ବିରିଡିରେ ମହରମ ପର୍ବ ପାଳିତ

୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଜଗତସିଂହପୁର :-> ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ ଭବାନୀପୁର, ହାଜିପୁର, ବେତମାଳିଆ, ଅଢଙ୍ଗ ମଜୁରାଇ, ତଳପାଟକ, ନୂଆଢନା, ବାଲିଆ ଠାରେ ଥିବା ମୁସଲମାନ ବସ୍ତି ମାନଙ୍କରେ ମରମ ପର୍ବ ପାଳିତ ହୋଇଯାଇଛି l ଇମାମ ହୁସେନ ଙ୍କ ଦେହାନ୍ତ ପରେ ମୁସଲମାନ ସଂପ୍ରଦାୟରେ ଶୋକର ଛାୟା ଖେଳି ଯାଇଥିଲା l

ଏହି ଦୁଃଖର ଦିନକୁ ମନେ ପକାଇବା ପାଇଁ ଆଜି ବୁଧବାର ତାଙ୍କର ଆତ୍ମାର ସଦଗତି ପାଇଁ ତଥା ଭାରତର ଅଖଣ୍ଡତା ଓ ଭାଇଚାରା ବଜାୟ ରଖିବା ପାଇଁ ମହରମ ପର୍ବ ପାଳିତ ହୋଇଥିଲା l

ଆଜି ସକାଳୁ ମସଜିଦ ମାନଙ୍କରେ କୋରାନ ପାଠ କରାଯିବାସହ ପିଲାଙ୍କ ଠାରୁ ବଡ ପର୍ଯନ୍ତ ସମସ୍ତେ ମସଜିଦରେ ଏକାଠି ହୋଇ ଆଲ୍ଲl ଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ପରସ୍ପରକୁ ଆଲିଙ୍ଗନ କରିଥିଲେ ଓ ଇଦ ମୋବାରକ ଜଣାଇଥିଲେ l ପ୍ରତି ବସ୍ତିରେ ତାଜିଆ ଶୋଭାଯାତ୍ରା ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା l

Exit mobile version