ନୂଆଗାଁ ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀ ଙ୍କୁ ବଡ ସଫଳତା – ଧରାହେଲେ ୩ ଲୁଟେରା

୧୭ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :->  ନୟାଗଡ ଜିଲ୍ଲା ନୂଆଗାଁ ପୁଲିସ କୁ ମିଳିଛି ବଡ ସଫଳତା । ତିନି ଲୁଟେରଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି ନୂଆଗାଁ ପୁଲିସ । ଲୁଟ ହୋଇଥିଲା ସୁନା ଗହଣା ଟଙ୍କା ପୋଲିସ ହସ୍ତଗତ କରିଛି । ସୂଚନା ମୁତାବକ ଓଡଗାଁ ଥାନା ଅନ୍ତର୍ଗତ କୁରା଼ଳ ଗ୍ରାମର ଗୋକୁଳ ଚନ୍ଦ୍ର ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଯ୍ୟୋସ୍ତ୍ନା ରାଣୀ ମହାନ୍ତୀ ବାଇକ ରେ ନିଜ ଘରକୁ ଫେରୁଥିଲେ । ରାଣୀଗାଡିଆ ଛକ ଠାରୁ ୧୦୦ ମିଟର ଦୂରରରେ ତିନି ଜଣ ବ୍ୟକ୍ତି ସେମାନଙ୍କୁ ଅଟକାଇ ଥିଲେ । ମାରଣା ଅସ୍ତ୍ର ଦେଖାଇ ଜୀବନରୁ ମାରିଦେବାର ଉଦ୍ୟମ କରି ଜ୍ୟୋସ୍ନା ରାଣୀଙ୍କ ବେକରୁ ଗହଣା ,ଭ୍ୟାନୀଡ଼ ବ୍ୟାଗ ଛଡାଇ ନେଇଥିଲେ ।

ଏ ନେଇ ଚଳିତ ମାସ ୧୦ ତାରିଖରେ ନୂଆଗାଁ ଥାନାରେ ଏକ ଏତଲା ଦିଆଯାଇଥିଲା । ନୂଆଗାଁ ଥାନା ଅଧିକାରୀ ଶରତ ଚନ୍ଦ୍ର ସେଠୀ ତଦନ୍ତ ଆରମ୍ଭ କରିଥିଲେ । ଗlତେରି ସମବାୟ ସମିତି ସମୁଖରେ ଲାଗିଥିବା ସିସି ଟିଭି କ୍ୟାମେରା ରୁ ନୂଆଗାଁ ଥାନା ଅଧିକାରୀ ଆରମ୍ଭ କରିଥିଲା ତଦନ୍ତ ପ୍ରକ୍ରିୟା । ଉକ୍ତ କ୍ୟାମେରାରୁ ସୂଚନା ପାଇ ଅଭିଯୁକ୍ତଙ୍କ ଘରେ ପହଞ୍ଚି ସେମାନଙ୍କୁ ଉଠାଇ ଆଣିଥିଲା ପୁଲିସ । ଅଭିଯୁକ୍ତ ମାନେ ହେଲେ ଇଟାମାଟି ଜଗନ୍ନାଥ ସାହିର ସୁରେନ୍ଦ୍ର ସେଠୀଙ୍କ ପୁଅ ଶିବ ସେଠୀ । ଇଟାମାଟି ଏକଡାଳିଆ ସାହିର ସୁଦର୍ଶନ ବେହେରାଙ୍କ ପୁଅ ଚନ୍ଦନ ବେହେରା । ଓ ଇଟାମାଟି ହରିଜନ ସାହିର ଦିନବନ୍ଧୁ ଘଡେଇଙ୍କ ପୁଅ ତରୁଣ ଘଡେଇ । ଅଭିଯୁକ୍ତ ମାନେ ଲୁଟ କରିଥିବା ସ୍ଵୀକାର କରିଛନ୍ତି । ସେମାନଙ୍କ ଠାରୁ ଲୁଟ୍ ଗହଣା ଓ ୨୦୦ ଟଙ୍କା ଜବତ କରାଯାଇଛି । ନୂଆଗାଁ ଥାନାରେ କେସ ନଂ ୧୨୯ ରେ ମାମଲା ରୁଜୁ କରି ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଶରତ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

Exit mobile version