Home ଓଡ଼ିଶା ଆଶୀର୍ବାଦ ଲୁଣ ଚଳିତ ରଥ ଯାତ୍ରରେ ତାହାର ‘ଆଶୀର୍ବାଦ ଆୟୋଡିନ୍ ର ଚିତା’ ପ୍ରୟାସ ସହିତ ଏକ ଶପଥ ନେବାକୁ ଭକ୍ତବୃନ୍ଦଙ୍କୁ ଉତ୍ସାହିତ କରିଛି by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ପୁରୀ ରଥଯାତ୍ରା ପାଳନ ଅବସରରେ ଆଶୀର୍ବାଦ ଲୁଣ ସ୍ୱାଭାବିକ ଅଭିବୃଦ୍ଧି ଓ ମସ୍ତିଷ୍କର କାର୍ଯ୍ୟକାରିତା ପାଇଁ ଆୟୋଡିନ୍ ଆହରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲା, ଏବଂ ସେହି ସମୟରେ ତାହାର ‘ଆଶୀର୍ବାଦ ଆୟୋଡିନ୍ ର ଚିତା’ ଅଭିଯାନ ସହିତ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲା । ଉତ୍ସବରେ ଯୋଗ ଦେଇଥିବା ଭକ୍ତମାନଙ୍କ କପାଳରେ ଏକ ସ୍ୱତନ୍ତ୍ର ତିଳକ ଲଗାଯାଇଥିଲା । ଏହି ତିଳକରେ ଅର୍ଗାନିକ ଚନ୍ଦନ ଏବଂ ଆୟୋଡିନ୍ ଦ୍ରବଣର ମିଶ୍ରଣ କରାଯାଇଥିଲା, ଯାହା ଶରୀର ଦ୍ୱାରା ଗ୍ରହଣ ହେବା ଭଳି ପ୍ରସ୍ତୁତ କରାଯାଇଥିଲା ଏବଂ ତଦ୍ଦ୍ୱାରା ସେମାନଙ୍କୁ ଦିନକ ପାଇଁ ଆୟୋଡିନ୍ ପରିମାଣ ଯୋଗାଇ ଦିଆଯାଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି, ଭକ୍ତମାନେ ସେମାନଙ୍କର ଆୟୋଡିନ୍ ଆବଶ୍ୟକତାକୁ ସମର୍ଥନ ଯୋଗାଇଦେବା ନିମନ୍ତେ ନିରନ୍ତର ଭାବରେ ଆଶୀର୍ବାଦ ଲୁଣ ଭଳି ଆୟୋଡିନ୍ ଯୁକ୍ତ ଲୁଣ ସେମାନଙ୍କ ନିୟମିତ ଖାଦ୍ୟାଭ୍ୟାସର ଅଂଶ ବିଶେଷ ଭାବରେ ଗ୍ରହଣ କରିବାକୁ ଶପଥ ନେଇଥିଲେ । ଏଥିସହିତ ଭକ୍ତଗଣ ଏବଂ ସାମାଜିକ କର୍ମୀମାନେ, ଟ୍ରାଫିକ ପୋଲିସ ଏବଂ ପରିମଳ କର୍ମଚାରୀମାନଙ୍କୁ ଆଶୀର୍ବାଦ ଲୁଣ ବ୍ୟାଗ୍ ଏକ ସଚେତନତା ଅଭିଯାନରେ ପ୍ରଦାନ କରାଯାଇଥିଲା, ଯାହା ସେମାନଙ୍କୁ ସେମାନଙ୍କର ଦୈନନ୍ଦିନ ଖାଦ୍ୟରେ ଆଶୀର୍ବାଦ ଲୁଣ ଭଳି ଆୟୋଡିନ୍ଯୁକ୍ତ ଲୁଣକୁ ସାମିଲ କରିବା ନିମନ୍ତେ ମନେପକାଇଦେବାକୁ ଉଦ୍ଦିଷ୍ଟ ଥିଲା । ଭୀଷଣ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିରେ ଯେଭଳି ଭକ୍ତଗଣଙ୍କ ଶରୀରକୁ ପର୍ଯ୍ୟାପ୍ତ ଜଳୀୟଅଂଶ ମିଳିପାରିବ, ସେଥିପାଇଁ ଆଶୀର୍ବାଦ ଆୟୋଡାଇଜ୍ଡ ଲୁଣରେ ପ୍ରସ୍ତୁତ ତାଜାପଣ ପ୍ରଦାନକାରୀ ଲେମ୍ବୁପାଣି ମଧ୍ୟ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା । Categories: ଓଡ଼ିଶା, ପୁରୀ, ବାଣିଜ୍ୟ, ହୋମ୍ Related Content ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026 ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana November 1, 2026 RASHTRIYA EKTA DIWAS OBSERVED AT KHURDA ROAD DIVISION by Proprietor Abhimanyu Maharana November 1, 2026 ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026 ଜାତୀୟ ଏକତା ଦିବସରେ ଜଟଣୀରେ ପ୍ରଥମ ସର୍ବ ଓଡ଼ିଶା ମିନି ମାରାଥନ ଅନୁଷ୍ଠିତ by Proprietor Abhimanyu Maharana November 1, 2026