ସୁନାବେଶରେ ଝଟକିଲେ ରଙ୍କନାଥ ଓ ଚକାଦେବ

୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା  :->  ଚଳିତ ବର୍ଷ ବାଣପୁର ଆରାଧ୍ୟ ଦେବତା ପ୍ରଭୁ ରଙ୍କନାଥ ଦେବଙ୍କର ରଥଯାତ୍ରା ବହୁ ଧୂମଧାମରେ ପାଳିତ ହୋଇଥିବା ବେଳେ ବୁଧବାର ସୁନାବେଶରେ ପ୍ରଭୁ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଛନ୍ତି l ସୋମବାର ବିଷର ପାଟଣା ଠାରେ ଥିବା ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ରଥରେ ବିରାଜମାନ କରିଥିଲେ ପ୍ରଭୁ lମଙ୍ଗଳବାର ଦସମୀ ତିଥି ଥିବାରୁ ବୁଧବାର ଏକାଦଶୀ ତିଥିରେ ପ୍ରଭୁଙ୍କର ସୁନାବେଶ ହୋଇଥିଲା l ରଥରେ ସମସ୍ତ ନୀତିକାନ୍ତି ସମ୍ପାଦନ କରାଯାଇ ରଥାରୁଢ଼ ବିଗ୍ରହ ମାନଙ୍କର ଅପରାହ୍ନରେ ସୁନାରେ ମଣ୍ଡିତ କରାଯାଇଥିଲା l

ସନ୍ଧ୍ୟାରେ ବାଣପୁର ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ରଙ୍କନାଥଙ୍କ ସୁନାବେଶ ଦେଖିବାକୁ ଭିଡ଼ ଜମାଇଥିଲେ l ଏହି ପରିପ୍ରେକ୍ଷୀରେ ମନ୍ଦିର କମିଟି ତରଫରୁ ଶୃଙ୍ଖଳିତ ଦର୍ଶନ ନିମିତ୍ତ ସୁ ବନ୍ଦୋବ୍ୟସ୍ତ କରାଯାଇଥିଲା l ପୋଲିସ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରି ଶ୍ରଦ୍ଧାଳୁ ମାନେ କିପରି ଧାଡିରେ ଠାକୁରଙ୍କୁ ଦର୍ଶନ କରିବେ ତାହା ପରିଚାଳନା କରିଥିଲା l ଅନୁରୂପ ଭାବେ ପଲଟନ ଠାରେ ଚକାଦେବ ଙ୍କର ସୁନାବେଶ ଅନୁଷ୍ଠିତ ହୋଇଯାଇଛି l

Exit mobile version