ଡାହାଳିଆବାଗ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧନା

୧୯ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ଡାହାଳିଆବାଗ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ନୀଳକଣ୍ଠେଶ୍ୱର କମ୍ୟୁନିଟି ହଲ ଠାରେ କଟକ ସଦର ନିର୍ବାଚନ ମଣ୍ଡଳୀର ନୂତନ ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀଙ୍କୁ ପୁଷ୍ପଗୁଛ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ରବିନ୍ଦ୍ର ନାଥ ସ୍ୱାଇଁ ,

କାର୍ଯ୍ୟକାରୀ ସଭାପତି ପୁଲିନ୍ ମହାପାତ୍ର , ସଂପାଦକ ସୁଶାନ୍ତ ମହାନ୍ତି , ସହ ସଂପାଦକ କୈଳାସ ଜେନା, ଉପସଭାପତି ପ୍ରଶାନ୍ତ କୁମାର ପ୍ରଧାନ , ରବି ନାରାୟଣ ମହାପାତ୍ର, ବିଜୟ କୁମାର ସାହୁ , ଗଣନାଥ ଦାସ, କାଶିନାଥ ଜେନା ,କୁନ ଚନ୍ଦ୍ର ମହାନ୍ତି ,ରେଣୁ କାନ୍ତପ୍ରଧାନ ,ପ୍ରସନ ପ୍ରଧାନ , ଅଭୟ ନାୟକ, ପୂର୍ଣ୍ଣ ଚନ୍ଦ୍ର ମହାନ୍ତି,ସୁମନ୍ତ କୁମାର ରାଉତ,

ରବିନ୍ଦ୍ର ମୁଖୀ , ଦୀନକୃଷ୍ଣ ମହାନ୍ତି,ସୁଶାନ୍ତକୁମାର ଜେନା ପ୍ରମୁଖ ସଦସ୍ୟମାନେ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଗ୍ରାମର ବାକି ରହିଥିବା ବିଭିନ୍ନ କାର୍ଯ୍ୟକୁ ସଂପୂର୍ଣ୍ଣ କରିବା ପାଇଁ ନବ ନିର୍ବାଚିତ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଶ୍ରୀ ସେଠୀ ପ୍ରଥମେ ଶିକ୍ଷା, ପାନୀୟ ଜଳ, ରାସ୍ତାଘାଟର ବିକାଶ ଦିଗରେ ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଥିଲେ । ଏଥି ସହିତ ବିଭିନ୍ନ ୱ।ର୍ଡ଼ରୁ ଆସିଥିବା ବିଜେପି କର୍ମୀଙ୍କୁ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Exit mobile version