ଅର୍ବାନ ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ : ଖୋର୍ଦ୍ଧାରୋଡ ଡାଇରେକ୍ଟରଙ୍କ ଇସ୍ଥଫା

୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣି  :-> ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ଅଧୀନ ଶ୍ରମିକ କଂଗ୍ରେସ ଓପେନ ଲାଇନ ଶାଖା କାର୍ଯ୍ୟାଳୟରେ ଅର୍ବାନ ବ୍ୟାଙ୍କ ଦୁର୍ନୀତିକୁ ନେଇ ଏକ ସାମ୍ବାଦିକ ସମିଳନୀ ଅନୁଷ୍ଠିତ ହୋଇଯାଇଛିl ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ର ସାଧାରଣ ସମ୍ପାଦକ ଶ୍ରୀ ରମେଶ ସାହୁ ସାମ୍ବାଦିକ ମାନଙ୍କ ସମୁଖରେଖୋର୍ଦ୍ଧାରୋଡ଼ ଶାଖା ଅର୍ବାନ ବ୍ୟାଙ୍କ ଦୁର୍ନୀତି ସମ୍ପର୍କରେ ପର୍ଦାଫାଶ କରିଥିଲେl ସେ କହିଥିଲେ ୨୦୧୫ରୁ ଡେଭିଡେଣ୍ଟ କାହିଁକି ଦିଆ ଯାଇନି, ଯେତେବେଳେ ଶ୍ରମିକ କଂଗ୍ରେସ ୨୦୨୧ରେ ସ୍ୱର ଉତଳନ କଲା ସେତେବେଳେ ତତ୍କାଳୀନ ଆତ୍ମ ଘୋଷିତ ଡ଼ାଇରେକ୍ଟର ସୋସିଆଲ ମିଡିଆରେ ସଫେଇ ଦେଇଥିଲେ କି’ ଡେଭିଡେଣ୍ଟ୍ ଅଛି, ପରିଚାଳନା କମିଟି ୧୫ ମସିହାରୁ ଭାଙ୍ଗି ଯାଇଛି।

ନିୟମ ଅନୁଯାୟୀ ନିର୍ବାଚନ ହେବ, ନୂତନ ପରିଷଦ ଗଠନର ଚବିସ ଘଣ୍ଟା ଭିତରେ ଲାଭାଂଶ ଅଂଶୀଦାର ମାନଙ୍କ ଖାତାକୁ ଚାଲିଯିବ। କିନ୍ତୁ ସେହି କାମଚଳା ବଡ଼ି କିଭଳି ଅନ୍ୟ ସମସ୍ତ ନିଷ୍ପତି ଯଥା ଲୋନ୍ ରାଶି ବଢ଼ାଇବା, ଗଳାବାଟ ଦେଇ ନିଜ ପିଲାଙ୍କୁ ଚାକିରି ଦେବା, ହଲିଡେ ରୁମ୍ , ଅଫିସ୍ ରୁମ୍ ଆଧୁନିକୀକରଣ ଭଳୀ ନିଷ୍ପତି ନେଇ ପାରୁଥିବା ସତ୍ତ୍ୱେ, ଲାଭାଂଶ ଦେବା ନିଷ୍ପତି କାହିଁକି ନେଇ ନଥିଲେ? ଆନ୍ଦୋଳନ ଜୋରଦାର ହେବାରୁ ଛ’ ମାସ ତଳେ ଶହେ କୋଟିରୂ ଉର୍ଦ୍ଧ ଟଙ୍କା ଲାଭାଂଶ ଦେଲେ କେମିତି? ଭୋଟ ତ’ ହୋଇନି,ନୂତନ ପରିଷଦ ଗଠନ ହୋଇନି, ତାହାଲେ ନିଷ୍ପତି ନେଲା କିଏ ? ଯଦି ନେଲ ୧୫ ମସିହାରୁ କାହିଁକି ନେଲନି ? ଯଦି ଦେଲ ଦୁଇ ହଜାର ମସିହା ଯାଏଁ କାହିଁକି ?

ଆଉ ତିନି ବର୍ଷର କାହିଁକି ଦେଲନି? ଆଶ୍ଚର୍ଯ୍ୟର ବିଷୟ ଏତେସବୁ ଘଟଣା ଲୋକ ଲୋଚନକୁ ଆସିବା ପରେ ଖୋର୍ଦ୍ଧାରୋଡ଼ ଅର୍ବାନ ବ୍ୟାଙ୍କ ଡାଇରେକ୍ଟର ନିଜ ଅଂଶୀଦାରୀ ଓ ଡାଇରେକ୍ଟର ପଦବୀରୁ ଇସ୍ଥଫା ଦେବା ସନ୍ଧେହକୁ ଆହୁରି ଦୃଢ଼ଭୂତ କରୁନି କି? ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଥିଲେ। ଗତ ଦୁଇଦିନ ତଳେ ଆତ୍ମ୍ ଘୋଷିତ ଡାଇରେକ୍ଟର କହିଛନ୍ତି ଆପଣଙ୍କ ଲାଭାଂଶ ସୁରକ୍ଷିତ ଥିଲା, ଅଛି,ରହିବ। ଏଠି ପ୍ରଶ୍ନ ଉଠୁଛି ଆମ ଟଙ୍କାକୁ ଆପଣ କିଏ ଆଠ ବର୍ଷ କାଳ ସୁରକ୍ଷିତ ରଖିବା ପାଇଁ ? ଯଦି ରଖିଲେ ଶହେ କୋଟିର ସୁଧ କୁଆଡେ ଗଲା ?କେବେ ଫେରାଇବ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଥିଲେ। ଶହେ କୋଟିର ଆଠ ବର୍ଷରେ ସୁଧ କେତେ ?

କେବେ ଦବ କାହିଁ କହୁନ??? ଏହା ଦୋ ମୁହାଁ ଓ ମିଛ ନୁହେଁ କି ?? ଡାଇରେକ୍ଟର ଆହୁରି କହିଛନ୍ତି କଂଗ୍ରେସ ବାଲା ପଚିଶ ଲକ୍ଷ ଲୋନ ଦେବେ କହିଛନ୍ତି ,, ଟଙ୍କା କୋଉଠୁ ଆସିବ? ନିୟମ ଅନୁସାରେ ଚାଳିଶ ଭାଗ ଅର୍ଥ ଗଛିତ ରହିବା ଆବଶ୍ୟକ! ପରେ ପରେ କହିଲେ ମୁଁ ଭାବୁଛି,ଅର୍ଥାତ୍ ସାହେବ୍ ନିଜେ ସବୁ ଭାବନ୍ତି, ଷାଠିଏ ମାସ ଇନଷ୍ଟାଲମେଣ୍ଟ ବଦଳରେ ନବେ ମାସ କରିଦେଲେ ପଚିଶ ଲକ୍ଷ ଦେଇହବ। କଂଗ୍ରେସ ଇସ୍ତାହାର କୋଉଠୁ ପାଇଯାଇ ଆଗୁଆ ପ୍ରତିଶ୍ରୁତି ଦେଉଛନ୍ତି। ଆଜି ଯାଏଁ କୋଉଠି ଥିଲ ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି ? ଏଜୁକେଶନ ଆଲାଉଁସ ୧୦୦୦ ଟଙ୍କା ବଦଳରେ ସମସ୍ତ ଅଂଶୀଦାର ମାନଙ୍କୁ ଲାଭାଂଶ ଆକାରରେ ଦିଆଯିବ। କାରଣ ଯାହାର ପିଲା ପାଠ ପଢୁଛି ସେ ରେଳ ବିଭାଗରୁ ଏଜୁକେସନ ଆଲାଉନ୍ସ ନେଲା ବେଳେ, ଆଉ କୋଉଠୁ ନେଉନାହଁ ବୋଲି ସପଥ ପାଠ କରୁଛି।

ଭୁଲ ଶପଥ ପାଠ ଦଣ୍ଡନୀୟ ନୁହେଁ କି? ଶ୍ରୀ ସାହୁ କହିଥିଲେ ଯେ’ ଶ୍ରମିକ କଂଗ୍ରେସର ଡାଇରେକ୍ଟର ନିର୍ବାଚିତ ହେଲେ ଶିକ୍ଷା ଋଣ,ଗୃହ ନିର୍ମାଣ ଋଣ, ବାଇକ୍ ଋଣ, ବିବାହ ଋଣ, ମେଡି କେୟାର ଋଣ ଭଳି ଅନେକ ଋଣ ଦିଆଯିବ। ପୁରୁଣା ପ୍ରଚଳିତ ନିୟମ,ଋଣ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଗ୍ୟାରେଣ୍ଟର ଋଣ ପରିଶୋଧ ବଦଳରେ ରୁଣ ବ୍ୟକ୍ତିଙ୍କୁ ବିମା ଭୁକ୍ତ କରାଯିବ। ଋଣ ନେଉଥିବା ଲୋକଙ୍କ ଠାରୁ ଋଣର ଦଶ ଭାଗ କାଟିକି କାହା ସ୍ବାର୍ଥ ପାଇଁ ରଖୁଛ? କିନ୍ତୁ ନେଇଥିବା ଲୋକ ପୁରା ଟଙ୍କାର ସୁଧ ଦେବ ଏଵଂ ସୂଝିବ,ଏହା ଏକ ଚଞ୍ଚକତା ନୁହେଁ କି ? ଆତ୍ମ ଘୋଷିତ ଡାଇରେକ୍ଟର କହୁଛନ୍ତି କଂଗ୍ରେସ କୋଉଠି କେସ କରି ଭୋଟ କରାଇ ଦଉନଥିଲାl ଆପଣ ମାନେ ଶିକ୍ଷିତ ଲୋକ, ମୁଁ ଏଠାରେ ସୂଚାଇ ଦେବାକୁ ଚାହେଁ ବିରୋଧରେ ଯିଏ ଥାଏ ସିଏ ଚାହେଁ ବର୍ଷେ ଦି ବର୍ଷ ଆଗରୁ ଭୋଟ ହଉ, କାରଣ ବିରୋଧରେ ବସିଥିବା ପାର୍ଟିର କୌଣସି କ୍ଷମତା ରହେ ନାହିଁ,ସେଇ ମାନେ ଲାଞ୍ଚ ଲୁଞ୍ଚା ଦେଇ କେସ କରାଇ ଦୀର୍ଘ ନ’ବର୍ଷ କାଳ ଅଧିକ କ୍ଷମତା ଉପଭୋଗ କଲେଣି l

ବାଇଲ ରେ ସ୍ପଷ୍ଟ ଉଲ୍ଲେଖ ଅଛି,ବ୍ୟାଙ୍କରେ ଜିଏ ଚାକିରି କରିବ ପ୍ରଥମ ନିୟମ ସେ ନିଶ୍ଚିତ ସେଇ ବ୍ୟାଙ୍କ୍ ଅଂଶୀଦାରଙ୍କ ସ୍ତ୍ରୀ,ପୁଅ କିମ୍ବା ଝିଅ ହୋଇଥିବ। ଖୋର୍ଦ୍ଧାରୋଡ ବ୍ୟାଙ୍କରେ ସେମିତି କେତେଜଣ ଅଛନ୍ତି କହିବେକି? କଂଗ୍ରେସ ଆସିଲେ ନିୟମ କଡ଼ାକଡ଼ି ପାଳନ କରାଯିବ ଏବଂ ନିଯୁକ୍ତି କରାଯିବ। ରେକ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ସେ କହିଥିଲେ କୀ ଆପଣ ମାନେ ଜାଣନ୍ତି ଆମ ସିଏମଟିଡିରୂ ହଲିଡେ଼ ହୋମ ପରିଚାଳନା ପାଇଁ ଦଶ ଟଙ୍କା ଓ ମୃତ୍ୟୁ କାଳୀନ ଅନୁକମ୍ପା ରାଶି ଦଶ ହଜାର ପାଇଁ ତିରିଶ ଟଙ୍କା କଟା ଯାଏ,କେବେ ଆପଣମାନଙ୍କୁ ଜଣାଇଛନ୍ତି କି? ସତ ସବୁବେଳେ ସତ,ଯେତେ ସଫେଇ ଦେଲେ ବି ଲୁଚିବନି। ଆଗାମୀ ନିର୍ବାଚନରେ, ମାତ୍ର ଗୋଟିଏ ଥର ପାଇଁ ଶ୍ରମିକ କଂଗ୍ରେସକୁ କ୍ଷମତା ଦିଅନ୍ତୁ ନିଜର ଅର୍ଥ କେମିତି ଅଛି ଥରେ ପରଖି ଜାଣନ୍ତୁl ଏହି ସାମ୍ୱାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ, ଶାଖା ସମ୍ପାଦକ ଏଲ ଡି ମହାନ୍ତି, କେନ୍ଦ୍ରୀୟ ପଦାଧିକାରୀ ଏମ ଜି କେ ରାଓ,ଅମିତ କୁମାର,ଶରତ ପଣ୍ଡା, ସୁବ୍ରତ ପଣ୍ଡା,ଅକ୍ଷୟ ପ୍ରଧାନ,ପି ରାଜା ରାଓ ପ୍ରମୁଖ ଉପସ୍ଥିତ ରହି ସାମ୍ୱାଦିକ ସମ୍ମିଳନୀକୁ ସଂଯୋଜନା ଓ ପରିଚାଳନା କରିଥିଲେ l

 

Exit mobile version