Home ଓଡ଼ିଶା ଆଶୀର୍ବାଦ ଲୁଣ ଚଳିତ ରଥ ଯାତ୍ରରେ ତାହାର ‘ଆଶୀର୍ବାଦ ଆୟୋଡିନ୍ ର ଚିତା’ ପ୍ରୟାସ ସହିତ ଏକ ଶପଥ ନେବାକୁ ଭକ୍ତବୃନ୍ଦଙ୍କୁ ଉତ୍ସାହିତ କରିଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ରଥଯାତ୍ରା ପାଳନ ଅବସରରେ ଆଶୀର୍ବାଦ ଲୁଣ ସ୍ୱାଭାବିକ ଅଭିବୃଦ୍ଧି ଓ ମସ୍ତିଷ୍କର କାର୍ଯ୍ୟକାରିତା ପାଇଁ ଆୟୋଡିନ୍ ଆହରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲା, ଏବଂ ସେହି ସମୟରେ ତାହାର ‘ଆଶୀର୍ବାଦ ଆୟୋଡିନ୍ ର ଚିତା’ ଅଭିଯାନ ସହିତ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲା । ଉତ୍ସବରେ ଯୋଗ ଦେଇଥିବା ଭକ୍ତମାନଙ୍କ କପାଳରେ ଏକ ସ୍ୱତନ୍ତ୍ର ତିଳକ ଲଗାଯାଇଥିଲା । ଏହି ତିଳକରେ ଅର୍ଗାନିକ ଚନ୍ଦନ ଏବଂ ଆୟୋଡିନ୍ ଦ୍ରବଣର ମିଶ୍ରଣ କରାଯାଇଥିଲା, ଯାହା ଶରୀର ଦ୍ୱାରା ଗ୍ରହଣ ହେବା ଭଳି ପ୍ରସ୍ତୁତ କରାଯାଇଥିଲା ଏବଂ ତଦ୍ଦ୍ୱାରା ସେମାନଙ୍କୁ ଦିନକ ପାଇଁ ଆୟୋଡିନ୍ ପରିମାଣ ଯୋଗାଇ ଦିଆଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଭକ୍ତମାନେ ସେମାନଙ୍କର ଆୟୋଡିନ୍ ଆବଶ୍ୟକତାକୁ ସମର୍ଥନ ଯୋଗାଇଦେବା ନିମନ୍ତେ ନିରନ୍ତର ଭାବରେ ଆଶୀର୍ବାଦ ଲୁଣ ଭଳି ଆୟୋଡିନ୍ ଯୁକ୍ତ ଲୁଣ ସେମାନଙ୍କ ନିୟମିତ ଖାଦ୍ୟାଭ୍ୟାସର ଅଂଶ ବିଶେଷ ଭାବରେ ଗ୍ରହଣ କରିବାକୁ ଶପଥ ନେଇଥିଲେ । ଏଥିସହିତ ଭକ୍ତଗଣ ଏବଂ ସାମାଜିକ କର୍ମୀମାନେ, ଟ୍ରାଫିକ ପୋଲିସ ଏବଂ ପରିମଳ କର୍ମଚାରୀମାନଙ୍କୁ ଆଶୀର୍ବାଦ ଲୁଣ ବ୍ୟାଗ୍ ଏକ ସଚେତନତା ଅଭିଯାନରେ ପ୍ରଦାନ କରାଯାଇଥିଲା, ଯାହା ସେମାନଙ୍କୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଆଶୀର୍ବାଦ ଲୁଣ ଭଳି ଆୟୋଡିନ୍ଯୁକ୍ତ ଲୁଣକୁ ସାମିଲ କରିବା ନିମନ୍ତେ ମନେପକାଇଦେବାକୁ ଉଦ୍ଦିଷ୍ଟ ଥିଲା । ଭୀଷଣ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିରେ ଯେଭଳି ଭକ୍ତଗଣଙ୍କ ଶରୀରକୁ ପର୍ଯ୍ୟାପ୍ତ ଜଳୀୟଅଂଶ ମିଳିପାରିବ, ସେଥିପାଇଁ ଆଶୀର୍ବାଦ ଆୟୋଡାଇଜ୍ଡ ଲୁଣରେ ପ୍ରସ୍ତୁତ ତାଜାପଣ ପ୍ରଦାନକାରୀ ଲେମ୍ବୁପାଣି ମଧ୍ୟ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା । Categories: ଓଡ଼ିଶା, ପୁରୀ, ବାଣିଜ୍ୟ, ହୋମ୍ Related Content ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ ଫେରିଲା ବିଦ୍ୟାଳୟ by Proprietor Abhimanyu Maharana August 12, 2026 ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି by Proprietor Abhimanyu Maharana August 12, 2026 ପୋସ୍ ଅଧିନିୟମ” ସମ୍ପର୍କିତ କର୍ମଶାଳା by Proprietor Abhimanyu Maharana August 12, 2026 ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ by Proprietor Abhimanyu Maharana August 12, 2026 ନୟାଗଡ଼ରେ ଶ୍ରମିକ କୃଷକ ସଂଗଠନର ଜେଲଭରୋ ଆନ୍ଦୋଳନ by Proprietor Abhimanyu Maharana August 12, 2026 ରୋଟାରୀ କ୍ଲବ ନୟାଗଡ଼ରେ ତର୍କ ପ୍ରତିଯୋଗିତା by Proprietor Abhimanyu Maharana August 12, 2026