ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ

୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଖୋର୍ଦ୍ଧା ନିକଟବର୍ତ୍ତୀ କୁମାରବସ୍ତ ଗ୍ରାମର ମା ” ଭୂଆସୁଣୀଙ୍କ ପୀଠରେ ଆଜି ଅନୁଷ୍ଠିତ ହୋଇଯାଇଛି l ଓ. ୟୁ.ଡବ୍ଲୁ.ଜେ.ଖୋର୍ଦ୍ଧା ଜ଼ିଲ୍ଲା ଶାଖାର ବରିଷ୍ଠ ସଦସ୍ୟ ଈଶ୍ୱର ଚନ୍ଦ୍ର ମଙ୍ଗରାଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘ ପକ୍ଷରୁ କରାଯାଇଥିବା ବିଭିନ୍ନ ଜନହିତକାରୀ କାର୍ଯ୍ୟକ୍ରମ ଗୁଡିକ ବିଷୟରେ ଆଲୋଚନା କରାଯାଇଥିଲା l ଉପସ୍ଥିତଥିବା ସମସ୍ତ ସଭ୍ୟ ଓ ସଭ୍ୟାମାନେ ଆଲୋଚନାରେ ଅଂଶ ଗ୍ରହଣ କରି ନିଜର ମତାମତ ଉପସ୍ଥାପନା କରିଥିଲେ ! ଗତ ତା -1.3.2017 ମସିହାରେ ମା” ବରୁଣେଇଙ୍କ ପୀଠରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ଗଠନ କରାଯାଇଥିଲା l

ମାତ୍ର 16 ଜଣ ସଭ୍ୟା /ସଭ୍ୟମାନଙ୍କୁ ନେଇ ଗଠନ କରାଯାଇଥିବା ଏହି ସଂଘ ଆଜି ଏହାର ସଦସ୍ୟ ସଂଖ୍ୟା ବୃଦ୍ଧି ପାଇ 50 ରେ ପହଂଚିଛି l ବହୁ ସଂଖ୍ୟାରେ ଗଣମାଧ୍ୟମର ପ୍ରତିନିଧିମାନେ ସ୍ୱତପ୍ରବୃତ ଭାବରେ ଆଜି ଓ.ୟୁ.ଡବ୍ଲୁ.ଜେ.ରେ ସାମିଲ ହୋଇଅଛନ୍ତି l ସଂଘର ପ୍ରଥମ ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ଭାବରେ ପ୍ରକାଶ କୁମାର ହାତୀଙ୍କ ନେତୃତ୍ୱରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ କରି ଜ଼ିଲ୍ଲା ଓ ରାଜ୍ୟରେ ବେଶ ସୁନାମ ଅର୍ଜନ କରିପାରିଛନ୍ତି l ସେଥିମଧ୍ୟରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ପବିତ୍ର ଉତ୍କଳ ଦିବସରେ ପ୍ରତ୍ୟେକ ବର୍ଷ ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିସ୍ତିତ ହେଉଥିବା ରୋଗୀମାନଙ୍କୁ କ୍ଷୀର, ପାଉଁରୁଟି,ଫଳ ବଣ୍ଟନ,ସଫେଇ କାର୍ଯ୍ୟକ୍ରମ, ଅନାଥ ଆଶ୍ରମ, ଵୃଦ୍ଧାଶ୍ରମରେ ଫଳ ବଣ୍ଟନ, ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଅସହାୟ ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସମସ୍ତଙ୍କ ପ୍ରିୟ ଭାଜନ ହୋଇପାରିଛନ୍ତି l

ପୁନର୍ବାର ଆଗାମୀ ଏକ ବର୍ଷ ପାଇଁ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ଭାବେ ପ୍ରକାଶ କୁମାର ହାତୀ, ଉପ-ସଭାପତି ଭାବେ ସୟଦ ଲିୟାକତ ଅଲ୍ଲୀ, ଧିରେନ ପ୍ରତିହାରୀ, ସମ୍ପାଦକ ଭାବେ ଦିଲ୍ଲୀପ କୁମାର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ -ସନ୍ତୋଷ ବାରିକ, ସନ୍ତୋଷ ଚୌଧୁରୀ, କୋଷାଧକ୍ଷ -ଆକାଶ କୁମାର ବିଶ୍ୱାଳ ଏବଂ ଉପଦେଷ୍ଟା ଭାବରେ ମହମ୍ମଦ ମୋତାହାର ୟୁସୁଫ ଙ୍କୁ ମନୋନୀତ କରାଯାଇଥିଲା l ସଂଘର ସକ୍ରିୟ ସଦସ୍ୟ,ପ୍ରବୀଣ ଭଞ୍ଜ, ରଂଜିତ ପାଟଶାଣୀ, ଦୁର୍ଗା ପ୍ରସାଦ ଷଡ଼ଙ୍ଗୀଙ୍କ ପ୍ରତ୍ୟେ କ୍ଷତତ୍ୱାବଧାନରେ ଏହି କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା ! ପରିଶେଷରେ ସଂଘର ସଭାପତି ପ୍ରକାଶ କୁମାର ହାତୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !

Exit mobile version