Home ଓଡ଼ିଶା ବାଣପୁର ରୁ ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକା ପ୍ରକାଶିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ମହାପ୍ରଭୁ ଙ୍କ ପବିତ୍ର ବାହୁଡା଼ ଯାତ୍ରା ଶୁଭ ଅବସରରେ ଯୁବ ସ୍ତମ୍ଭକାର ବିଶ୍ବବିଜୟୀ ଦାଶ ଙ୍କ ସମ୍ପାଦନାରେ କଳା, ସଂସ୍କୃତି ଓ ସାହିତ୍ୟର ମାଟି ବାଣପୁର ରୁ ବ୍ରଜବିଳାସ ସାହିତ୍ୟ ଇ-ପତ୍ରିକା ପ୍ରକାଶିତ ହୋଇଅଛି । ଏହି ଇ-ପତ୍ରିକା ବାଣପୁର ଅଞ୍ଚଳର ବିଶିଷ୍ଟ ଶିକ୍ଷାବିଦ୍ ସ୍ବର୍ଗତ ବ୍ରଜବନ୍ଧୁ ଦାଶଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରକାଶିତ । ଏହି ସାହିତ୍ୟ ଇ-ପତ୍ରିକା କୁ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ,ଚ଼ିଲିକା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଡ଼ାଃ ବିଭୂତିଭୂଷଣ ହରିଚ଼ନ୍ଦନ, ଜିଲ୍ଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ହରିଚ଼ନ୍ଦନ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ଦେଇ ଯୁବ ଲେଖକ ଓ ଲେଖିକା ମାନଙ୍କୁ ଉତ୍ସାହିତ କରିଛନ୍ତି । ଏହି ପତ୍ରିକାରେ ୭୦ ରୁ ଉର୍ଦ୍ଧ୍ବ ଲେଖକ ଓ ଲେଖିକା ମାନଙ୍କର ଗୀତ, ଗଳ୍ପ ଓ ପ୍ରବନ୍ଧ ଆଦି ସ୍ଥାନିତ ହୋଇଛି।ଓଡ଼ିଆ ଭାଷା ସାହିତ୍ୟ ର ପ୍ରଚ଼ାର ପ୍ରସାର ନିମନ୍ତେ ଏହି ପତ୍ରିକା ର ମୁଖ୍ୟ ଲକ୍ଷ୍ୟ ବୋଲି ସଂପାଦକ ଶ୍ରୀ ଦାଶ ମତବ୍ୟକ୍ତ କରିବା ସହ ବର୍ଷ କୁ ୨ ଥର ପ୍ରକାଶିତ ହେବ ବୋଲି କହିଛନ୍ତି।ସହ ସମ୍ପାଦିକା ଶ୍ରୀମତୀ ପ୍ରବାଳ ମଞ୍ଜରୀ ଦାଶ ଓ ସୁଶ୍ରୀ ପ୍ରିୟମ୍ବଦା ସ୍ବାଇଁ ଆମ ମାଟିର ଯୁବ ଲେଖକ ଓ ଲେଖିକା ମାନଙ୍କର ସୃଜନଶୀଳତାକୁ ପରିପ୍ରକାଶ କରିବା ପାଇଁ ଏହି ପତ୍ରିକା ପ୍ରୟାସ କରିଛି ବୋଲି କହିଛନ୍ତି । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ପରମାନନ୍ଦ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ପ୍ରୀତମ ରଞ୍ଜନ ସ୍ୱାଇଁଙ୍କୁ ନେଇ ଚର୍ଚ୍ଚା by Proprietor Abhimanyu Maharana October 14, 2026 ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୨୬ ଅନୁଷ୍ଠିତ ହୋଇଛି by Proprietor Abhimanyu Maharana October 14, 2026 ଜନ ଅଭିଯୋଗ ଶୁଣାଣି ପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପରିଦର୍ଶନ କଲେ ସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟ by Proprietor Abhimanyu Maharana October 14, 2026 ସୁରଭି ମଞ୍ଚରେ ଝଲସିଲା ଛାତ୍ରଛାତ୍ରୀଙ୍କ ପ୍ରତିଭା : ୪ଟି ବର୍ଗରେ ୩୬ ପ୍ରତିଯୋଗିତା ଆୟୋଜିତ by Proprietor Abhimanyu Maharana October 13, 2026 ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି ! by Proprietor Abhimanyu Maharana October 13, 2026 କନ୍ଧମାଳଜିଲ୍ଲା ସ୍ତରୀୟ ୨ୟ ଚେସ ଖେଳ ପ୍ରତିଯୋଗିତା by Proprietor Abhimanyu Maharana October 13, 2026