Home ଓଡ଼ିଶା ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଙ୍କ ଜଗତସିଂହପୁର ଜିଲ୍ଲା ର ନଦୀବନ୍ଧ ପରିଦର୍ଶନ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ହେଉଛି ବନ୍ୟା ପ୍ରପୀଡ଼ିତ ଅଞ୍ଚଳ l ବର୍ଷାଦିନ ଆସିଥିବାରୁ ନଦୀମାନଙ୍କରେ ବନ୍ୟା ଆସିବାର ସମ୍ଭାବନା ରହିଛି l ଜଳସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ, ଇଣ୍ଟରନାଲ ଭିଜିଲାନ୍ସ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ସାମଲ ଙ୍କୁ ରାଜ୍ୟ ସରକାର ଜଗତସିଂହପୁର ଜିଲାରେ ବନ୍ୟା ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି l ଶ୍ରୀ ସାମଲ ବୁଧବାର ଜଗତସିଂହପୁର ଜଳ ସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଅଧୀନରେ ଥିବା ଦଳାଇଘାଇ ସେକ୍ସନ ଠାରେ ପହଂଚି ଥିଲେ l ତାଙ୍କ ସହ ଅଧିକ୍ଷଣଯନ୍ତ୍ରୀ ପ୍ରଦୀପ କୁମାର ନାୟକ, ସହକାରୀ ନିର୍ବାହୀଯନ୍ତ୍ରୀ ସିଦ୍ଧାର୍ଥ ଜେନା, ଦଳାଇଘାଇ ସହକାରିଯନ୍ତ୍ରୀ ଆନନ୍ଦ ବେହେରା, ଶଙ୍ଖାରିସାହି ସହକାରିଯନ୍ତ୍ରୀ ସାଗରୀକା ବେହେରା, ଉପସ୍ଥିତ ଥିଲେ ପ୍ରଥମେ ଦଳାଇଘାଇ ଗଜ ନିକଟରେ ପହଂଚି ସେଠାକାର ପରିସ୍ଥିତି ଦେଖିଥିଲେ l ସେଠାରୁ 6ନମ୍ବର ବୁରୁଜ, ବଗୁଲା, କଣ୍ଟାପଡା, ଧ୍ୟାନକୁଦ ଓ ଅଷ୍ଟଶମ୍ଭୁ ମନ୍ଦିର ପାଖ ଦେଖିଥିଲେ l ପରେ ଶଙ୍ଖାରିସାହି ସେକ୍ସନ ପାଖରୁ ଦେବିନଦୀର ବାମପଟ ବନ୍ଧ କାଉପଡା, ଅଲିପଡ଼ା, ବାଇପଦl, ବମ୍ବିଲ, ବାରଡ଼ିଆ, ନୀଳମହଲ ଯାଇଥିଲେ l ବନ୍ଧ କଦର୍ଯ୍ୟ ହୋଇଥିବାରୁ ତାହାସହିତ ନୀଳ ମହଲ ଉପର ମୁଣ୍ଡରେ ପାଣି ଗଦା ହୋଇଥିବାରୁ ସମ୍ପୃକ୍ତ ସହକାରିଯନ୍ତ୍ରୀ ଶ୍ରୀମତୀ ବେହେରା ଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ l ସେଠାରୁ ନଅରବାରି, ବାଗଲପୁର, ବାଟ ଦେଇ ମଇନ୍ଦୀ ପୁର ପାଖରେ ପହଂଚି ତୁରନ୍ତ କାଦୁଅ ହୋଇଥିବା ବନ୍ଧରେ ମେଟାଲ ପକାଇ ଯାତାୟତ ଉପଯୋଗୀ କରିବାକୁ ସହକାରୀ ଯନ୍ତ୍ରୀ ଶ୍ରୀମତୀ ବେହେରାଙ୍କୁ ନିର୍ଦେଶ ଦେବାସହ ପ୍ରତେକସେକ୍ସନ ଅଧୀନରେ ବାଲି ମହଜୁଦ ରଖିବାକୁ ପରାମର୍ଶଦେଇଥିଲେ l ସେଠାରୁ ସର୍ବୋଚ୍ଚ ଯନ୍ତ୍ରୀ ସାମଲ ଆଳିପିଙ୍ଗଳ ଦେଇ ବାଲିକୁଦାର ତାଳଦା, ଶିଖର, ବନ୍ଧ ଦେଖିବାସହ ମାଛଗାଁ ସେକ୍ସନ ଅଫିସ ବୁଲିଦେଖିଥିଲେ l ତତ ସହ ବିଭିନ୍ନ ଡ୍ରେନ ଵେବସ୍ତା ବୁଲିଦେଖିଲେ l ଗତକାଲି ସର୍ବୋଚ୍ଚଯନ୍ତ୍ରୀ ମହାନଦୀ ସାଉଥ ର କ୍ରିଷ୍ଣାନନ୍ଦପୁର, ଶଙ୍ଖେଶ୍ୱର, କୋଲର, ହଂସୁରା, ବାଲିକଣି ବନ୍ଧ ଦେଖିବାସହ ପାଇକା ଓ ହଂସୁଆ ନଦୀ ବୁଲି ଦେଖିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ଯନ୍ତ୍ରୀ ମାନଂକୁ ନିର୍ଦେଶ ଦେଇଥିଲେ l Categories: ଓଡ଼ିଶା, ଜଗତସିଂହପୁର, ହୋମ୍ Related Content ୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା by Proprietor Abhimanyu Maharana September 9, 2026 TPNODL launches ‘Solar Rath’ campaign in Baleshwar to accelerate rooftop solar adoption by Proprietor Abhimanyu Maharana September 9, 2026 TPWODL Joins 3rd National Lok Adalat to Facilitate Resolution of Electricity Theft Cases by Proprietor Abhimanyu Maharana September 9, 2026 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ by Proprietor Abhimanyu Maharana September 9, 2026 ନୂଆ ଓଡ଼ିଆ ଚଳଚ୍ଚିତ୍ର "ଜଙ୍ଖ" ର ଟାଇଟିଲ ଘୋଷଣା by Proprietor Abhimanyu Maharana September 9, 2026 ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା by Proprietor Abhimanyu Maharana September 9, 2026