତ ସମୟାରେ ବି.ଜେ.ପି ପ୍ରାର୍ଥୀ ଓ ସ୍ବାଧିନ କର୍ମୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳ


୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଶ୍ଚନ୍ତକୋଇଲି  :-> କଟକ ଜିଲ୍ଲା ଅନ୍ତର୍ଗତ ନିଶ୍ଚନ୍ତକୋଇଲି ବ୍ଲକ୍ ର ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ ର ହିରକ୍ ଜୟନ୍ତୀ ଉଦଯାପନୀ ଉତ୍ସବରେ ଯୋଗ ଦେବାପାଇଁ ଓଡ଼ିଶା ର ନୂତନ ମୂଖ୍ୟ ମନ୍ତ୍ରୀସମେତ କେନ୍ଦ୍ରମନ୍ତ୍ରୀ ଏକାଧିକ ସାଂସଦ ଓ ବିଧାୟକ ଆସିଥିଲେ । ଏନେଇ ମାହାଙ୍ଗା ବିଜେପି ନେତା ଓ କର୍ମକର୍ତ୍ତା ଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା ।

କିନ୍ତୁ ବି ଜେ ପି ଦଳରୁବିଧାୟକ ପ୍ରାର୍ଥୀ ଭାବେ ଛିଡ଼ା ହୋଇଥିବା ସୁମନ୍ତ ଘଡେ଼ଇ ଓ ତାଙ୍କ ସମର୍ଥକ ଏହା ସତ୍ତ୍ୱେ ତାଙ୍କୁ ନିମନ୍ତ୍ରିତ ହୋଇ ନ ଥିଲେ ମଧ୍ୟ ନୂତନ ମୂଖ୍ୟ ମନ୍ତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ନଶ୍ଚନ୍ତକୋଇଲି ତହସିଲ୍ ଛକ ପାଖରେ ଉପସ୍ଥିତ ଥିଲେ ।

ସେହି ସମୟରେ ମାହାଙ୍ଗା ର ସ୍ବାଧିନ ପ୍ରାର୍ଥୀ ସାରଦା ପ୍ରଧାନ ଙ୍କ କର୍ମୀ ଆସି ବିଜେପି ଦଳ ର ନେତା ସୁମନ୍ତ ଘଡେ଼ଇ ଓ ତାଙ୍କ କର୍ମୀ ମାନଙ୍କ ସହିତ ଧସ୍ତାଧସ୍ତି କରି ଖରାପ ବ୍ୟବହାର ଦେଖାଇ ସଭା ନ ଯିବା କଥା କହି ସେମାନଙ୍କୁ ସେହି ଜାଗାରୁ ବିଦା କରି ଦେଇ ଥିଲେ । ଏହି ଘଟଣା କୁ ନେଇ ମାହାଙ୍ଗା ର ସବୁ ଜନସାଧାରଣ ମାନେ ଘୋର ନିନ୍ଦା କରୁଛନ୍ତି ବିଧାୟକ ସାରଦା ବାବୁ ଙ୍କୁ ଓ ତାଙ୍କର କର୍ମୀ ମାନଙ୍କୁ ।

Exit mobile version