ବଡଚଣା ଭାଜପା ନିର୍ବାଚନୀ ସମୀକ୍ଷା ବୈଠକ

୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚଣ୍ଡିଖୋଲ :->  ବିଜୁ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି ବଡଚଣା ପକ୍ଷରୁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସାଧାରଣ ସମ୍ପାଦକ ଦେବଜାନୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୂଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଦଶ୍ୟ ସମୀର ମହାନ୍ତି,ଯାଜପୁର ସାସଂଦ ଡ.ରବିନ୍ଦ୍ର ବେହେରା,ବଡଚଣା ବିଧାୟକ ଅମର ନାୟକ ,ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ସୁକାନ୍ତ ବିଶ୍ୱାଳ,ଜିଲ୍ଲା ସମ୍ପାଦକ ପ୍ରମୋଦ ଜେନା,ନିର୍ବାଚନ ମଣ୍ଡଳୀ ପ୍ରଭାରୀ ନିରଞନ ଘଡାଇ,ବିସ୍ତାରକ ବନମାଳୀ ଜେନା,କୃଷକ ମୋର୍ଚ୍ଚା ସଭାପତି ପାଣ୍ଡବ ଧଳ ଯୋଗଦେଇ ଆଲୋଚନା କରିଥିଲେ।

ଦ୍ୱିତୀୟ ପର୍ଯ୍ୟାୟରେ ମଣ୍ଡଳ ସଭାପତି ବେଣୁଧର ବିଶ୍ୱାଳ,ଲଲାଟେଣ୍ଡୁ ମହାପାତ୍ର,ବିକାଶ ମହାପାତ୍ର,ସୀତାନଥ ବଳ ସାମନ୍ତ,ପ୍ରଦୀପ ସାମଲ,ଜିଲ୍ଲା ପରିଷଦ ପ୍ରାର୍ଥି ପବିତ୍ର ରାଉତ,ଶୁପ୍ରଭାସିନୀ ମଲିକ,ପ୍ରୀତମ ନାୟକ ପ୍ରମୂଖ ବୁଥ ସ୍ତରୀୟ ସମୀକ୍ଷା ଉପରେ ଆଲୋକପାତ କରିଥିଲେ।ଏହି ବୈଠକରେ ନିର୍ବାଚିତ ସରପଂଚ ,ସମିତି ସଭ୍ୟ,ପଂଚାୟତ ପ୍ରମୂଖ,ସହ ପ୍ରମୂଖ,ବୁଥ ସଭାପତି,ସମସ୍ତ ମୋର୍ଚ୍ଚା ସଭାପତି ଓ ବରିଷ୍ଠ ନେତୃତ୍ୱ ଯୋଗଦେଇଥିଲେ।ଦଳକୁ ସଂଗଠିତ କରିବାରେ ଅପ୍ରାଣ ଉଦ୍ୟମ ଓ କାର୍ଯ୍ୟ ଦକ୍ଷତା ପାଇଁ ନିର୍ବାଚନମଣ୍ଡଳୀ ବିସ୍ତାରକ ବନମାଳୀ ଜେନାଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ଭର୍ଧିତ କରାଯାଇଥିଲା।ଶେଷରେ ପବିତ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

Exit mobile version