Home ଓଡ଼ିଶା ରୂପା ବେଶ ରେ ସଜେଇ ହେଲେ ତିନି ଠାକୁର : ରଣପୁର ଗୁପ୍ତ ପୁରୁଷୋତ୍ତମ କ୍ଷେତ୍ର ତଥା ଚକାଶିଳା କ୍ଷେତ୍ରରେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ଓଡିଶାରରେ ରଣପୁର ଗୁପ୍ତ ପୁରୁଷୋତ୍ତମ କ୍ଷେତ୍ର ତଥା ଚକାଶିଳା କ୍ଷେତ୍ର ଭାବେ ପରିଚିତ ରଣପୁରେ ଆଜି ପବିତ୍ର ବଡ ଏକାଦଶୀରେ ଲକ୍ଷାଧୀକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି । କିମ୍ବଦନ୍ତୀ ଓ ମାଦଳା ପାଞ୍ଜୀ ଅନୁଯାୟୀ ପୁରୀର ଷୋହଳ କଳାରୁ ରଣପୁରରେ ଗୋଟିଏ କଳା ରହିଛି । ପୁରୀ ଭଳି ରଣପୁରରେ ଚତୁର୍ଦ୍ଧା ମୂର୍ତ୍ତି , ବଡ ଦେଉଳ, ବଡ ଦାଣ୍ଡ ଓ ରଥଯାତ୍ରା ଅନୁଷ୍ଠିତ ହୁଏ । ପୁରୀରେ ଶ୍ରୀ ଜୀଉଙ୍କୁ ଦର୍ଶନ କଲେ ଯେଉଁ ପୂଣ୍ୟ ମିଳେ ରଣପୁରରେ ଦର୍ଶନ କଲେ ସେହି ପୂଣ୍ୟ ମିଳେ ବୋଲି ବିଶ୍ୱାସ ରହିଥିବାରୁ ଏଠାରେ ପ୍ରତିବର୍ଷ ବଡ ଏକାଦଶୀରେ ପ୍ରବଳ ଭିଡ ଜମେ । ଆଜି ପବିତ୍ର ହରିଶୟନ ଏକାଦଶିରେ ରଣପୁର ବଡଦାଣ୍ଡ ଭକ୍ତ ମୟ ହୋଇଯାଇଥିଲା । ଦିନତମାମ୍ ମେଘୁଆ ପାଗ ଯୋଗୁ ଦୂର ଦୂରାନ୍ତାରୁ ଭକ୍ତ ମାନେ ଛୁଟି ଆସିଥିଲେ । କନ୍ତୁ ଦିନତମା ତୁହାକୁ ତୁହା ବର୍ଷା ହୋଇଥିଲା । ମଧ୍ୟାହ୍ନରେ ଟାଣ ଖରା ହୋଇଥିଲେ ମଧ୍ୟ ଲୋକମାନେ ସେଥିପ୍ରତି ଖାତିରି କରିନଥିଲେ । ବଡଦାଣ୍ଡରେ ଭକ୍ତ ଓ ଭଗବାନ ଙ୍କ ଅପୂର୍ବ ଡୋରି ଦେଖିବାକ ମିଳିଥିଲା । ଗୁଣ୍ଡିଚାରେ ବଳଭଦ୍ରଙ୍କ ତାଳଧ୍ୱଜ ଓ ଗତକାଲି ଶୁଭଦ୍ରା ଙ୍କ ଦେବଦୋଳନ ଶ୍ରୀମନ୍ଦିର ନିକଟରେ ପହଥିଂଥିଲା । ଜଗନ୍ନାଥଙ୍କ ନନ୍ଦିଘୋଷ ଗୁଣ୍ଡିଚା ମନ୍ଦିର ନିକଟରେ ଅଟକି ରହିଥିଲା । ଗତକାଲି ପଚୁଂଦୋଳ ପଡିଆରେ ଭଜନ ସମାରୋହ ଅନୁଷ୍ଟିତ ହୋଇଥିଲା । ଆଜି ବଡଏକାଦଶୀରେ ରଥ ଟଣା ବନ୍ଦ ରହିଥିଲା । ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଟ୍ରେଜେରିରୁ ସୁନା ଅଳଙ୍କାର କାଢୁ ନଥିବାବେଳେ ତିନି ଠାକୁରଙ୍କୁ ରୁପା ବେଶରେ ସଜ୍ଜିତ କରା ଯାଇଛି । ହସ୍ତ ,ପାଦ ,କିରଟି ,ଶଂଙ୍ଖ , ଚକ୍ର , ଗଦା , ସାଙ୍ଗକୁ ବିଭିନ୍ନ ଫୁଲରେ ଶ୍ରୀଜିଉ ମାନଙ୍କୁ ଦେଖିବାକୁ ମିଳିଛି । ଏପରିକି ତିନି ରଥରେ ଶ୍ରୀ ଜିଉଙ୍କୁ ଦର୍ଶନ କରିବାପାଇଁ ଲମ୍ବା ଧାଡି ଲାଗିରହିଥିବା ଦେଖିବାକୁ ମିଳିଛି । ପାଗ ଯାହାହଉନା କାହିଁକି ଭକ୍ତ ସଂଖ୍ୟା ବଢିଥିବା ଦେଖିବାକୁ ମିଳିଛି । ଆଜି ବଡଏକାଦଶୀରେ ବିଶେଷ କରି ବୃଦ୍ଦ ଓ ବୃଦ୍ଦା ଦର୍ଶନ କରିବାକୁ ଆସିଛନ୍ତି । ଦିନ ତମାମ୍ ଶ୍ରଦ୍ଧାଳୁ ମାନେ ତିନି ରଥରେ ଶ୍ରୀଜିଉ ମାନଙ୍କୁ ଦର୍ଶନ କରି ପୁଣ୍ୟଂ ଲାଭ କରିଛନ୍ତି । ବିଶେଷ କରି ଜଗନ୍ନାଥ ଙ୍କ ରଥ ସମ୍ମୁଖରେ ପ୍ରବଳ ଭିଡ ଲାଗିଥିଲା । ଭକ୍ତ ମାନେ ଧାଡିରେ ଠିଆ ହୋଇ ରଥ ରେ ଚଢି ଦର୍ଶନ କରୁଥିବା ଦେଖା ଦେଇଛି । ଶାନ୍ତି ଶୁଙ୍ଖଳା ପାଇଁ ଓ ରଥ ଚାରିପାଖରେ ବ୍ୟାପକ ପୋଲିସ ମୃତୟନ କରାଯାଇଛି ଶୁକ୍ରବାର ଲକ୍ଷ୍ନୀ ନାରାୟଣ ଭେଟପାଇ କାର୍ଯ୍ୟ କ୍ରମ ରହିଥିବା ପ୍ରଶାସନ ଠାରୁ ଜଣାଯାଇଛି । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026